ETV Bharat / bharat

ପଶ୍ଚିମବଙ୍ଗ ପ୍ରାକ ନିର୍ବାଚନୀ ହିଂସା: ରାଜଭବନରେ ଖୋଲିଲା ଅଭିଯୋଗ ପ୍ରକୋଷ୍ଠ - ପଶ୍ଚିମବଙ୍ଗ ରାଜ୍ୟପାଳ ସି ଭି ଆନନ୍ଦ ବୋଷ

ପଶ୍ଚିମବଙ୍ଗ ପଞ୍ଚାୟତ ପ୍ରାକ ନିର୍ବାଚନୀ ହିଂସା ପାଇଁ ରାଜଭବନରେ ଖୋଲିଲା ଅଭିଯୋଗ ପ୍ରକୋଷ୍ଠ । ହିଂସା ପ୍ରଭାବିତ ଦକ୍ଷିଣ 24 ପ୍ରଗଣା ଜିଲ୍ଲା ଗସ୍ତ କରିବା ପରେ ରାଜ୍ୟପାଳ ସି.ଭି ଆନନ୍ଦ ବୋଷଙ୍କ ନିଷ୍ପତ୍ତି । ଅଧିକ ପଢନ୍ତୁ

ପଶ୍ଚିମବଙ୍ଗ ପ୍ରାକ ନିର୍ବାଚନୀ ହିଂସା: ରାଜଭବନରେ ଖୋଲିଲା ଅଭିଯୋଗ ପ୍ରକୋଷ୍ଠ

author img

By

Published : Jun 18, 2023, 8:03 PM IST

କୋଲକାତା: ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଭିନ୍ନ ସ୍ଥାନରେ ଉତ୍ତେଜନା ଓ ହିଂସା ଲାଗିରହିଛି । ଦକ୍ଷିଣ 24 ପ୍ରଗଣା ଜିଲ୍ଲାରେ ନାମାଙ୍କନ ପ୍ରକ୍ରିୟା ପୂର୍ବରୁ ସର୍ବାଧିକ ହିଂସା ଘଟଣା ସାମ୍ନାକୁ ଆସିଛି । ଗତ ସପ୍ତାହେ ମଧ୍ୟରେ ହୋଇଥିବା ହିଂସାରେ ଏପର୍ଯ୍ୟନ୍ତ 6 ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ରାଜ୍ୟରେ ଜାରି ରହିଥିବା ହିଂସାକୁ ନେଇ ରାଜ୍ୟପାଳ ସି.ଭି ଆନନ୍ଦ ବୋଷ ଶ୍ମସାନ ଚିନ୍ତାବ୍ୟକ୍ତ କରିଛନ୍ତି । ରାଜ୍ୟପାଳ ନିଜେ ହିଂସା ପ୍ରଭାବିତ 24 ପ୍ରଗଣା ଜିଲ୍ଲା ଗସ୍ତ କରିବା ପରେ ରାଜଭବନରେ ହିଂସା ସମ୍ପର୍କିତ ଅଭିଯୋଗ ପାଇଁ ଏକ ଅଭିଯୋଗ ପ୍ରକୋଷ୍ଠ ମଧ୍ୟ ଖୋଲାଯାଇଛି । ଯାହାର ନାମ ରଖାଯାଇଛି ‘ପିସ୍‌ ରୁମ’ । ନିର୍ବାଚନୀ ହିଂସା ଓ ଅନ୍ୟାନ୍ୟ ଅଭିଯୋଗ ପାଇଁ ଅଭିଯୋଗକାରୀ ସିଧାସଳଖ ରାଜଭବନରେ ଦ୍ବାରସ୍ଥ ହୋଇପାରିବେ ।

ଦକ୍ଷିଣ 24 ପ୍ରଗଣାରେ ନାମାଙ୍କନ ଦିନ ହୋଇଥିବା ହିଂସାସ୍ଥଳ ପରିଦର୍ଶନ କରିଛନ୍ତି ରାଜ୍ୟପାଳ ବୋଷ । ରାଜ୍ୟରେ ଏବେ ସୁଦ୍ଧା ପ୍ରାକ ନିର୍ବାଚନ ହିଂସାରେ ଭିନ୍ନ ଭିନ୍ନ ସ୍ଥାନରେ 6 ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟପାଳ ଏହି ଘଟଣାରେ ହସ୍ତକ୍ଷେପ କରନ୍ତୁ ବୋଲି ବିଭିନ୍ନ ରାଜନୈତିକ ଦଳ ଦାବି କରୁଥିଲେ । ଆଜି ରାଜ୍ୟପାଳ ବୋଷ ନିଜେ ହିଂସା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ପୀଡିତ ପରିବାର ସହ ଆଲୋଚନା କରିଥିଲେ । ପରେ ରାଜଭବନରେ ଏକ ଅଭିଯୋଗ ପ୍ରକୋଷ୍ଠ ଖୋଲାଯିବା ନେଇ ରାଜ୍ୟପାଳ ନିର୍ଦ୍ଦେଶ ମଧ୍ୟ କରିଥିଲେ ।

ରାଜଭବନରେ ଖୋଲାଯାଇଥିବା ଅଭିଯୋଗ ପ୍ରକୋଷ୍ଠରେ ସିଧାସଳଖ ଅଭିଯୋଗ କରାଯାଇପାରିବ । ଅଭିଯୋଗ ପଞ୍ଜୀକରଣ ହେବା ପରେ ଆବଶ୍ୟକତା ଅନୁସାରେ, ଏହାକୁ ରାଜ୍ୟ ସରକାର କିମ୍ବା ନିର୍ବାଚନ କମିଶନଙ୍କ ନିକଟକୁ ପଠାଯିବ । ଫଳରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବା ନେଇ ରାଜଭବନ ପକ୍ଷରୁ କୁହାଯାଇଛି । ଏଥିପାଇଁ ନିଜେ ଅଭିଯୋଗକାରୀ ରାଜଭବନ ଆସିପାରିବେ କିମ୍ବା ଅନଲାଇନ ମାଧ୍ୟମରେ ମଧ୍ୟ ଅଭିଯୋଗ ଦାଖଲ କରିପାରିବେ । ଏକ 24 ଘଣ୍ଟିଆ ହେଲ୍ପଲାଇନ ନମ୍ବର (033-22001614) ସହ ମେଲ-ଆଇଡି (OSD2w.b.governor@gmail.com) ମଧ୍ୟ ଜାରି କରାଯାଇଛି । ଅଭିଯୋଗ ପଞ୍ଜୀକରଣ ହେବା ପରେ ଏହାର ପରବର୍ତ୍ତୀ କର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଉପରେ ମଧ୍ୟ ରାଜଭବନ ଦୃଷ୍ଟି ରଖିବ ।

ଜୁଲାଇ 8 ତାରିଖରେ ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି । ଏହା ପୂର୍ବରୁ ରାଜ୍ୟରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଦକ୍ଷିଣ 24 ପ୍ରଗଣାରେ ନାମାଙ୍କନ ଦାଖଲ ସମୟରେ ବ୍ୟାପକ ହିଂସା ଦେଖିବାକୁ ମିଳିଥିଲା । ସେହିପରି କୁଚ୍ଚବିହାହରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନୀତିଶ ପରମାଣିକଙ୍କ ଗାଡି ଉପରେ ମଧ୍ୟ ଆକ୍ରମଣ ହୋଇଥିଲା । ଶାସକ ତୃଣମୂଳ କଂଗ୍ରେସର କର୍ମୀମାନେ କେନ୍ଦ୍ର ମନ୍ତ୍ରୀଙ୍କ କାଫିଲା ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.