ETV Bharat / bharat

ହିମାଚଳରେ ଅଜବ ପରମ୍ପରା, ଦୀପାବଳି ପରଦିନ କରାଯାଏ ପଥରମାଡ଼

author img

By ETV Bharat Odisha Team

Published : Nov 13, 2023, 10:24 PM IST

Pathar Mela in Shimla: ଦୀପାବଳି ପରଦିନ ହିମାଚଳ ପ୍ରଦେଶର ଏକ ସ୍ଥାନରେ ଅଜବ ପରମ୍ପରା ପାଳନ କରାଯାଏ । ଲୋକମାନେ ପରସ୍ପର ଉପରକୁ ପଥର ଫିଙ୍ଗି ଆକ୍ରମଣ କରିଥାନ୍ତି । ଅଧିକ ପଢନ୍ତୁ

Pathar Mela in Shimla
ପଥରମେଳା ପରମ୍ପରା
ପଥରମେଳା ପରମ୍ପରା

ଶିମଲା: ଦୀପାବଳି ବା କାଳିପୂଜା ଦେଶବ୍ୟାପୀ ପାଳନ ହୋଇଛି । ହେଲେ ଦୀପାବଳି ପରଦିନ ହିମାଚଳ ପ୍ରଦେଶର ଏକ ସ୍ଥାନରେ ଅଜବ ପରମ୍ପରା ପାଳନ କରାଯାଏ । ହିମାଚଳର ରାଜଧାନୀ ଶିମଲା ଠାରୁ ପ୍ରାୟ 30 କିଲୋମିଟର ଦୂରରେ ଅବସ୍ଥିତ ହାଲୋଗ ଅଞ୍ଚଳରେ ଲୋକମାନେ ପରସ୍ପର ଉପରେ ପଥର ଫିଙ୍ଗିବାର ପରମ୍ପରା ରହିଛି । ଏହି ପରମ୍ପରା ପ୍ରତିବର୍ଷ ଦୀପାବଳିର ପରଦିନ ପାଳନ କରାଯାଏ । ଏହାକୁ 'ପଥରର ମେଳା' କୁହାଯାଏ । ଆଜିର ଦିନରେ ୨ଟି ଗାଁର ଗ୍ରାମବାସୀ ପଥର ଫିଙ୍ଗି ଏହି ପରମ୍ପରାକୁ ଅନୁସରଣ କରିଥିଲେ । ସେହି ସମୟରେ ସମ୍ପୃକ୍ତ ଅଞ୍ଚଳରେ ପଥର ବର୍ଷା ହେଉଥିବା ଭଳି ମନେ ହୋଇଥିଲା । ଲୋକମାନେ ପରସ୍ପର ଉପରେ ପଥର ଫିଙ୍ଗିଥିବା ଦେଖିବାକୁ ମିଳିଛି ।

ଏହି ପଥରମାଡ଼ ସମୟରେ ଯଦି କେହି ବ୍ୟକ୍ତି ଆହତ ହୁଅନ୍ତି ବା ପଥର ଆଘାତରେ ରକ୍ତସ୍ରାବ ହେବା ଆରମ୍ଭ ହୁଏ, ସେତେବେଳେ ଏହି ପଥର ଫିଙ୍ଗିବା ବନ୍ଦ ହୋଇଯାଏ । ଏନେଇ ଲେଖକ ଏସ ଆର ହରନୋଟକହିଛନ୍ତି," ପଥର ମାଡ଼ ଦ୍ବାରା କେହି ବ୍ୟକ୍ତି ଆହତ ହେବା ମାତ୍ରେ ୩ ଜଣ ମହିଳା ଆସି ସେମାନଙ୍କ ଓଢଣୀ ଉଡାଇଥାନ୍ତି । ଯାହାକି ପଥର ମାଡ଼ ବନ୍ଦ କରିବାର ସଙ୍କେତ ଭାବେ ବିବେଚନା କରାଯାଏ । ତେବେ ଆଜି ଅନୁଷ୍ଠିତ ହୋଇଥିବା ଏହି ପଥର ମେଳାରେ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରାୟ 40 ମିନିଟ୍ ପର୍ଯ୍ୟନ୍ତ ପଥର ଫିଙ୍ଗା ହୋଇଥିବା ଦେଖିବାକୁ ମିଳିଥିଲା । ଶେଷରେ ଗଲୋଗ୍ ଗାଁର ଦିଲ୍ଲୀପ ବର୍ମା ନାମକ ଜଣେ ଯୁବକ ଆହତ ହୋଇଥିଲେ । ଆଉ ପରମ୍ପରା ଅନୁଯାୟୀ ପଥର ମାଡ଼ ବନ୍ଦ ହୋଇଥିଲା । ଏହାପରେ ଆହତ ଯୁବକଙ୍କ ରକ୍ତ ମା'ଭଦ୍ରକାଳୀଙ୍କୁ ସମର୍ପିତ କରାଯାଇଥିଲା ।

ଏହା ବି ପଢନ୍ତୁ...ରେଢ଼ାଖୋଲ ଦୀପାବଳିର ନିଆରା ପରମ୍ପରା, ଖେଳାଯାଏ ନିଆଁ ପେଣ୍ଡୁ ଖେଳ

ଏହି ପରମ୍ପରା ବାବଦରେ କୌଣସି ଐତିହାସିକ ପ୍ରମାଣ ନଥିଲେ ମଧ୍ୟ ବିଶ୍ବାସ କରାଯାଏ ଯେ, ରାଜାରାଜୁଡା ସମୟରେ ଧାମି ରାଜ୍ୟରେ ଅବସ୍ଥିତ ଭଦ୍ରାକାଳୀ ମନ୍ଦିରରେ 'ମଣିଷ ବଳୀ' ପ୍ରଥା ରହିଥିଲା । ରାଜାଙ୍କ ମୃତ୍ୟୁ ପରେ ଯେତେବେଳେ ଶାସନଭାର ରାଣୀଙ୍କ ହାତକୁ ଯାଇଥିଲା, ସେ ଏହି 'ମଣିଷ ବଳି' ପ୍ରଥାକୁ ନିଷେଦ୍ଧ କରିଥିଲେ । ଏହାପରେ ପଶୁ ବଳୀ ଦିଆଯାଇଥିଲା । ହେଲେ ମା' ପଶୁ ବଳୀକୁ ଗ୍ରହଣ କରିନଥିବା କୁହାଯାଏ । ଯେଉଁଥିପାଇଁ ଏଭଳି ପଥରମାଡ଼ କରି ମଣିଷଙ୍କ ରକ୍ତ ମା'ଙ୍କ ନିକଟରେ ସମର୍ପିତ ହେବାର ପରମ୍ପରା ପ୍ରଚଳିତ ହୋଇଆସୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.