କୋଲକାତା: ପଶ୍ଚିମବଙ୍ଗର ଲୋକେ ଭୟର ସହ ଜୀବନ ଜିଉଛନ୍ତି । ରାଜ୍ୟବାସୀଙ୍କ ମନରେ ଭୟ ସୃଷ୍ଟି ହୋଇଛି ଏବଂ ସେମାନେ ଖୋଲାଖୋଲି ଭାବେ କହିବାକୁ ମଧ୍ୟ ସ୍ବାଧିନତା ହରାଇଛନ୍ତି । ଏପରି କିଛି ବିସ୍ଫୋରକ ତଥା ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନକର । ବୁଧବାର କିଛି ଏପରି ଢଙ୍ଗରେ ବଙ୍ଗଳାର ମମତା ସରକାରକୁ ସେ ଟାର୍ଗେଟ କରିଥିବା ଦେଖିବାକୁ ମିଳିଛି ।
ଆହୁରି ମଧ୍ୟ ସେ କହିଛନ୍ତି ସ୍ୱାଧୀନତାର ଅର୍ଥ ହେଉଛି ଭୟରୁ ମୁକ୍ତି, ସେହିପରି ଗଣତନ୍ତ୍ର ଏବଂ ଆଇନର ଶାସନ ନାଗରିକମାନଙ୍କୁ ଭୟରୁ ମୁକ୍ତିର ସଙ୍କେତ ଦେଇଥାଏ। କିନ୍ତୁ ବଙ୍ଗର ଲୋକେ ବର୍ତ୍ତମାନ ସେହି ଭୟରୁ ମୁକ୍ତ ନୁହନ୍ତି । ପଶ୍ଚିମବଙ୍ଗରେ ଲୋକମାନେ ଏତେ ଭୟଭୀତ ଅଛନ୍ତି ଯେ ସେମାନେ ଏ ବିଷୟରେ ସ୍ବର ଉଠାଇବା ପାଇଁ ମଧ୍ୟ କରିବାକୁ ଭୟ କରୁଛନ୍ତି । କିନ୍ତୁ ପଶ୍ଚିମବଙ୍ଗ ରାଜ୍ୟର ସଂସ୍କୃତି ଏବଂ ନୈତିକତା ଅନୁଯାୟୀ, ଲୋକଙ୍କ ମନରେ ଭୟର ସ୍ଥାନ ନାହିଁ ବୋଲି କହିଛନ୍ତି ଧନକର । ଏକ କାର୍ଯ୍ୟକ୍ରମରେ ଜନସଭାକୁ ସମ୍ବୋଧିତ କରିବା ସମୟରେ ସେ ଏପରି ଢଙ୍ଗରେ ତାଙ୍କୁ ମମତା ସରକାରଙ୍କୁ ଆଇନ ଶୃଙ୍ଖଳା ଆଳରେ ଟାର୍ଗେଟ କରିଥିବା ଦେଖିବାକୁ ମିଳିଛି ।
ତୃଣମୂଳ କଂଗ୍ରେସ ଶାସିତ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଏପ୍ରିଲ ରୁ ମେ ମାସରେ ହେବାକୁ ଯାଉଥିବା ରାଜ୍ୟ ସରକାର ଓ ପ୍ରଦେଶ ସରକାରଙ୍କ ମଧ୍ୟରେ ବିବାଦ ଯେତିକି ବଢିବାରେ ଲାଗିଛି । ଏଥିରୁ ରାଜ୍ୟାପାଳ ମଧ୍ୟ ବାଦ ପଡିନଥିବା ଦେଖିବାକୁ ମିଳିଛି । ଧନକର ଜୁଲାଇ 2019 ରେ ରାଜ୍ୟପାଳ ଭାବରେ ଦାୟିତ୍ବଗ୍ରହଣ କରିବା ଦିନଠାରୁ ମମତା ବାନାର୍ଜୀ ସରକାରଙ୍କ ସହ ବିବାଦ ଲାଗି ରହିଥିବା ଦେଖାଯାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ