ETV Bharat / bharat

Patna Violence: ଜେଠୁଲି ଗାଁରେ ତେଜିଲା ବିବାଦ, ଅଭିଯୁକ୍ତଙ୍କ ଘରେ ନିଆଁ ଲଗାଇଲେ ଲୋକେ

author img

By

Published : Feb 20, 2023, 10:35 PM IST

ବିହାର ପାଟନା ଜେଠୁଲି ଗାଁରେ ଘନେଇଲା ବିବାଦ । ମୁଖ୍ୟ ଅଭିଯୁକ୍ତଙ୍କ ଘରେ ନିଆଁ ଲଗାଇଲେ ଉତ୍ତ୍ୟକ୍ତ ଲୋକେ । ଅଧିକ ପଢନ୍ତୁ

Patna Violence
Patna Violence
Patna Violence: ଜେଠୁଲି ଗାଁରେ ତେଜିଲା ବିବାଦ, ଅଭିଯୁକ୍ତଙ୍କ ଘରେ ନିଆଁ ଲଗାଇଲେ ଲୋକେ

ପାଟନା: ବିହାର ପାଟନା ନଦୀ ଥାନା ଅଞ୍ଚଳ ନିକଟସ୍ଥ ଜେଠୁଲି ଗାଁରେ ତେଜିଲା ପାର୍କିଂ ବିବାଦ । ରବିବାର ଦୁଇ ଗୋଷ୍ଠୀଙ୍କ ବିରୋଧରେ ଗୁଳିକାଣ୍ଡ ଓ ଅଗ୍ନିକାଣ୍ଡ ପରେ ଆଜି ପୁଣି ଘନେଇଛି ବିବାଦ । ପୂର୍ବରୁ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ଆଉ ଜଣଙ୍କ ମୃତ୍ୟୁ ଘଟିଛି । ସେପଟେ ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବିରେ ହଙ୍ଗାମା ସୃଷ୍ଟି କରିଛନ୍ତି ଉତ୍ତେଜିତ ଲୋକେ । ପୋଲିସ ଉପରେ ପଥରମାଡ଼ ହୋଇଥିବା ବେଳେ ଜଣେ ପୋଲିସ କର୍ମୀ ଆହତ ହୋଇଛନ୍ତି । ସେପଟେ ମୁଖ୍ୟ ଅଭିଯୁକ୍ତ ଘରେ ନିଆଁ ଲଗାଇଛନ୍ତି ଉତ୍ତ୍ୟକ୍ତ ଲୋକେ ।

ଏହି ଘଟଣାରେ ପୋଲିସ ରବିବାର ରାତିରେ ହିଁ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ମାତ୍ର ମୁଖ୍ୟ ଅଭିଯୁକ୍ତ ଉମେଶ ରାୟଙ୍କୁ ପୋଲିସ ଏଯାବତ ଗିରଫ କରିନାହିଁ । ଏହାକୁ ନେଇ ରାଜ୍ୟରେ ଅଶାନ୍ତି ଦେଖାଦେଇଛି । ସୋମବାର ଜେଠୁଲି ଗାଁରେ ଲୋକେ ଉତ୍ତେଜିତ ହୋଇ ହଙ୍ଗାମା ସୃଷ୍ଟି କରିଛନ୍ତି । ମୁଖ୍ୟ ଅଭିଯୁକ୍ତ ଉମେଶଙ୍କ ଘରେ ଉତ୍ତ୍ୟକ୍ତ ଲୋକେ ନିଆଁ ଲଗାଇଥିବା ସୂଚନା ମିଳିଛି । ଏହା ସହ ଉମେଶଙ୍କ କାର ଆଦି ଭଙ୍ଗାରୁଜା କରିଛନ୍ତି । ଯେତେବେଳେ ପୋଲିସ ନିଆଁ ଲିଭାଇବା ଲାଗି ଦମକଳ ବାହିନୀ ସହ ପହଞ୍ଚିଥିଲା ସେତେବେଳେ ଉତ୍ତ୍ୟକ୍ତ ଲୋକେ ପୋଲିସ ଓ ଦମକଳ ବାହିନୀ ଉପରକୁ ପଥର ମାଡ଼ କରିଥିଲେ । ଏଥିରେ ଜଣେ ପୋଲିସ କର୍ମୀ ଆହତ ହୋଇଛନ୍ତି ।

ଏହା ବି ପଢନ୍ତୁ-Adani-Hindenburg Row: ଫୋର୍ବସ ରିପୋର୍ଟ ଗ୍ରହଣ କରିବାକୁ ମନାକଲେ ସର୍ବୋଚ୍ଚ କୋର୍ଟ

ଏହି ଅଗ୍ନିକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଉମେଶଙ୍କ ଘର ନିକଟରେ ଥିବା ଅନ୍ୟ ଘରେ ମଧ୍ୟ ନିଆଁ ବ୍ୟାପିଥିବା ଜଣାପଡ଼ିଛି । ଅନ୍ୟପଟେ କିଛି ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବା ଲାଗି ପୋଲିସ ନିକଟରେ ଅନୁରୋଧ କରିଛନ୍ତି । ଉତ୍ତ୍ୟକ୍ତ ଲୋକଙ୍କୁ ନିୟନ୍ତ୍ରଣକୁ ଆଣିବା ଲାଗି ଅଧିକ ପୋଲିସ ବଳଙ୍କୁ ନିୟୋଜିତ କରିଛି । ପାଟନା SDPO ମୁକେଶ ରଞ୍ଜନଙ୍କ କହିବାନୁସାରେ ଲୋକମାନେ ରବିବାର ସୁଦ୍ଧା ନିୟନ୍ତ୍ରଣରେ ରହିଥିଲେ । ମାତ୍ର ସୋମବାର ପୁଣି ହଙ୍ଗାମା ସୃଷ୍ଟି କରିଛନ୍ତି । ପୋଲିସ ବଳକୁ ଏକତ୍ରିତ କରାଯାଉଛି । ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ଲାଗି ଉଦ୍ୟମ ଜାରି ରହିଛି ।

ସୂଚନା ଥାଉ କି ଗତକାଲି ଜେଠୁଲି ଗାଁରେ ପାର୍କିଂକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । ଏହାପରେ ଦୁଇ ପକ୍ଷ ପରସ୍ପର ଉପରେ ଗୁଳି ଚାଳନା କରିଥିଲେ । ଉଭୟ ପକ୍ଷରୁ ପ୍ରାୟ ୫୦ ରାଉଣ୍ଡ ଗୁଳି ଚାଳନା ହୋଇଥିଲା । ଏହି ଗୁଳିକାଣ୍ଡରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ଯେତେବେଳେ ଚନ୍ଦ୍ରିକା ରାୟ ନିଜ ପରିବାର ସହିତ ଘର ବାହାରକୁ ଆସିଥିଲେ, ସେତେବେଳେ ମୁଖ୍ୟ ଅଭିଯୁକ୍ତ ଉମେଶଙ୍କ ଗୋଷ୍ଠୀଙ୍କ ପକ୍ଷରୁ ଗୁଳିମାଡ଼ ହୋଇଥିଲା । ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ଜଣେ ଦ୍ବାଦଶ ଛାତ୍ର ଦେହରେ ଗୁଳି ବାଜିଥିଲା । ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରଟିର ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.