ଚେନ୍ନାଇ: ବର୍ତ୍ତମାନ ଲୋକମାନେ ତତକ୍ଷଣାତ୍ ନ୍ୟାୟ ଆଶା କରୁଛନ୍ତି । କିନ୍ତୁ ସେମାନେ ଚିନ୍ତା କରନ୍ତି ନାହିଁ ଯେ ତୁରନ୍ତ ନ୍ୟାୟ ପ୍ରଦାନ ପ୍ରକ୍ରିୟା ମଧ୍ୟ ପ୍ରକୃତ ନ୍ୟାୟ ପ୍ରଦାନ ପ୍ରକ୍ରୟାକୁ ଯଥେଷ୍ଟ ମାତ୍ରାରେ ପ୍ରଭାବିତ ବା କ୍ଷତି ପହଞ୍ଚାଇ ପାରେ । ଗତକାଲି (ରବିବାର) ଚେନ୍ନାଇର ମାଡ୍ରାସ ଉଚ୍ଚ ନ୍ୟାୟାଳରେ ଏକ ଭିତ୍ତିପ୍ରସ୍ତର ସ୍ଥାପନ ସାମାରୋହକୁ ସମ୍ବୋଧିତ କରି ପ୍ରଧାନ ବିଚାରପତି ଏନ.ଭି ରମଣା ଏପରି ଆଶଙ୍କା ପ୍ରକାଶ କରିଛନ୍ତି ।
ପ୍ରଧାନ ବିଚାରପତି ଆହୁରି ମଧ୍ୟ କହିଥିଲେ ନ୍ୟାୟ କେବଳ ଏକ ସାମ୍ବିଧାନିକ କର୍ତ୍ତବ୍ୟ ନୁହେଁ ବରଂ ସାମାଜିକ ଉତ୍ତରଦାୟିତ୍ବ ମଧ୍ୟ । ତେଣୁ ମାମଲାର ଶୁଣାଣି ବେଳେ ବିଚାରପତି ମଧ୍ୟ ବାସ୍ତବିକତା ପ୍ରତି ଜାଗୃତ ହେବା ଉଚିତ । ସାମାଜିକ ଗତିଶୀଳତା ଓ ପରିବର୍ତ୍ତିତ ସ୍ଥିତିର ଆବଶ୍ୟକତା ଅନୁସାରେ ବିଚାରପତିମାନେ ମାମଲାକୁ ତର୍ଜମା କରିବା ଆବଶ୍ୟକ ।
ବର୍ତ୍ତମାନର ଜନତାଙ୍କ ନ୍ୟାୟପାଳିକା ଠାରୁ ଆଶା କିପରି ବଦଳିଛି, ତାର ଉଦାହରଣ ଦେଇ ପ୍ରଧାନ ବିତାରପତି କହିଛନ୍ତି, ଆମେ 5 ଦିନିଆ ଟେଷ୍ଟ ମ୍ୟାଚରୁ 20-20 କୁ ପ୍ରବେଶ କରିସାରିଛନ୍ତି । ଲୋକେ 3 ଘଣ୍ଟାର ଚଳଚିତ୍ରର ବିକଳ୍ପ ଭାବେ ଅନ୍ୟ ସ୍ବଳ୍ପ ଅବଧି ବିଶିଷ୍ଟ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପସନ୍ଦ କଲେଣି । ତୁରନ୍ତ ନୁଡୁଲ୍ସ ପରି ଲୋକମାନେ ମଧ୍ୟ ତୁରନ୍ତ ନ୍ୟାୟ ପାଇବା ପାଇଁ ଆଶାବାଦୀ ହେଲେଣି । କିନ୍ତୁ ନ୍ୟାୟିକ ପ୍ରକ୍ରିୟା ଯଦି ସେମାନଙ୍କ ଇଚ୍ଛା ପୂରଣ ଦିଗରେ ତତକ୍ଷଣାତ ରାୟ ଶୁଣାଇବା ପାଇଁ ପ୍ରୟାସ କରେ ତେବେ ପ୍ରକୃତ ନ୍ୟାୟ ପ୍ରଭାବିତ ହେବାର ଆଶଙ୍କା ଯଥେଷ୍ଟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ