ETV Bharat / bharat

Patna Opposition Meeting: ରାହୁଲଙ୍କ ସ୍ବାଗତରେ ଖୋଲିଲା ପ୍ରେମର ଦୋକାନ - ମହବ୍ବତ କି ଦୁକାନ

ବିହାର ପାଟନାରେ ବିରୋଧୀ ଦଳ ବୈଠକରେ ସାମିଲ ହୋଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାହୁଲଙ୍କୁ ସ୍ବାଗତ କରିବା ଲାଗି ରାଜ୍ୟରେ ଖୋଲିଛି ପ୍ରେମର ଦୋକାନ । ଅଧିକ ପଢନ୍ତୁ

mohabbat ki dukan
mohabbat ki dukan
author img

By

Published : Jun 23, 2023, 4:02 PM IST

ପାଟନା: ବିହାର ରାଜଧାନୀ ପାଟନାରେ ବିରୋଧୀଙ୍କ ମହାମେଳି ଦେଖିବାକୁ ମିଳିଛି । ପ୍ରାୟ ୧୫ରୁ ଅଧିକ ବିରୋଧୀ ଦଳ ନେତା ମହାମେଣ୍ଟ ଗଠନ ନେଇ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ସାମିଲ ହୋଇଛନ୍ତି । ତେବେ ପାଟନାରେ ରାହୁଲଙ୍କ ସ୍ବାଗତ ଲାଗି ଖୋଲିଛି ପ୍ରେମର ଦୋକାନ । କଂଗ୍ରେସ କର୍ମକର୍ତ୍ତାମାନେ ତୋରଣ ସାଙ୍ଗକୁ ବିଭିନ୍ନ ପ୍ରକାର ଲେଖାଥିବା ପୋଷ୍ଟର ଲଗାଇଥିବା ଦେଖିବାକୁ ମିଳିଛି ।

ବିରୋଧୀ ଦଳ ବୈଠକରେ ସାମିଲ ହୋଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାହୁଲଙ୍କ ସ୍ବାଗତ ଲାଗି ଉତ୍ସାହିତ ହୋଇପଡ଼ିଛନ୍ତି କଂଗ୍ରେସ କର୍ମକର୍ତ୍ତା । ବିହାର କଂଗ୍ରେସ ରାହୁଲଙ୍କ ସ୍ବାଗତ ଲାଗି ରାଜ୍ୟର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଛି । 'ମହବ୍ବତ କି ଦୁକାନ ବା ପ୍ରେମର ଦୋକାନ' ଲେଖାଥିବା ଏକ କଟଆଉଟ ମଧ୍ୟ ଦେଖିବାକୁ ମିଳିଛି । ଏହି କଟଆଉଟର ଡିଜାଇନ ଏକ ଦୋକାନର କାଉଣ୍ଟର ଭଳି ପ୍ରତୀୟମାନ ହେଉଛି । ଯାହାକୁ ନେଇ ରାଜ୍ୟରେ ବେଶ ଚର୍ଚ୍ଚା ହେଉଛି । ଏହା ରାହୁଲଙ୍କ ପ୍ରେମର ଦୋକାନ ଓ ଏଠାରେ ଭାଇଚାରା ମିଳିଥାଏ ବୋଲି କହିଛନ୍ତି କଂଗ୍ରେସ କର୍ମୀ ।

ଏହା ବି ପଢନ୍ତୁ- ପାଟନା ବୈଠକକୁ ବିଜେପିର ପ୍ରଶ୍ନ, ନୀତିଶଙ୍କ ବରଯାତ୍ରୀଙ୍କ ବର କିଏ ?

ରାହୁଲଙ୍କ ପ୍ରେମରେ ଦୋକାନରେ ଅନେକ ଡବା ରହିଛି । ହିଂସାକୁ ତ୍ୟାଗ କରି ପ୍ରେମ ବାଣ୍ଟିବା ଲାଗି ଏହି କଟଆଉଟରେ ଲେଖା ମଧ୍ୟ ହୋଇଛି । ପ୍ରେମର ଦୋକାନ ମଧ୍ୟରେ ଥିବା ଡବାରେ ଲେଖାଯାଇଛି ଦେଶପ୍ରେମ, ବିକାଶ, ସବକା ସମ୍ମାନ, ଭାଇଚାରା । ଏହି ପ୍ରେମର ଦୋକାନ କଟଆଉଟକୁ ନେଇ ବେଶ ଚର୍ଚ୍ଚା ହେଉଛି । ସୂଚନା ଥାଉ କି ବିରୋଧୀ ମହାମେଣ୍ଟ ଲାଗି ପାଟନାରେ ବିରୋଧୀ ଦଳ ନେତାଙ୍କ ମହାମେଳି ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅଧ୍ୟକ୍ଷତାରେ ବସିଛି ଏହି ବୈଠକ । ଏଥିରେ ଅନେକ ବିଜେପି ବିରୋଧୀ ଦଳଗୁଡ଼ିକ ସାମିଲ ହୋଇଛନ୍ତି ।

ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ଶାସିତ କେନ୍ଦ୍ର ସରକାରଙ୍କ ହାତରୁ ଶାସନ କ୍ଷମତା ଛଡ଼ାଇ ନେବା ଲାଗି ପ୍ରାକ ପ୍ରସ୍ତୁତି ଆରମ୍ଭ ହୋଇଛି । ବିଜେପିର ଭୋଟ ହାର ବୃଦ୍ଧିକୁ ଲକ୍ଷ୍ୟ କଲେ ବିରୋଧୀମାନଙ୍କୁ ଏକତ୍ରିତ ହେବାର ଆବଶ୍ୟକତା ରହିଛି । ଏଣୁ ପାଟନାରେ ଅନୁଷ୍ଠିତ ହୋଇଛି ବିରୋଧୀ ଦଳ ବୈଠକ । ସେପଟେ ଏହା ଉପରେ ଅନେକ ବିଜେପି ନେତା ପ୍ରତିକ୍ରିୟା ରଖିଛନ୍ତି । ନୀତିଶଙ୍କ ବରଯାତ୍ରୀର ବର କିଏ ବୋଲି ପ୍ରଶ୍ନ କରିଛି ବିଜେପି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ମେଳିକୁ ଫଟୋ ସେସନ ବୋଲି କହିଛନ୍ତି । ବିରୋଧୀମାନେ ଯେତେ ଥର ବି ବୈଠକ କଲେ କେବେ ଏକତ୍ରିତ ହୋଇପାରିବେ ନାହିଁ ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.