ETV Bharat / bharat

Partition Horrors Remembrance Day: ବିଭାଜନ ବିଭୀଷିକାକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ, ପୀଡିତଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

author img

By

Published : Aug 14, 2023, 1:09 PM IST

ଆଜି ବିଭାଜନ ବିଭୀଷିକା ଦିବସ ପାଳୁଛି ଦେଶ । ବିଭାଜନର ଦୁର୍ଦ୍ଦଶା ଭୋଗିଥିବା ସମସ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆସନ୍ତାକାଲି(ମଙ୍ଗଳବାର) 77ତମ ସ୍ବାଧୀନତା ଦିବସ ପାଳିବ ଦେଶ । ଅଧିକ ପଢନ୍ତୁ

PM Modi on Partition Horrors Remembrance Day
partition day

ନୂଆଦିଲ୍ଲୀ: ଆଦି ବିଭାଜନ ବିଭୀଷିକା ସ୍ମୃତି ଦିବସ । ୧୯୪୭ ମସିହା ଆଜିର ଦିନରେ ଅର୍ଥାତ୍ ଅଗଷ୍ଟ ୧୪ ତାରିଖରେ ଭାରତ-ପାକିସ୍ତାନ ବିଭାଜନ ହୋଇଥିଲା । ଅଗଷ୍ଟ ୧୪କୁ ସ୍ବାଧୀନତା ଦିବସ ଭାବେ ପାଳନ କରାଯାଏ । ଏ ଦିନରେ ବିଭାଜନ ବେଦନାକୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ବିଟ କରି ସେହି କଳା ଦିନକୁ ମନେ ପକାଇବା ସହ ବିଭାଜନର ଦୁର୍ଦ୍ଦଶା ଭୋଗିଥିବା ସମସ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

  • विभाजन विभीषिका स्मृति दिवस उन भारतवासियों को श्रद्धापूर्वक स्मरण करने का अवसर है, जिनका जीवन देश के बंटवारे की बलि चढ़ गया। इसके साथ ही यह दिन उन लोगों के कष्ट और संघर्ष की भी याद दिलाता है, जिन्हें विस्थापन का दंश झेलने को मजबूर होना पड़ा। ऐसे सभी लोगों को मेरा शत-शत नमन।

    — Narendra Modi (@narendramodi) August 14, 2023 " class="align-text-top noRightClick twitterSection" data=" ">

ଟ୍ବିଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି,'' ବିଭାଜନ ବିଭୀଷିକା ସ୍ମୃତି ଦିବସ ସେହି ଭାରତବାସୀଙ୍କୁ ଶ୍ରଦ୍ଧାପୂର୍ବକ ସ୍ମରଣ କରିବାର ଦିନଟିଏ ଯେଉଁମାନଙ୍କ ଜୀବନ ଦେଶ ବିଭାଜନରେ ବଳି ପଡିଥିଲା । ଏହା ସହିତ ଏହି ଦିନରେ ସେହି ଲୋକଙ୍କ କଷ୍ଟ ଏବଂ ସଂଘର୍ଷକୁ ମନେ ପକାଇବା ପାଇଁ ପାଳନ ହୋଇଥାଏ । ସମସ୍ତ ପୀଡିତଙ୍କୁ ମୋର ଶତ ଶତ ପ୍ରଣାମ ।'' 2021ରେ ଅଗଷ୍ଟ 14 ତାରିଖକୁ ବିଭାଜନ ବିଭୀଷିକା ସ୍ମୃତି ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲେ ।

ଅନ୍ୟପଟେ ବିଭାଜନ ବିଭୀଷିକା ସ୍ମୃତି ଦିବସରେ ବିଜେପି ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଛି । କର୍ମଶାଳା ସମେତ ପ୍ରଦର୍ଶନୀ କରାଯାଇଛି । ଉତ୍ତରପ୍ରଦେଶ ବିଜେପି ସାଧାରଣ ସଚିବ ସୁଭାଷ ୟାଦୁଭାଶଂଙ୍କ ସୂଚନା ଅନୁସାରେ ବିଜେପି ନେତା 'ବିଭୀଷିକା ସ୍ମୃତି ଦିବସ' ନାମରେ ନୀରବ ଶୋଭାଯାତ୍ରା କରିବେ । 98ଟି ଜିଲ୍ଲାରେ ଏହି ଶୋଭାଯାତ୍ରା ହେବ । ସଂଘର୍ଷ ଓ ବଳିଦାନ ଦେଇଥିବା ଲକ୍ଷ ଲକ୍ଷ ଭାଇଭଉଣୀଙ୍କ ଯିଏ ବିଭାଜନରେ ଜୀବନ ହରାଇଥିଲେ ସେମାନଙ୍କ ପାଇଁ ଏହା ଏକ ଶ୍ରଦ୍ଧାଞ୍ଜଳି ହେବ ।

ଏହା ବି ପଢନ୍ତୁ...ଦେଶ ପାଳିବ 77ତମ ସ୍ବାଧୀନତା ଦିବସ: ଚମକୁଛି ଐତିହାସିକ ଲାଲକିଲ୍ଲା, ଏଥର 1800 ସ୍ବତନ୍ତ୍ର ଅତିଥି

ଏହା ବି ପଢନ୍ତୁ...Indo-Pakistani partition: ୭୫ ବର୍ଷ ପରେ ପଞ୍ଜାବରେ ଭାଇକୁ ଭେଟିଲା ଭଉଣୀ, ବିଭାଜନବେଳେ ହୋଇଥିଲେ ବିଚ୍ଛିନ୍ନ

ଉଲ୍ଲେଖନୀୟ କି, ଦେଶ ସ୍ବାଧୀନ ହେବା ପୂର୍ବରୁ ସାମ୍ପ୍ରଦାୟିକ ଭାବେ ଦେଶକୁ ବିଭାଜିତ କରିବାର ସ୍ଥିତି ସୃଷ୍ଟି ହୋଇଥିଲା । ମୁସଲମାନ ବହୁଳ ଅଞ୍ଚଳକୁ ନେଇ ପାକିସ୍ତାନ ନାମରେ ଏକ ସ୍ବତନ୍ତ୍ର ତଥା ନୂତନ ଦେଶ ଗଠନ ଲାଗି ଚାପ ପ୍ରୟୋଗ କରିଥିଲା ମହମ୍ମଦ ଅଲ୍ଲୀ ଜିହ୍ନାଙ୍କ ନେତୃତ୍ବାଧୀନ 'ମୁସଲିମ ଲିଗ' । ପରେ ଦେଶ ବିଭାଜିତ ହେବାରେ ସହମତି ପ୍ରକାଶ କରିଥିଲା ବ୍ରିଟିଶ ସରକାର । ଦେଶ ବିଭାଜନ ହେବା ସମୟରେ ମୁସଲିମ ସମ୍ପ୍ରଦାୟ ପାକିସ୍ତାନ ଚାଲିଯିବାବେଳେ ସେଠାରେ ଥିବା କିଛି ହିନ୍ଦୁ ଭାରତ ଫେରିଥିଲେ ।

ଏହି ବିଭାଜନ ପ୍ରକ୍ରିୟା ଅତ୍ୟନ୍ତ ଦୁର୍ଦ୍ଦଶାପୂର୍ଣ୍ଣ ଥିଲା । ଅସ୍ଥିରତା, ଅରାଜତକତା ଓ ଦଙ୍ଗାରେ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା । ପରେ 1947 ଅଗଷ୍ଟ 14 ତାରିଖ ମଧ୍ୟରାତ୍ରୀରେ ପାକିସ୍ତାନ ଏକ ଇସଲାମିକ ଦେଶ ଭାବେ ଆତ୍ମପ୍ରକାଶ କରିଥିବାବେଳେ, ପରଦିନ ଅର୍ଥାତ 15 ତାରିଖରେ ଧର୍ମ ନିରପେକ୍ଷ ରାଷ୍ଟ୍ର ଭାବେ ଆତ୍ମପ୍ରକାଶ କରିଥିଲା ଭାରତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.