ETV Bharat / bharat

Co-WINରୁ ତଥ୍ୟ ଲିକ୍‌ ହେଉଥିବା ଅଭିଯୋଗ, ସ୍ପଷ୍ଟୀକରଣ ରଖିଲେ କେନ୍ଦ୍ର ସରକାର

author img

By

Published : Jun 12, 2023, 7:20 PM IST

Updated : Jun 12, 2023, 7:40 PM IST

କୋଭିଡ-୧୯ ଟିକା ପଞ୍ଜୀକରଣ ପୋର୍ଟାଲ 'କୋୱିନ'ରୁ ତଥ୍ୟ ଲିକ୍‌ ହେଉଥିବା ନେଇ ବିରୋଧୀଙ୍କ ଅଭିଯୋଗ । ସଷ୍ଟୀକରଣ ରଖିଲେ କେନ୍ଦ୍ର ସରକାର । ଅଧିକ ପଢ଼ନ୍ତୁ

cowin data leak
କୋୱିନରୁ ତଥ୍ୟ ଲିକ ଅଭିଯୋଗ

ନୂଆଦିଲ୍ଲୀ: କୋଭିଡ-୧୯ ଟିକା ପଞ୍ଜୀକରଣ ପୋର୍ଟାଲ 'କୋୱିନ'କୁ ନେଇ ସାଂଘାତିକ ଖବର ସାମ୍ନାକୁ ଆସିଛି । ଟୀକାକରଣକୁ ଟ୍ରାକ କରୁଥିବା ଆପ୍‌ ଲୋକଙ୍କ ତଥ୍ୟ ଲିକ୍‌ କରୁଥିବା ଅଭିଯୋଗ ହୋଇଛି । ଟେଲିଗ୍ରାମ ବୋଟ ଦ୍ବାରା ସମସ୍ତ ଡାଟାକୁ ସେୟାର କରାଯାଉଥିବା କୁହାଯାଉଛି । ଏହି ସବୁ ତଥ୍ୟ ଗୁଡ଼ିକ ଇଣ୍ଟରନେଟରେ ଉପଲବ୍ଧ ହୋଇଛି । ସବୁଠୁ ବଡ଼ କଥା ହେଲା, ବଡ଼ବଡ଼ ନେତାମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥ୍ୟର ସ୍କ୍ରିନ୍‌ସଟ୍‌ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ଏହି ଖବର ସାମ୍ନାକୁ ଆସିବା ପରେ କେନ୍ଦ୍ର ସରକାର ସ୍ପଷ୍ଟୀକରଣ ରଖିଛନ୍ତି ।

  • SHOCKING:

    There has been a MAJOR data breach of Modi Govt where personal details of ALL vaccinated Indians including their mobile nos., Aadhaar numbers, Passport numbers, Voter ID, Details of family members etc. have been leaked & are freely available.

    Some examples 👇

    (1/7)

    — Saket Gokhale (@SaketGokhale) June 12, 2023 " class="align-text-top noRightClick twitterSection" data=" ">

'କୋୱିନ' ଆପ ମାଧ୍ୟମରେ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଲିକ ହେଉଥିବା ନେଇ ବିରୋଧୀ ଦଳ ନେତାଙ୍କ ପକ୍ଷରୁ ଦାବି କରାଯାଇଛି । ଟିଏମ୍‌ସି ନେତା ସାକେତ ଗୋଖଲେ ଟ୍ବିଟ୍‌ କରି କେନ୍ଦ୍ର ସରକାରଙ୍କ 'କୋୱିନ୍‌' ଆପ ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ, କୋଭିଡ-୧୯ ଟୀକାକରଣ ଟ୍ରାକିଂ ପ୍ଲାଟଫର୍ମ 'କୋୱିନ'ରେ ଅନେକ ଲୋକଙ୍କ ତଥ୍ୟ ଲିକ୍‌ ହୋଇଛି । ଏହି ଆପରେ ଟିକା ନେଇଥିବା ସମସ୍ତ ଭାରତୀୟଙ୍କ ବ୍ୟକ୍ତିଗତ ତଥ୍ୟ, ମୋବାଇଲ ନମ୍ବର, ଆଧାର ନମ୍ବର, ପାସପୋର୍ଟ ନମ୍ବର, ଭୋଟ ପରିଚୟ ପତ୍ର, ପରିବାର ସଦସ୍ୟଙ୍କ ବିବରଣୀ ଇତ୍ୟାଦି ରହିଛି । ଏହି ତଥ୍ୟଗୁଡ଼ିକ ଲିକ୍‌ ହୋଇସାରିଛି ଏବଂ ଇଣ୍ଟରନେଟ୍‌ରେ ମାଗଣାରେ ଉପଲବ୍ଧ ହେଉଛି । ବହୁ ବଡ଼ବଡ଼ ନେତାଙ୍କ ତଥ୍ୟ ମଧ୍ୟ ଲିକ୍‌ ହୋଇଛି । ଯେଉଁଥିରେ ରାଜ୍ୟସଭା ସାଂସଦ ତଥା ଟିଏମ୍‌ସି ନେତା ଡେରେକ ଓ ବ୍ରାୟନ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିତାମ୍ବରମ, କଂଗ୍ରେସ ନେତା ଜୟରାମ ରମେଶ ଏବଂ କେସି ବେଣୁଗୋପାଲ, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ, ରାଜ୍ୟସଭା ସାଂସଦ ସୁସ୍ମିତା ଦେବ ଏବଂ ସଞ୍ଜୟ ରାୱତଙ୍କ ସମେତ ଅନେକ ନେତା ସାମିଲ ଅଛନ୍ତି । ଟେଲିଗ୍ରାମ ବୋଟର ସମସ୍ତ ରାଜନେତାଙ୍କ ବ୍ୟକ୍ତିଗତ ତଥ୍ୟର ସ୍କ୍ରିନସଟ୍‌ ଘୁରି ବୁଲୁଛି ।

  • With ref to some Alleged Cowin data breaches reported on social media, @IndianCERT has immdtly responded n reviewed this

    ✅A Telegram Bot was throwing up Cowin app details upon entry of phone numbers

    ✅The data being accessed by bot from a threat actor database, which seems to…

    — Rajeev Chandrasekhar 🇮🇳 (@Rajeev_GoI) June 12, 2023 " class="align-text-top noRightClick twitterSection" data=" ">

ସାକେତ ଗୋଖଲେ ପ୍ରଶ୍ନ କରିଛନ୍ତି, ମୋଦି ସରକାର ଯେତେବେଳେ ଲୋକଙ୍କ ବ୍ୟକ୍ତିଗତ ତଥ୍ୟକୁ ସୁରକ୍ଷା ଦିଆଯାଉଥିବା ଦାବି କରୁଛନ୍ତି, ସେତେବେଳେ ସାଧାରଣ ଲୋକଙ୍କ ପାସପୋର୍ଟ ନମ୍ବର, ଆଧାର ନମ୍ବର ଇତ୍ୟାଦି କିପରି ଲିକ୍‌ ହେଲା ? ଏହା ସମଗ୍ର ଦେଶ ପାଇଁ ଚିନ୍ତାର ବିଷୟ । ଅନ୍ୟପଟେ ବିରୋଧିଙ୍କ ଦାବି ପରେ ସ୍ପଷ୍ଟୀକରଣ ରଖିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରାଜୀବ ଚନ୍ଦ୍ର ଶେଖର କରିଛନ୍ତି," 'କୋୱିନ୍‌' ଆପ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଅଟେ । ଏହା କେବଳ OTP ଆଧାରିତ ତଥ୍ୟ ପ୍ରଦାନ କରିଥାଏ । ଏଥିରୁ ତଥ୍ୟ ଲିକ୍‌ ହେବା ରିପୋର୍ଟ ଅତ୍ୟନ୍ତ ଦୁର୍ଭାଗ୍ୟଜନ ଅଟେ । 'କୋୱିନ' ଆପରୁ ସିଧାସଳଖ ଡାଟା ଚୋରି ହୋଇନାହିଁ । ଟେଲିଗ୍ରାମ ଆକାଉଣ୍ଟ ଫୋନ ନମ୍ବର ଦେବା ପରେ ଆପର ଡିଟେଲ ଦେଖାଯାଉଛି । ଏହି ଟେଲିଗ୍ରାମ ବୋଟ ପାଖରେ ଯେଉଁ ତଥ୍ୟ ରହିଛି । ତାହା ପୂର୍ବରୁ ଚୋରି ହୋଇଥିବା ତଥ୍ୟ ଅଟେ । ନ୍ୟାସନାଲ ଡାଟା ଗଭର୍ଣ୍ଣାସ ପଲିସି ଚୂଡ଼ାନ୍ତ । ଯାହା ସମସ୍ତ ସରକାରୀ ବିଭାଗରେ ଡାଟା ଷ୍ଟୋରେଜ, ଆକ୍ସେସ ଓ ସିକ୍ୟୁରିଟି ମାନଙ୍କର ଏକ ନିୟମ ପ୍ରସ୍ତୁତ କରିବ । "

Last Updated : Jun 12, 2023, 7:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.