ETV Bharat / bharat

Pegasus row: ସୁପ୍ରିମକୋର୍ଟ ତତ୍ବାବଧାନରେ ନ୍ୟାୟିକ ତଦନ୍ତ ଦାବି କଲେ ଶଶି ଥରୁର - ସୁପ୍ରିମକୋର୍ଟ ତତ୍ବାବଧାନରେ ନ୍ୟାୟିକ ତଦନ୍ତ

ପେଗାସସ ମାମଲାକୁ ନେଇ ସୁପ୍ରିମକୋର୍ଟ ତତ୍ବାବଧାନରେ ନ୍ୟାୟିକ ତଦନ୍ତ ଦାବି କଲେ କଂଗ୍ରେସ ସାଂସଦ ତଥା ପାର୍ଲାମେଣ୍ଟ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଶଶି ଥରୁର । ଅଧିକ ପଢନ୍ତୁ...

Shashi Tharoor
Shashi Tharoor
author img

By

Published : Jul 23, 2021, 10:09 PM IST

ନୂଆଦିଲ୍ଲୀ: ପେଗାସସ ମାମଲାକୁ ନେଇ ସୁପ୍ରିମକୋର୍ଟଙ୍କ ତତ୍ବାବଧାନରେ ନ୍ୟାୟିକ ତଦନ୍ତ ଦାବି କଲେ କଂଗ୍ରେସ ସାଂସଦ ତଥା ପାର୍ଲାମେଣ୍ଟ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଶଶି ଥରୁର । ଏହି ମାମଲାରେ ସୁପ୍ରିମକୋର୍ଟର ଜଣେ ସ୍ଥାୟୀ ବିଚାରପତିଙ୍କ ନେତୃତ୍ବରେ କରିବା ପାଇଁ ଥରୁର ଦାବି କରିଛନ୍ତି ।

କଂଗ୍ରେସ ସାଂସଦ ଶଶି ଥରୁର କହିଛନ୍ତି ଯେ ଆମର ଦୁଇଟି ଏଜେଣ୍ଡା ଅଛି । ନାଗରିକଙ୍କ ଡାଟା ଗୋପନୀୟତା ଏବଂ ସୁରକ୍ଷା ଏବଂ ସାଇବର ନିରାପତ୍ତା । ଏହି 'ପେଗାସସ୍ ପ୍ରୋଜେକ୍ଟ' ପ୍ରସଙ୍ଗ ଏହି ଏଜେଣ୍ଡା ଅଧୀନରେ ଆସୁଛି । ସରକାରୀ ଅଧିକାରୀଙ୍କୁ ପ୍ରଶ୍ନ କରିବାର ସ୍ଥାୟୀ କମିଟିର ଅଧିକାର ରହିଛି। ଆମେ ସୁପ୍ରିମକୋର୍ଟର ବିଚାରପତିଙ୍କ ନେତୃତ୍ୱାଧୀନ ନ୍ୟାୟିକ ଯାଞ୍ଚ ପାଇଁ ଦାବି କରୁଛୁ ବୋଲି ଶଶି ଥରୁର କହିଛନ୍ତି।

ଆଜି ସଂସଦ ପରିସରରେ ମହାତ୍ମା ଗାନ୍ଧୀ ପ୍ରତିମୂର୍ତ୍ତି ସମ୍ମୁଖରେ ପେଗାସସ୍ ବିବାଦକୁ ନେଇ କଂଗ୍ରେସ, ଡିଏମକେ ଏବଂ ଶିବସେନା ସାଂସଦମାନେ ବିରୋଧ କରିଥିଲେ। ବିରୋଧୀ ସାଂସଦମାନେ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ତତ୍ବାବଧାନରେ ନ୍ୟାୟିକ ତଦନ୍ତ କରିବାକୁ ଦାବି କରିଛନ୍ତି । ସାଂସଦ ମାନେ ପେଗାସସ୍ ସ୍ନୁପ୍ ଗେଟ ସ୍ଲୋଗାନ ଦେଇଥିଲେ।

ସାଂସଦ ମୌସୁମୀ ଅଧିବେଶନ ଆରମ୍ଭ ହେବା ଦିନ ଠାରୁ ଝଡ ସୃଷ୍ଟି କରିଛି ପେଗାସସ ମାମଲା । ସଂସଦର ଅଧିବେଶନରେ ବିରୋଧୀ କଂଗ୍ରେସ ଏହାକୁ ମୁଖ୍ୟ ଅସ୍ତ୍ର କରି ସରକାରୀ ଦଳକୁ ଜୋରଦାର ଆକ୍ରମଣ କରୁଛ। ଏହି ମାମଲାକୁ ନେଇ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୋଦି-ଅମିତ ଶାହଙ୍କୁ ଟାର୍ଗଟ କରିଛନ୍ତି । ଇସ୍ରାଏଲର ଏକ ସଂସ୍ଥା ଆତଙ୍କବାଦୀଙ୍କ ବିରୋଧରେ ବ୍ୟବହାର କରାଯାଉଥିବା ଅସ୍ତ୍ର । ଯାହା ଭାରତରେ ମୋଦି ଓ ଅମିତ ଶାହ ବିଭିନ୍ନ ରାଜ୍ୟ ଓ ଅନୁଷ୍ଠାନରେ ପ୍ରୋୟଗ କରୁଛନ୍ତି ବୋଲି ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.