ETV Bharat / bharat

Pegasus; ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ସତ୍ୟପାଠ, ଗଠନ ହେବ କମିଟି

author img

By

Published : Aug 16, 2021, 2:53 PM IST

ପେଗାସସ ଜାସୁସୀ ପ୍ରସଙ୍ଗରେ ଆଜି କେନ୍ଦ୍ର ସରକାର ସର୍ବୋଚ୍ଚ ଅଦାଲତରେ ଦାଖଲ କରିଛନ୍ତି ସତ୍ୟପାଠ । ସତ୍ୟପାଠ ଦାଖଲ କରି କେନ୍ଦ୍ର ସରକାର ଉଠିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଅଧିକ ପଢନ୍ତୁ...

Pegasus casePegasus case
Pegasus case

ନୂଆଦିଲ୍ଲୀ: ପେଗାସସ ଜାସୁସୀ ପ୍ରସଙ୍ଗରେ ଆଜି କେନ୍ଦ୍ର ସରକାର ସର୍ବୋଚ୍ଚ ଅଦାଲତରେ ଦାଖଲ କରିଛନ୍ତି ସତ୍ୟପାଠ । ସତ୍ୟପାଠ ଦାଖଲ କରି କେନ୍ଦ୍ର ସରକାର ଉଠିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଏହାସହ କୋର୍ଟଙ୍କୁ ଅବଗତ କରିଛନ୍ତି କି ଅଭିଯୋଗର ଯାଞ୍ଚ ପାଇଁ କେନ୍ଦ୍ର ସରକାର ଏକ ବୈଷୟିକ କମିଟି ଗଠନ କରିବେ । କମିଟି ଅଭିଯୋଗର ଯାଞ୍ଚ କରିବ । ସରକାରଙ୍କୁ ରିପୋର୍ଟ ଦେବ । ବୈଷୟିକ କମିଟିର ରିପୋର୍ଟ ଆଧାରରେ ସରକାର ପରବର୍ତ୍ତୀ ପଦକ୍ଷେପ ନେବେ ।

ଆଜି (ସୋମବାର) ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି ସରକାର କହିଛନ୍ତି କି ଅଭିଯୋଗର କୌଣସି ଆଧାର ନାହିଁ । କେବଳ ମିଡିଆ ରିପୋର୍ଟକୁ ଆଧାର କରି ସରକାରଙ୍କ ଉପରେ ଅଭିଯୋଗ ଲଗାଯାଉଛି । ଏସମ୍ପର୍କରେ ଦେଶର ଆଇଟି ମନ୍ତ୍ରୀ ସଂସଦରେ ବିବୃତ୍ତି ମଧ୍ୟ ରଖିଛନ୍ତି । ଏହାସତ୍ତ୍ବେ ଏକ ବିଦେଶୀ ଗଣମାଧ୍ୟମର ରିପୋର୍ଟକୁ ଆଧାର କରି ବିରୋଧୀ ଓ କିଛି ଲୋକ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ସରକାର ଏହା ମଧ୍ୟ ଦର୍ଶାଇଛନ୍ତି କି ଇସ୍ରାଏଲ ଭିତ୍ତିକ ଏକ କମ୍ପାନୀ ପେଗାସସ ସ୍ପାଇୱେର ଦ୍ବାରା ସରକାର ଦେଶର ୩ ଶହରୁ ଅଧିକ ଲୋକଙ୍କ ଫୋନ ହ୍ୟାକ କରାଇଥିବା ଅଭିଯୋଗ ହୋଇଛି । ଯାହା ଅମୂଳକ ।

ଆଜି ସୁପ୍ରିମକୋର୍ଟରେ ପେଗାସସକୁ ନେଇ ଦ୍ବିତୀୟ ଥର ଶୁଣାଣି ହୋଇଥିଲା । କେନ୍ଦ୍ର ସରକାରଙ୍କ ପକ୍ଷରୁ ସିଲିସିଟର ଜେନେରାଲ ତୁଷାର ମେହେଟ୍ଟା ସତ୍ୟପାଠ ଦାଖଲ କରିଥିଲେ । ପ୍ରଧାନ ବିଚାରପତି କହିଥିଲେ କି ଆମେ ସମସ୍ତଙ୍କ ପକ୍ଷ ଶୁଣିବୁ । ଅଭିଯୋଗକୁ ନେଇ ବର୍ତ୍ତମାନ ସୁଦ୍ଧା କଣ ପଦକ୍ଷେପ ସରକାର ନେଇଛନ୍ତି ପ୍ରଧାନ ବିଚାରପତି ଜାଣିବାକୁ ଚାହିଁଥିଲେ । ଏହାର ବିରୋଧ କରିଥିଲେ ବରିଷ୍ଠ ଆଇନଜୀବୀ କପିଳ ସିବଲ । କପିଳ କହିଥିଲେ ପେଗାସସ ଜାସୁସୀ ସରକାର କିମ୍ବା ସରକାରଙ୍କ କୌଣସି ସଂସ୍ଥା ଦ୍ବାରା ହୋଇଛି କି ନାହିଁ ? ଯଦି ହୋଇଛି କିଏ କରିଛି ? ଯଦି ହୋଇନାହିଁ ସରକାର ଯାଞ୍ଚ ପାଇଁ କାହିଁକି ବୈଷୟିକ କମିଟି ଗଠନ କରିବାକୁ ଚାହୁଁଛନ୍ତି ?

ସେହିପରି ସିବଲ କହିଥିଲେ ବର୍ଷ ୨୦୧୯ରେ ପେଗାସସକୁ ନେଇ ସଂସଦରେ ହାଇଦ୍ରାବାଦ ସାଂସଦ ଏହି ପ୍ରସଙ୍ଗ ଉଠାଇଥିଲେ । କିନ୍ତୁ ସେତେବେଳେ ସରକାର ଏହାକୁ ଖଣ୍ଡନ କରିଥିଲେ । ଆମର ଚିନ୍ତା ଦେଶର ସାମ୍ବିଧାନିକ ଅନୁଷ୍ଠାନକୁ ନେଇ । ସାମ୍ବିଧାନିକ ଅନୁଷ୍ଠାନ ସ୍ବାଧିନ ଭାବେ କାମ କରନ୍ତୁ। କିନ୍ତୁ ସରକାର ଦେଶର ସାମ୍ବିଧାନିକ ଅନୁଷ୍ଠାନ, କେନ୍ଦ୍ରମନ୍ତ୍ରୀ, ସାମ୍ବାଦିକ ଓ ରାଜନେତାଙ୍କ ଉପରେ ଗୁପ୍ତ ନଜର ରଖୁଛନ୍ତି। ତେଣୁ ଆମର ପ୍ରାର୍ଥନାକୁ କୋର୍ଟ ବିଚାର କରନ୍ତୁ ବୋଲି ସିବଲ ଯୁକ୍ତି ବାଢିଥିଲେ ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.