ETV Bharat / bharat

ରାହୁଲଙ୍କ ବିବାଦୀୟ ଟ୍ବିଟର ପୋଷ୍ଟ, ଦିଲ୍ଲୀ ହାଇକୋର୍ଟରେ ପିଟିସନ ଦାଏର - ଦିଲ୍ଲୀ ହାଇକୋର୍ଟ

ଟ୍ବିଟର ପୋଷ୍ଟକୁ ନେଇ ବିବାଦରେ ଛନ୍ଦି ହୋଇପଡିଛନ୍ତି ରାହୁଲ । ତାଙ୍କ ବିରୋଧରେ FIR ଦାଖଲ କରିବା ପାଇଁ କୋର୍ଟରେ ଆବେଦନ ହୋଇଛି । ଅଧିକ ପଢନ୍ତୁ...

ରାହୁଲଙ୍କ ବିବାଦୀୟ ଟ୍ବିଟର ପୋଷ୍ଟ, ଦିଲ୍ଲୀ ହାଇକୋର୍ଟରେ ପିଟିସନ ଦାଏର

author img

By

Published : Aug 9, 2021, 2:53 PM IST

ନୂଆଦିଲ୍ଲୀ: ବିବାଦୀୟ ଟ୍ବିଟର ପୋଷ୍ଟକୁ ନେଇ ଅଡୁଆରେ ରାହୁଲ । ପୀଡିତାଙ୍କ ପରିବାର ସହିତ ଏକ ଫଟୋ ଟ୍ବିଟରରେ ପୋଷ୍ଟ କରିଥିବାରୁ ତାଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ପିଟିସନ ଦାଏର ହୋଇଛି । ସେ ପୀଡିତାଙ୍କ ପରିବାର ଲୋକଙ୍କ ପରିଚୟ ଲୋକଲୋଚନକୁ ଆଣିଥିବାରୁ ତାଙ୍କି ବିରୋଧରେ ଏହି FIR ପାଇଁ କୋର୍ଟରେ ଆବେଦନ କରାଯାଇଛି ।

ରାହୁଲ ଟ୍ବିଟରରେ ଏହି ପୋଷ୍ଟ କରି ଜୁଭେନାଇଲ ଜଷ୍ଟିସ ଆକ୍ଟ ଓ ପୋକସୋ ଆକ୍ଟର ଉଲ୍ଲଘଂନ କରିଛନ୍ତି ବୋଲି ଆବେଦନକାରୀ ମକରନ୍ଦ ଅଭିଯୋଗ କରିଛନ୍ତି । ପୋକସୋ ଆକ୍ଟ ଧାରା ୨୩(୨) ଅନୁଯାୟୀ ତାଙ୍କୁ ୬ ମାସ କିମ୍ବା ଗୋଟିଏ ବର୍ଷ ଜେଲ ଦଣ୍ଡ ଦେବା ଉଚିତ ବୋଲି ସେ କହିଛନ୍ତି । ଏହାସହିତ ଜୁଭେନାଇଲ ଜଷ୍ଟିସ ଆକ୍ଟ ୭୪ ଅନୁଯାୟୀ FIR ପାଇଁ ସେ କୋର୍ଟରେ ଆବେଦନ କରିଛନ୍ତି ।

ସୂଚନା ଥାଉକି, ଦିଲ୍ଲୀର ଦଳିତ ନାବାଳିକା ଦୁଷ୍କର୍ମ ପୀଡିତାଙ୍କ ପରିବାରକୁ ଭେଟିବାର ଫଟୋ ରାହୁଲ ଟ୍ବିଟରରେ ପୋଷ୍ଟ କରିଥିଲେ । ତେବେ ଏଥିରେ ପୀଡିତାଙ୍କ ପରବାର ସଦସ୍ୟଙ୍କ ମୁହଁ ଦେଖାଯାଉଥିଲା, ଯାହାକି ତାଙ୍କ ପରିଚୟକୁ ଲୋକଲୋଚନକୁ ଆଣୁଥିଲା । ଏହା ଟ୍ବିଟର ନୀତିର ବିରୋଧ ଥିବାରୁ ରାହୁଲଙ୍କ ଏହି ପୋଷ୍ଟକୁ ଟ୍ବିଟର ଗତ ଶୁକ୍ରବାର ହଟାଇଥିଲା । ସେପଟେ ଶନିବାର ସନ୍ଧ୍ୟା ସମୟରେ ରାହୁଲଙ୍କ ଟ୍ବିଟର ଆକାଉଣ୍ଟକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖାଯାଇଛି ବୋଲି କଂଗ୍ରେସ ଟ୍ବିଟ କରି ସୂଚନା ଦେଇଥିଲା । ତଥାପି ଅଲଗା ସୋସିଆଲ ମିଡିଆ ପ୍ଲାଟଫର୍ମରେ ରାହୁଲ ଲୋକଙ୍କ ସ୍ବର ଉଠାଇବେ ବୋଲି ଦଳ କହିଥିଲା ।

ଏହି ପୋଷ୍ଟକୁ ନେଇ ବିବାଦରେ ଛନ୍ଦି ହେବାରେ ଲାଗିଛନ୍ତି ରାହୁଲ । ସେପଟେ କଂଗ୍ରେସ କହିଛି ଯେ ରାହୁଲ ପୀଡିତାଙ୍କ ପରିବାରର ଫଟୋ ସେୟାର କିଛି ଭୁଲ କରିନାହାନ୍ତି । ସେ ପୋଷ୍ଟ କରିବା ପୂର୍ବରୁ ପରିବାରର ଅନୁମତି ନେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.