ETV Bharat / bharat

Pervez Musharraf Journey: ପାକିସ୍ତାନୀ ଆର୍ମି ଅଫିସରରୁ ରାଷ୍ଟ୍ରପତି ପର୍ଯ୍ୟନ୍ତ ଯାତ୍ରା

author img

By

Published : Feb 5, 2023, 5:48 PM IST

ଆରପାରିରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ସେନାଧ୍ୟକ୍ଷ ପରଭେଜ ମୁଶାରଫ । ବ୍ରିଟିଶ ଶାସନ ବେଳେ ଦିଲ୍ଲୀରେ ଜନ୍ମିତ ପରଭେଜ କାର୍ଗିଲ ଯୁଦ୍ଧର ଥିଲେ ମାଷ୍ଟରମାଇଣ୍ଡ । ପରବର୍ତ୍ତୀ ସମୟରେ ପାକିସ୍ତାନ ସେନାଧ୍ୟକ୍ଷରୁ ରାଷ୍ଟ୍ରପତି ହୋଇଥିଲେ । ଏତେ ସବୁ ସଫଳତା ପରେ ମଧ୍ୟ ଦେଶଦ୍ରୋହ ଭାବେ ତାଙ୍କୁ ମିଳିଥିଲା ଫାଶୀ ଦଣ୍ଡାଦେଶ । ଜାଣନ୍ତୁ ପରଭେଜଙ୍କ ଜୀବନ କାହାଣୀ

Pervez Musharraf
Pervez Musharraf

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ସେନାଧ୍ୟକ୍ଷ ପରଭେଜ ମୁଶାରଫଙ୍କ ପରଲୋକ ଘଟିଛି । ସେ ପାକିସ୍ତାନୀ ଆର୍ମି ଅଫିସର ଭାବେ କାର୍ଯ୍ୟ କରି ପରବର୍ତ୍ତୀ ସମୟରେ ପଡୋଶୀ ଦେଶର ରାଷ୍ଟ୍ରପତି ହୋଇଥିଲେ । ପରଭେଜ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିବା ବେଳେ ତାଙ୍କର ବାଲ୍ୟକାଳରୁ ଅବଶିଷ୍ଟ ଜୀବନ ପାକିସ୍ତାନରେ ହୋଇଥିଲା । ୧୯୯୯ କାର୍ଗିଲ ଯୁଦ୍ଧର ମାଷ୍ଟରମାଇଣ୍ଡ ଥିଲେ ପରଭେଜ । ପାକିସ୍ତାନ ସୈନ୍ୟ ଭାବେ ତାଙ୍କର ଲମ୍ବା ଇତିହାସ ରହିଛି । ଆଜି ତାଙ୍କର ପରଲୋକ ଘଟିଥିବା ବେଳେ ପରଭେଜଙ୍କ ଆର୍ମି ଅଫିସରରୁ ଦେଶର ରାଷ୍ଟ୍ରପତି ପର୍ଯ୍ୟନ୍ତ ଯାତ୍ରା କିପରି ରହିଥିଲା ଆସନ୍ତୁ ଜାଣିବା ।

ପରଭେଜଙ୍କ ବାଲ୍ୟକାଳ:- ପଡୋଶୀ ଶତ୍ରୁ ରାଷ୍ଟ୍ରର ଏହି ସେନାଧ୍ୟକ୍ଷ ତଥା ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶରଫ ୧୯୪୩ ମସିହା ଅଗଷ୍ଟ ୧୧ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ବ୍ରିଟିଶ ଶାସନ ବେଳେ ତାଙ୍କ ଜନ୍ମ ଦିଲ୍ଲୀରେ ହୋଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଦେଶର ବିଭାଜନ ହେବା ପରେ ତାଙ୍କର ଲାଳନପାଳନ ପାକିସ୍ତାନର କରାଚୀ ଓ ଇସ୍ତାନବୁଲଠାରେ ହୋଇଥିଲା । ସେ ଲାହୋର ସ୍ଥିତ ଫୋରମ୍ୟାନ ଖ୍ରୀଷ୍ଟିଆନ କଲେଜରେ ଗଣିତ ବିଷୟରେ ଅଧ୍ୟୟନ କରିଥିଲେ । ଏହାପରେ ସେ ୟୁକେର ରୟାଲ କଲେଜ ଅଫ ଡିଫେନ୍ସ ଷ୍ଟଡିଜରେ ଶିକ୍ଷା ଗ୍ରହଣ କରିଥିଲେ ।

ପାକିସ୍ତାନ ସେନାରେ କ୍ୟାରିଅର:- ମୁଶାରଫ ୧୯୬୧ ମସିହାରେ ପାକିସ୍ତାନର ସେନା ଏକାଡେମୀରେ ଭର୍ତ୍ତି ହୋଇଥିଲେ । ଏହାପରେ ସେ ୧୯୬୪ ମସିହାରେ ପାକିସ୍ତାନୀ ସେନାର ସାମିଲ ହୋଇଥିଲେ । ମୁଶାରଫ ୧୯୬୫ ମସିହା ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଲେଫ୍ଟନାଣ୍ଟ ଥିଲେ । ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ୧୯୬୫ ଓ ୧୯୭୧ ଯୁଦ୍ଧରେ ସେ ସାମିଲ ଥିଲେ । ୧୯୮୦ ମସିହା ପର୍ଯ୍ୟନ୍ତ ସେ ଆର୍ଟିଲିରି ବ୍ରିଗେଡ୍ କମାଣ୍ଡିଂ ଦାୟିତ୍ବରେ ଥିଲେ । ୧୯୯୦ ମସିହାରେ ପ୍ରମୁଖ ଜେନେରାଲ ଦାୟିତ୍ବରେ ମୁଶାରଫଙ୍କ ପଦୋନ୍ନତି ହୋଇଥିଲା । ଏହାପରେ ସେ ସେନା ସଚିବ ଓ ସେନା ଅଭିଯାନର ମହାନିର୍ଦ୍ଦେଶକ ଭାବେ ପଦୋନ୍ନତି ପାଇଥିଲେ ।

Pervez Musharraf
ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ସେନାଧ୍ୟକ୍ଷ ପରଭେଜ ମୁଶରଫ

କାର୍ଗିଲ ଯୁଦ୍ଧର ଥିଲେ ମାଷ୍ଟରମାଇଣ୍ଡ:- ଜେନେରାଲ ମୁଶାରଫ କାର୍ଗିଲ ଯୁଦ୍ଧକୁ ନେଇ ସ୍ଥଳ, ଜଳ ଓ ବାୟୁସେନା ମଧ୍ୟରେ ପ୍ରତିଶୋଧର ଜ୍ବାଳା ସୃଷ୍ଟି କରିଥିଲେ । ସେ ସ୍ଥିର କରିଥିଲେ ଯେ ପାକିସ୍ତାନ ସ୍ଥଳବାହିନୀ ଜରିଆରେ କାର୍ଗିଲ ଯୁଦ୍ଧରେ ବିଜୟ ହାସଲ କରିବେ । ଏଥିଲାଗି ସେ ପାକିସ୍ତାନର ନୌସେନା ଓ ବାୟୁସେନାକୁ ଏହି ଯୁଦ୍ଧକୁ ନେଇ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲୁଚାଇଥିଲେ । କାର୍ଗିଲ ଯୁଦ୍ଧକୁ ନେଇ ଜେନେରାଲ ପରଭେଜ ସମସ୍ତ ଯୋଜନା ପ୍ରସ୍ତୁତ କରିଥିଲେ । ହେଲେ ସାହାସୀ ଭାରତୀୟ ସେନା ନିଜ ବୀରତାର ପରିଚୟ ଦେଇଥିଲା । ଦୃଢତାର ସହ ଲଢି କାର୍ଗିଲ ଯୁଦ୍ଧରେ ବିଜୟ ହାସଲ କରିଥିଲା ।

ଏହା ବି ପଢନ୍ତୁ- Pervez Musharraf Passes Away: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କ ପରଲୋକ

କିପରି ହେଲେ ରାଷ୍ଟ୍ରପତି:- ପାକିସ୍ତାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ ପରଭେଜଙ୍କୁ ୧୯୯୮ ମସିହାରେ ଚିଫ-ଅଫ ଆର୍ମି ଭାବେ ନିଯୁକ୍ତି ଦେଇଥିଲେ । ମାତ୍ର ପରବର୍ତ୍ତୀ ସମୟରେ ନୱାଜ ଶରିଫ ଓ ପରଭେଜଙ୍କ ମଧ୍ୟରେ ମତଭେଦ ହୋଇଥିଲା । ଏହି ବିବାଦ ବେଳେ ୧୯୯୯ ଅକ୍ଟୋବର ୧୨ ତାରିଖରେ ଯେତେବେଳେ ପରଭେଜ ଦେଶରେ ନଥିଲେ, ସେତେବେଳେ ଶରିଫ ତାଙ୍କୁ ଏହି ପଦରୁ ହଟାଇ ଦେଇଥିଲେ । ମୁଶାରଫଙ୍କ ଘର ପ୍ରତ୍ୟାବର୍ତ୍ତନ ବେଳେ ତାଙ୍କ ବିମାନକୁ କରାଚି ବିମାନ ବନ୍ଦରର ଅବତରଣ କରିବା ଉପରେ ରୋକ ଲଗାଯାଇଥିଲା ।

ଏହି ସମୟରେ ସଶସ୍ତ୍ର ବାହିନୀ ବିମାନବନ୍ଦର ଏବଂ ଅନ୍ୟାନ୍ୟ ସରକାରୀ ବ୍ୟବସ୍ଥାକୁ ନିୟନ୍ତ୍ରଣକୁ ନେଇ ନୱାଜ ସରିଫଙ୍କୁ ବହିଷ୍କାର କରିଥିଲେ । ଏହାପରେ ମୁଶାରଫ ସମ୍ବିଧାନକୁ ସ୍ଥଗିତ ରଖି ସଂସଦ ଭଙ୍ଗ କରିଥିଲେ । ମଧ୍ୟବର୍ତ୍ତୀ ସମୟରେ ପାକିସ୍ତାନ ଚଳାଇବା ପାଇଁ ସେ କିଛି ନାଗରିକ ତଥା ସାମରିକ ନିଯୁକ୍ତ ବ୍ୟକ୍ତିଙ୍କୁ ନେଇ ଏକ ଜାତୀୟ ସୁରକ୍ଷା ପରିଷଦ ଗଠନ କରିଥିଲେ । ୨୦୨୧ ମସିହାର ପ୍ରାରମ୍ଭରେ ସେ ରାଷ୍ଟ୍ରପତି ପଦ ଗ୍ରହଣ କରିଥିଲେ । ମୁଶାରଫ ୧୯୯୯ ମସିହାରୁ ୨୦୦୮ ମସିହା ପର୍ଯ୍ୟନ୍ତ ପାକିସ୍ତାନକୁ ଶାସନ କରିଥିଲେ ।

ମୁଶାରଫଙ୍କୁ ମିଳିଥିଲା ଫାଶୀ ଦଣ୍ଡାଦେଶ:- ପରଭେଜ ମୁଶାରଫଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଯାଇଥିଲା । ପେଶାୱର ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବକାର ଅହମ୍ମଦ ସେଠଙ୍କ ଅଧ୍ୟକ୍ଷତାରେ ମୁଶାରଫଙ୍କ ବିରୋଧରେ ଏହି ଦଣ୍ଡାଦେଶର ଶୁଣାଣି ହୋଇଥିଲା । ୨୦୦୭ ମସିହାରେ ଦେଶରେ ଜରୁରିକାଳୀନ ପରିସ୍ଥିତି ଲାଗୁ କରିବା ଓ ସମ୍ବିଧାନକୁ ରଦ୍ଦ କରିବା ଅଭିଯୋଗରେ ତାଙ୍କୁ ଏହି ଦଣ୍ଡାଦେଶ ଶୁଣାଯାଇଥିଲା । ପରଭେଜଙ୍କ ବିରୋଧରେ ୨୦୧୩ ମସିହାରେ ଦେଶଦ୍ରୋହର ମାମଲା ମଧ୍ୟ ରୁଜୁ କରାଯାଇଥିଲା । ଏହି ମାମଲାର ଶୁଣାଣି ବେଳେ ୨୦୧୪ ମାର୍ଚ୍ଚ ୩୧ ତାରିଖରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ୨୦୧୬ରେ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଇ ସେ ଦୁବାଇ ଯିବା ବାହାନାରେ ଆଉ ଫେରିନଥିଲେ ।

Pervez Musharraf
ଅନ୍ତିମ ସମୟରେ ପରଭେଜ

ତେବେ ଆଜି (ଫେବୃଆରୀ ୫) ତାଙ୍କର ଦୁବାଇର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ରହିଥିଲେ । ସେ ଗତ ୨୦୧୬ ମସିହାରୁ ଦୁବାଇରେ ରହୁଥିବା ବେଳେ ଆମିଲୋଇଡୋସିସ୍‌ ରୋଗରେ ପୀଡ଼ିତ ହୋଇଥିଲେ । ଏହି ରୋଗରେ ପୀଡ଼ିତ ହେବା ପରେ ତାଙ୍କ ଶରୀରର ଅନେକ ଅଙ୍ଗପ୍ରତ୍ୟଙ୍ଗ ଅଚଳ ହୋଇଯାଇଥିଲା । ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବା ପରେ ସେ ଦୁବାଇର ଆମେରିକାନ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ୭୯ ବର୍ଷ ବୟସରେ ଆଜି(ଫେବୃଆରୀ 5) ତାଙ୍କର ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.