ETV Bharat / bharat

ପୁଞ୍ଚରେ ମେହବୁବାଙ୍କୁ ଅଟକାଇଲା ପୋଲିସ, ରାସ୍ତା ମଝିରେ ବସିଲେ

author img

By ETV Bharat Odisha Team

Published : Dec 30, 2023, 5:30 PM IST

PDP Chief Mehbooba Mufti: ପୁଞ୍ଚରେ ପିଡିପି ମୁଖ୍ୟ ମେହବୁବା ମୁଫ୍ତିଙ୍କୁ ଅଟକାଇଲା ପୋଲିସ । ପ୍ରତିବାଦରେ ସମର୍ଥକଙ୍କ ସହ ହାଇୱେରେ ଧାରଣା ଦେଲେ ମୁଫ୍ତି । ଅଧିକ ପଢନ୍ତୁ

PDP Chief Mehbooba Mufti
PDP Chief Mehbooba Mufti

ଶ୍ରୀନଗର: ଜମ୍ମୁକାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫ୍ତିଙ୍କୁ ବାଟରେ ଅଟକାଇଲା ପୋଲିସ । ସେ ପୁଞ୍ଚର ଟୋପା ପିର ଅଞ୍ଚଳକୁ ଯାଉଥିବା ବେଳେ ତାଙ୍କୁ ପୋଲିସ ସୁରକ୍ଷା ଦୃଷ୍ଟିରୁ ଯିବାକୁ ଅନୁମତି ନ ଦେବା ପରେ ମେହବୁବା ଓ ତାଙ୍କ ସମର୍ଥକମାନେ ରାଜୌରି-ପୁଞ୍ଚ ହାଇୱେରେ ବସି ଧାରଣା ଦେଇଛନ୍ତି । ଭାରତୀୟ ସେନା ହେପାଜତରେ ରହି କିଛି ନାଗରିକଙ୍କ ମୃତ୍ୟୁ ଘଟିବା ପରେ ଶୋକସନ୍ତପ୍ତ ପରିବାରକୁ ଆଶ୍ବାସନା ଦେବା ଲାଗି ଟୋପା ପିରକୁ କିଛି ସମର୍ଥକଙ୍କ ସହ ଯାଉଥିଲେ ମେହବୁବା ।

  • #WATCH पुंछ, जम्मू-कश्मीर: सुरक्षा कारणों से पुलिस द्वारा DKG रोड पर रोकने पर PDP प्रमुख महबूबा मुफ्ती ने कहा, "...भाजपा अध्यक्ष रविंदर रैना यहां आ सकते हैं, नेशनल कॉन्फ्रेंस के नेता आ सकते हैं लेकिन वे हमें कहते हैं कि यहां कुछ खतरा है... मुझे लगता है कि यहां सबसे बड़ा ख़तरा यही… pic.twitter.com/WHiQlbzcC2

    — ANI_HindiNews (@AHindinews) December 30, 2023 " class="align-text-top noRightClick twitterSection" data=" ">

ଅଧା ବାଟରେ ମେହବୁବାଙ୍କୁ ସୁରକ୍ଷା ଦୃଷ୍ଟିରୁ ଡିକେଜି ରୋଡ ନିକଟରେ ପୋଲିସ ଅଟକ ରଖିବା ପରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, "ବିଜେପି ଅଧ୍ୟକ୍ଷ ରବିନ୍ଦର ରୈନା ଏଠାକୁ ଆସିପାରିବେ, ନ୍ୟାସନାଲ କନଫରେନ୍ସର ନେତାମାନେ ଏଠାକୁ ଆସିପାରିବେ । ସେମାନଙ୍କ ପାଇଁ କୌଣସି ବିପଦ ନାହିଁ । ହେଲେ ମୋତେ ଏଠାରେ ସୁରକ୍ଷା ଦୃଷ୍ଟିରୁ ଅଟକାଯାଇଛି । ମୋତେ ଲାଗୁଛି ଏଠାରେ ସବୁଠୁ ବଡ଼ ବିପଦ ଏଠାକାର ଲୋକେ । ସେମାନେ ଚାହୁଁନାହାନ୍ତି ଆମେ ଶୋକ ସନ୍ତପ ପରିବାରକୁ ଭେଟୁ । ଆଜି ଆମକୁ ନିଜ ଜନ୍ମମାଟିକୁ ଯିବାକୁ ଅନୁମତି ନାହିଁ । ମୁଁ ରାତି ପର୍ଯ୍ୟନ୍ତ ଏଠାରେ ଧାରଣାରେ ବସିବି ।"

ଏହା ବି ପଢନ୍ତୁ- ପୁଞ୍ଚରେ ଆତଙ୍କୀ ଆକ୍ରମଣରେ ୫ ଯବାନ ଶହୀଦ, ଆତଙ୍କବାଦୀ ବ୍ୟବହାର କରିଥିଲେ ଆମେରିକା ରାଇଫଲ

ସେ ସ୍ଥାନୀୟ ପ୍ରଶାସନ ଉପରେ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି, "ମୁଁ ଜାଣିପାରୁନାହିଁ ଏଠାକାର ପ୍ରଶାସନ ମୋତେ ଏତେ ଭୟ କାହିଁକି କରେ ? ଏଠାରେ ମୋ ସୁରକ୍ଷା ପ୍ରତି କୌଣସି ବିପଦ ନାହିଁ, ତଥାପି ମୋତେ ଯିବାକୁ ଅନୁମତି ଦିଆଯାଉନାହିଁ । ଏହି ଅଞ୍ଚଳରେ ସ୍ବାଭାବିକ ଭାବେ ଯାତାୟାତ ହେଉଛି । ଅନ୍ୟ ନେତାମାନେ ଶୋକସନ୍ତପ ପରିବାରକୁ ଭେଟୁଛନ୍ତି । ହେଲେ କେବଳ ମୋତେ ସେଠାକୁ ଯିବାକୁ ଅନୁମତି ନାହିଁ । ସେଠାକୁ ଗଲେ ସେମାନଙ୍କର (ସୁରକ୍ଷା ଏଜେନ୍ସି) ଗୁପ୍ତ ତଥ୍ୟ ସାର୍ବଜନୀନ ହୋଇଯିବ ।"

ମେହବୁବା ଭାରତୀୟ ସେନା ବିରୋଧରେ ମଧ୍ୟ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ ଭାରତୀୟ ସେନା ଲୋକଙ୍କୁ ଅତ୍ୟାଚାର ଦେଉଛି । ଏପରିକି ଏହି ନିର୍ଯାତିତ ଲୋକଙ୍କ ମଧ୍ୟରେ ମହିଳା ମଧ୍ୟ ସାମିଲ ଅଛନ୍ତି । ଏପରିକି ସେମାନଙ୍କୁ ଭୟଭୀତ ମଧ୍ୟ କରାଯାଇଛି । ମେହବୁବାଙ୍କ ଏପରି ମନ୍ତବ୍ୟ ଉପରେ ସ୍ଥାନୀୟ ପ୍ରଶାସନ କିମ୍ବା ସେନା ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ । ରିପୋର୍ଟ ଅନୁସାରେ ଆର୍ମି ହେପାଜତରେ ୩ ଜଣ ନାଗରିକଙ୍କ ମୃତ୍ୟୁ ଘଟିଛି । ଉକ୍ତ ପରିବାରକୁ ଭେଟିବା ଲାଗି ମେହବୁବା ଗତ ସପ୍ତାହରେ ମଧ୍ୟ ଉଦ୍ୟମ କରିଥିଲେ । ହେଲେ ତାଙ୍କୁ ପୁଞ୍ଚରେ ଅଟକାଯିବା ସହ ଗୃହବନ୍ଦୀ କରି ରଖାଯାଇଥିଲା ।

ଏହା ବି ପଢନ୍ତୁ- ଘାଟିରେ ସେନା ଟ୍ରକକୁ ଆମ୍ବୁସ କରି ଗୁଳିମାଡ: 4 ଯବାନ ଶହୀଦ, ଏନକାଉଣ୍ଟର ଜାରି

ସୂଚନା ଥାଉ କି ଗତ ଡିସେମ୍ବର ୨୧ ତାରିଖରେ ସେନା ଗାଡ଼ିକୁ ଆମ୍ବୁସ କରି ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଆକ୍ରମଣ କରିଥିଲେ । ଏଥିରେ ୫ ଜଣ ଯବାନ ଶହୀଦ ହୋଇଥିଲେ । ଏହାପରେ ଆତଙ୍କବାଦୀମାନେ ପଳାୟନ କରିଥିଲେ । ଏହି ଆକ୍ରମଣ ପରେ ସମ୍ପୂର୍ଣ୍ଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏହି ଆକ୍ରମଣ ପରେ ଆତଙ୍କବାଦୀମାନେ ଆଉ ଏକ ଷଡ଼ଯନ୍ତ୍ର ପାଇଁ ଯୋଜନା କରୁଥିବା ବେଳେ ଗତ ସପ୍ତାହରେ ସୁରକ୍ଷାକର୍ମୀମାନେ ବ୍ୟାପକ ଅସ୍ତ୍ରଶସ୍ତ୍ର ଜବତ କରିଥିଲେ । ଏହାପରେ ଅନେକ ସ୍ଥାନୀୟ ବାସିନ୍ଦାଙ୍କୁ ପଚରାଉଚରା କରାଯାଇଥିଲା । ଏହି ସମୟରେ ୩ ଜଣ ନାଗରିକଙ୍କୁ ନିର୍ଯାତନା ଦେବା ଦ୍ବାରା ସେମାନଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଏ ନେଇ ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି । ହେଲେ ପ୍ରଶାସନ ପକ୍ଷରୁ ଏଯାବତ କୌଣସି ପ୍ରତିକ୍ରିୟା ରଖାଯାଇନଥିବା ବେଳେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ସରକାରୀ ଚାକିରି ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.