ETV Bharat / bharat

ଆସିଥିଲେ ମୋତିଆବିନ୍ଦୁ ଅପରେସନ ପାଇଁ ହରାଇଲେ ଦୃଷ୍ଟିଶକ୍ତି

author img

By

Published : Nov 23, 2022, 2:12 PM IST

ମୋତିଆବିନ୍ଦୁ ଅସ୍ତ୍ରୋପଚାର କରିଥିଲେ । ଭାବିଥିଲେ ଭଲ ହୋଇଯିବେ । ହେଲେ ଡାକ୍ତରଙ୍କ ଅବହେଳା ଯୋଗୁଁ ନିଜ ଆଖି ହରାଇଲେ । ଉତ୍ତରପ୍ରଦେଶର କାନପୁର ସହରରେ ଏଭଳି ଘଟଣା ଘଟିଛି । ଅଧିକ ପଢ଼ନ୍ତୁ

Six persons lose vision in botched up contract surgery probe ordered
ମୋତିଆବିନ୍ଦୁ ଅପରେସନ କରି 6ଜଣ ଆଖି ହରାଇଲେ

ଲକ୍ଷ୍ନୌ: ମୋତିଆବିନ୍ଦୁ ଅସ୍ତ୍ରୋପଚାର କରି ଦୃଷ୍ଟି ଶକ୍ତି ହରାଇଲେ । ଏକ ଘରୋଇ ଡାକ୍ତରଖାନାର ଅବହେଳା ଯୋଗୁଁ 6 ଜଣ ଦୃଷ୍ଟି ଶକ୍ତି ହରାଇଛନ୍ତି । ଉତ୍ତରପ୍ରଦେଶର କାନପୁର ଜିଲ୍ଲାରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି । ଦୃଷ୍ଟି ହରାଇଥିବା ରୋଗୀ କାନପୁର ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅଭିଯୋଗ କରି ଦାବିପତ୍ର ପ୍ରଦାନ କରିଛନ୍ତି ।

ସୂଚନା ଅନୁଯୀୟୀ, କାନପୁର ସହରର ଏକ ଘରୋଇ ଚିକିତ୍ସାଳୟରେ ବିପିଏଲ ଏବଂ ଆୟୁଷ୍ମାନ କାର୍ଡଧାରୀଙ୍କ ପାଇଁ ନିଶୁଳ୍କରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଶିବିର ଆୟୋଜନ ହୋଇଥିଲା । ଅପରେସନ କରିବା ପାଇଁ 6 ଜଣ ଯାଇଥିଲେ । ଅସ୍ତ୍ରୋପଚାର ପରେ ସେମାନଙ୍କ ଆଖିରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଏହାପରେ ସେମାନେ ଦୃଷ୍ଟି ଶକ୍ତି ହରାଇଥିଲେ । ଏନେଇ ଉକ୍ତ ରୋଗୀମାନେ ଚିକିତ୍ସାଳୟ ଡାକ୍ତରଙ୍କୁ ପଚାରିବାରୁ ସେମାନଙ୍କ ଅଭିଯୋଗ ପ୍ରତି କେହି ଧ୍ୟାନ ଦେଇନଥିଲେ । ଏହାପରେ ସେମାନେ କାନପୁର ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦ୍ବାରସ୍ଥ ହୋଇ ଦାବି ଜଣାଇଛନ୍ତି । ତେବେ ଏହି ଘଟଣାକୁ ମୁଖ୍ୟ ଚିକିତ୍ସାଧିକାରୀ ଗୁରୁତର ସହକାରେ ନେଇ ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାର ତଦନ୍ତ ହେବା ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚିକିତ୍ସା ଅଧିକାରୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.