ETV Bharat / bharat

ଘନ କୁହୁଡିରେ ଆଚ୍ଛାଦିତ ହେଲା ଦିଲ୍ଲୀ

author img

By

Published : Feb 19, 2021, 11:07 AM IST

ଦିଲ୍ଲୀର କିଛି ସ୍ଥାନରେ ବାୟୁମଣ୍ଡଳ ଶୁକ୍ରବାର ସକାଳେ ଘନକୁହୁଡିରେ ଆଚ୍ଛାଦିତ ହୋଇଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

Parts of Delhi engulfs with heavy fog; air quality remains 'very poor'
ଘନ କୁହୁଡିରେ ଆଚ୍ଛାଦିତ ହେଲା ଦିଲ୍ଲୀର ବାୟୁମଣ୍ଡଳ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର କିଛି ଅଞ୍ଚଳରେ ଶୁକ୍ରବାର ସକାଳେ ଘନକୁହୁଡି ଆଚ୍ଛାଦିତ ହୋଇଥିବା ଦେଖିବାକୁ ମିଳିଛି । ତେବେ ସହରରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ସ୍ଥିତିରେ ରହିଥିବା ସିଷ୍ଟମ ଅଫ ଏୟାର କ୍ବାଲିଟି ଆଣ୍ଡ ୱେଦର ଫୋରକାଷ୍ଟିଂ ଆଣ୍ଡ ରିସର୍ଚ୍ଚ(SAFAR) ସୂଚନା ଦେଇଛି ।

ଦିଲ୍ଲୀ ସହରରେ ବାୟୁ ଗୁଣବତ୍ତା 'ଅତ୍ୟନ୍ତ ଖରାପ' ସ୍ତରର ନିକଟରେ ରହିଥିବା ବେଳେ ପବନର ବେଗ କମ ରହିଥିବା ଜଣାପଡିଛି । ତେବେ ପବନର ବେଗ ବଢିଲେ ଦିଲ୍ଲୀ ବାୟୁମଣ୍ଡଳରେ ପରିବର୍ତ୍ତନ ଆସିପାରେ ବୋଲି ଆଶା କରାଯାଇଛି । ଆଗାମୀ 2 ଦିନ ପାଇଁ ବାୟୁର ଗୁଣବତ୍ତା ଅତ୍ୟନ୍ତ ଖରାପ ସ୍ତରର ନିକଟରେ ରହିବ ବୋଲି SAFAR ବୁଲେଟିନରୁ ସୂଚନା ମିଳିଛି ।

ଏକ୍ୟୁଆଇ 0-50 ମଧ୍ୟରେ ରହିଲେ ଏହାକୁ 'ଭଲ' ବୋଲି ବିଚାର କରାଯାଏ । ସେହିପରି 51-100 ମଧ୍ୟରେ ରହିଲେ ସନ୍ତୋଷଜନକ, 100-200 ମଧ୍ୟରେ ରହିଲେ ମଧ୍ୟମ, 201-300 ମଧ୍ୟରେ ରହିଲେ ଖରାପ, 301-400 ମଧ୍ୟରେ ରହିଲେ ଅତ୍ୟନ୍ତ ଖରାପ ଏବଂ 401-500 ମଧ୍ୟରେ ରହିଲେ ଗମ୍ଭୀର ବୋଲି ବିଚାର କରାଯାଏ ।

ବାୟୁରେ ରହିଥିବା କଣିକା PM 10 188ରେ ରହି ମଧ୍ୟମ ଧରଣର ରହିଥିବା ବେଳେ PM 93 କଣିକା 150ରେ ରହି ଖରାପ ବର୍ଗରେ ରହିଥିବା ଜଣାପଡିଛି । ଶୁକ୍ରବାର ଭୋର 5ଟା 30 ସୁଦ୍ଧା ଦିଲ୍ଲୀରେ ତାପମାତ୍ରା 12 ଡିଗ୍ରୀ ରେକର୍ଡ କରାଯାଇଛି । ତେବେ ଶୁକ୍ରବାର ସର୍ବାଧିକ ତାପମାତ୍ରା 28 ଡ଼ିଗ୍ରୀ ରହିବାକୁ ଥିବାବେଳେ ସର୍ବନିମ୍ନ ତାପମାତ୍ରା 10 ଡ଼ିଗ୍ରୀ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ଗୁରୁବାର ଆକଳନ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.