ETV Bharat / bharat

Uttarakhand Assembly polls: ବିପୁଳ ଭୋଟ ଦେଇ ରାଜ୍ୟବାସୀ ଇତିହାସ ସୃଷ୍ଟି କରିଛନ୍ତି କହିଲେ ଧାମି

author img

By

Published : Feb 15, 2022, 8:40 AM IST

୭୦ ବିଧାନସଭା ଆସନ ପାଇଁ ଶେଷ ହୋଇଛି ମତଦାନ। ସକାଳ ୭ରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୭ଟା ଯାଏଁ ଚାଲିଥିଲା । ଉତ୍ତରାଖଣ୍ଡରେ ୬୨.୫ ପ୍ରତିଶତ ମତଦାନ ହୋଇଥିବା ପ୍ରାଥମିକ ସୁତ୍ରରୁ ଜଣାପଡିଛି । ଅଧିକ ପଢନ୍ତୁ

ବିପୁଳ ଭୋଟ ଦେଇ ରାଜ୍ୟବାସୀ ଇତିହାସ ସୃଷ୍ଟି କରିଛନ୍ତି କହିଲେ ଧାମି

ଡେରାଡୁନ: ଉତ୍ତରାଖଣ୍ଡର ସମସ୍ତ ୭୦ ବିଧାନସଭା ଆସନ ପାଇଁ ଶେଷ ହୋଇଛି ମତଦାନ। ସକାଳ ୭ରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୭ଟା ଯାଏଁ ଚାଲିଥିଲା । ଉତ୍ତରାଖଣ୍ଡରେ ୬୨.୫ ପ୍ରତିଶତ ମତଦାନ ହୋଇଥିବା ପ୍ରାଥମିକ ସୁତ୍ରରୁ ଜଣାପଡିଛି । ନିର୍ବାଚନ ଶେଷ ପରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନାତ ପାର୍ଟିର ନେତା ପୁଷ୍କର ସିଂ ଧାମି କହିଛନ୍ତି ବିପୁଳ ସଂଖ୍ୟାରେ ଭୋଟ ଦେଇ ରାଜ୍ୟବାସୀ ଇତିହାସ ସୃଷ୍ଟି କରିଛନ୍ତି । ଉତ୍ତରାଖଣ୍ଡର ସୁବର୍ଣ୍ଣ ଭବିଷ୍ୟତ ପାଇଁ ଏକ ନୂଆ ସରକାର କାମ କରିବ ବୋଲି ଆଶା କରୁଥିବା କହିଛନ୍ତି ପୁଷ୍କର ସିଂ ଧାମି ।

ଖାତିମା ବିଧାନସଭା ଆସନରୁ ତୃତୀୟ ଥର ପାଇଁ ଲଢିଥିଲେ ଧାମି । ୭୦ ଆସନ ପାଇଁ ୬୩୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହୋଇଛି । ୬୩୨ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ୧୫୨ ଜଣ ସ୍ବାଧୀନ ପ୍ରାର୍ଥୀ ଅଛନ୍ତି । ମତଦାନ ପାଇଁ ରାଜ୍ୟରେ ୧୧,୬୯୭ ପୋଲିଂ ବୁଥ ହୋଇଥିଲା । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି, ବିଜେପି ରାଜ୍ୟ ସଭାପତି ମଦନ କୌଶିକ, ମନ୍ତ୍ରୀ ସତପାଲ ମହାରାଜ, ସୁବୋଧ ଉନିଆଲ , ଅପବିନ୍ଦ ପାଣ୍ଡେ, ଧନ ସିଂହ ରାୱତ ଓ ରେଖା ଆର୍ଯ୍ୟ ପ୍ରମୁଖ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇ ସାରିଛି । ଗତ ନିର୍ବାଚନରେ ବିଜେପି ୫୭ଟି ଆସନ ହାତେଇଥିଲା । କଂଗ୍ରେସ ମାତ୍ର ୧୧ଟି ଆସନ ପାଇଥିବାବେଳେ ବାକି ୨ଟି ସ୍ବାଧୀନ ସପକ୍ଷରେ ଯାଇଥିଲା ।

ଏହା ବି ପଢନ୍ତୁ....Assembly poll turnout: ସରିଲା ୩ ରାଜ୍ୟରେ ମତଦାନ, ସନ୍ଧ୍ୟା ୫ଟା ସୁଦ୍ଧା ୭୫ ପ୍ରତିଶତ ଭୋଟିଂ ସହ ଆଗରେ ଗୋଆ

ଚଳିତ ନିର୍ବାଚନରେ ଉତ୍ତରାଖଣ୍ଡରେ ଆଲମୋରା ଜିଲ୍ଲାରେ 50.65 ପ୍ରତିଶତ, ବାଗେଶ୍ବର 57.83 ପ୍ରତିଶତ, ଚାମୋଲି 59.28 ପ୍ରତିଶତ, ଚମ୍ପୱାଟ 59.97 ପ୍ରତିଶତ, ଦେହରାଡୁନ୍ 52.93 ପ୍ରତିଶତ, ହରିଦ୍ବାର 67.58 ପ୍ରତିଶତ, ନୌନିତାଲ 63.12 ପ୍ରତିଶତ, ପୌରୀ ଗରୱାଲ 51.93 ପ୍ରତିଶତ, ରୁଦ୍ରପ୍ରୟାଗ 60.36 ପ୍ରତିଶତ, ତେହେରୀ ଗରୱାଲ 52.66 ପ୍ରତିଶତ, ଉଦମ ସିଂ ନଗର 65.14 ପ୍ରତିଶତ ଏବଂ ଉତ୍ତରକାଶୀରେ 65.55 ପ୍ରତିଶତ ଭୋଟିଂ ରେକର୍ଡ ହୋଇଛି । ଗୋଟିଏ ପର୍ଯ୍ୟାୟରେ 82,66,644 ଭୋଟର ମତଦାନ ସାବ୍ୟସ୍ତ କରିଛନ୍ତି । ୧୦ ମାର୍ଚ୍ଚରେ ମତଗଣନା ଓ ଜନାଦେଶ ପ୍ରକାଶ ପାଇବ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.