ETV Bharat / bharat

୨୦୧୯ କର୍ଣ୍ଣାଟକ ସରକାର ଭାଙ୍ଗିବା ପଛରେ pegasus ଲିଙ୍କ !

୨୦୧୯ରେ କର୍ଣ୍ଣାଟକରେ କ୍ଷମତାସୀନ ଜେଡିଏସ-କଂଗ୍ରେସ ମେଣ୍ଟ ସରକାର ଗଡାଇବା ପଛରେ ପେଗାସସ ହାତ ଥିବା ରିପୋର୍ଟରେ ଦାବି କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Jul 20, 2021, 10:17 PM IST

୨୦୧୯ କର୍ଣ୍ଣାଟକ ସରକାର ଭାଙ୍ଗିବା ପଛରେ ପେଗାସସ ଲିଙ୍କ !

ନୂଆଦିଲ୍ଲୀ: ପେଗାସସ ଝଡକୁ ନେଇ ଦୋହଲୁଛି ଦେଶ । ଉଠୁଛି ପଡୁଛି ସଂସଦ । ଆଉ ଏହାରି ମଧ୍ୟରେ କର୍ଣ୍ଣାଟକରେ କଂଗ୍ରେସ ସରକାର ଭାଙ୍ଗିବା ପଛରେ ପେଗାସସର ଲିଙ୍କଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ୨୦୧୯ରେ କର୍ଣ୍ଣାଟକରେ କ୍ଷମତାସୀନ ଜେଡିଏସ-କଂଗ୍ରେସ ମେଣ୍ଟ ସରକାର ଗଡାଇବା ପଛରେ ପେଗାସସ ହାତ ଥିବା ରିପୋର୍ଟରେ ଦାବି କରାଯାଇଛି ।

ରିପୋର୍ଟ ଅନୁଯାୟୀ କର୍ଣ୍ଣାଟକରେ ବିରୋଧୀ ଜେଡିଏସ-କଂଗ୍ରେସ ସରକାର ଭାଙ୍ଗିବା ଷଡଯନ୍ତ୍ରରେ ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ଜି ପରମେଶ୍ବର, ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀଙ୍କ ବ୍ୟକ୍ତିଗତ ସଚିବ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କ ଉପରେ ନଜର ରଖିବାକୁ ସମ୍ଭାବିତ ଟାର୍ଗେଟ ଭାବରେ ଚୟନ କରାଯାଇଥିଲା ।

କର୍ଣ୍ଣାଟକରେ କିଛି ଛାମୁଆ ନେତାଙ୍କ ଫୋନ ନମ୍ବର ସେହି ସମୟରେ ରେକର୍ଡ କରାଯାଇଥିଲା, ଯେବେ ବିଜେପି ସହ ଜେଡିଏସ-କଂଗ୍ରେସ ମେଣ୍ଟ ସରକାରର ବିବାଦ ଚରମ ସ୍ଥିତିରେ ଥିଲା । ରାଜ୍ୟରେ ସେତେବେଳେ ଜବରଦସ୍ତ କ୍ଷମତା ସଂଘର୍ଷ ଲାଗିରହିଥିଲା । ୨୦୧୯ରେ କ୍ଷମତାସୀନ ମେଣ୍ଟ ସରକାରର ୧୭ ବିଧାୟକ ଅଚାନକ ଇସ୍ତଫା ଦେଇଥିଲେ । ଆଉ ଏହାଫଳରେ ମେଣ୍ଟ ସରକାରକୁ ବିଶ୍ବାସମତ ହାସଲ ପାଇଁ ବାଧ୍ୟ କରିଦେଇଥିଲା ।

ଏପେଟେ ରିପୋର୍ଟକୁ ଖଣ୍ଡନ କରିଛି ବିଜେପି । ଡିଜିଟାଲ ଫରେନ୍ସିକ ନଥିବା କାରଣରୁ ରାଜନୀତି ସହ ସମ୍ବନ୍ଧିତ ଏହି ଫୋନ ନମ୍ବରକୁ ଯଦିଓ ହ୍ୟାକ କରିବାକୁ ପ୍ରୟାସ କରାଯାଇଥାଇପାରେ, ହେଲେ ଟ୍ୟାପିଂ ଅସମ୍ଭବ ଥିଲା । ସମସ୍ତ ବିଦ୍ରୋହୀ ବିଧାୟକ ପରବର୍ତ୍ତୀ ସମୟରେ ବିଜେପିରେ ସାମିଲ ହୋଇଯାଇଥିଲେ ।

ଏପଟେ କୁମାରସ୍ବାମୀ ମଧ୍ୟ ସମାନ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ଫୋନ୍ ଟ୍ୟାପ ଉପରେ ଆଜିର ରିପୋର୍ଟରେ ମୁଁ ଆଶ୍ଚର୍ଯ୍ୟ ନୁହେଁ । ମୋର ସରକାର ଭାଙ୍ଗିବା ପରେ ସମାନ ପ୍ରସଙ୍ଗ ଉଠିଥିଲା। ଅନେକ ବର୍ଷ ପୂର୍ବେ ଅନେକ ସରକାରୀ କାର୍ଯ୍ୟକାଳ ମଧ୍ୟରେ ଏହି ସମସ୍ୟା ବିଦ୍ୟମାନ ଥିଲା । ଏହା ମୋ ପାଇଁ ଏକ ନୂଆ ପ୍ରସଙ୍ଗ ନୁହେଁ ବୋଲି କହିଛନ୍ତି କୁମାରସ୍ବାମୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.