ETV Bharat / bharat

ଦୀପ ଜାଳି ଦିପାବଳୀ ପାଳିବ ଦିଲ୍ଲୀ, ୨୭ରୁ ‘ପଟାଖା ନେହିଁ ଦିଆ ଜଲାଓ’ ଅଭିଯାନ - ଦିପାବଳୀ ୨୦୨୧

ଦିଲ୍ଲୀରେ ପ୍ରଦୂଷଣ ରୋକିବା ପାଇଁ ଚଳିତବର୍ଷ ଦିପାବଳୀରେ ଫୁଟିବ ନାହିଁ ବାଣ । ଦୀପ ଜାଳି ଦିପାବଳୀ ପାଳିବେ ଦିଲ୍ଲୀବାସୀ । ୨୭ ତାରିଖରୁ ‘ପଟାଖା ନେହିଁ, ଦିଆ ଜଲାଓ’ ଅଭିଯାନ ଆରମ୍ଭ କରିବେ ଦିଲ୍ଲୀ ସରକାର । ଅଧିକ ପଢନ୍ତୁ...

ଦିଲ୍ଲୀରେ ୨୭ ତାରିଖରୁ ‘ଫଟାକା ନେହିଁ ଦିଆ ଜଲାଓ’ ଅଭିଯାନ

author img

By

Published : Oct 25, 2021, 4:29 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ ଦିନକୁ ଦିନ ପ୍ରଦୂଷଣ ବଢି ଚାଲିଥିବାବେଳେ ସରକାର ବିଭିନ୍ନ କଟକଣା ମାଧ୍ୟମରେ ପ୍ରଦୂଷଣ ରୋକିବାକୁ ଅଭିଯାନ ଚଳାଇଛନ୍ତି । ସେହିକ୍ରମରେ ଚଳିତ ଦିପାବଳୀକୁ ନେଇ ମଧ୍ୟ କିଛି କଟକଣା ସହ ଭିନ୍ନ ଏକ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି ଦିଲ୍ଲୀ ସରକାର । ଅକ୍ଟୋବର ୨୭ ତାରିଖରୁ ଆରମ୍ଭ ଥିବାକୁ ଏହି ଅଭିଯାନର ନାଁ ‘ପଟାଖା ନେହିଁ ଦିଆ ଜଲାଓ’ ରଖାଯାଇଛି । ଦିଲ୍ଲୀ ସରକାରଙ୍କ ପରିବେଶ ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଉଛି ।

ଦିଲ୍ଲୀରେ ୨୭ରୁ ‘ଫଟାକା ନେହିଁ ଦିଆ ଜଲାଓ’ ଅଭିଯାନ

ପରିବେଶ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏହି ଅଭିଯାନରେ ଦିଲ୍ଲୀବାସୀଙ୍କୁ ବାଣ ନ ଫୁଟାଇବା ପାଇଁ ନିବେଦନ କରାଯିବା ସହ ସଚେତନତା କାର୍ଯ୍ୟକ୍ରମ କରାଯିବ । ଦିଲ୍ଲୀର ସମସ୍ତ ୧୫ ଜିଲ୍ଲାରେ ଅଭିଯାନକୁ କାର୍ଯ୍ୟକାରୀ କରିବା ପାଇଁ ଅଧିକାରୀଙ୍କୁ ନେଇ ଏକ କେନ୍ଦ୍ରୀୟ ଟିମ ଗଠନ କରାଯିବ । ସେହିପରି ସମସ୍ତ ୩୩ ଉପଖଣ୍ଡ ମାଜିଷ୍ଟ୍ରେଟ ମଧ୍ୟ ଏହି ଅଭିଯାନର ଅଂଶ ଭାବେ କାର୍ଯ୍ୟ କରିବେ । ତେବେ ସହରବାସୀ ବାଣ ଫୁଟାଉଥିଲେ କିମ୍ବା କେହି ବ୍ୟବସାୟୀ ବାଣ ବିକ୍ରି କରୁଥିବା ଘଟଣା ସାମ୍ନାକୁ ଆସିଲେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.