ନୂଆଦିଲ୍ଲୀ: ମେ 26 ଅର୍ଥାତ୍ ଆଜି(ବୁଧବାର) ବର୍ଷର ପ୍ରଥମ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ । ଦେଶର ମାତ୍ର କିଛି ସ୍ଥାନରେ ଏହା ଆଶିଂକ ଦୃଶ୍ୟମାନ ହେବ । ଭାରତୀୟ ପାଣିପାଗ ବିଭାଗ ଏନେଇ ସୂଚନା ଦେଇଛି । ପଶ୍ଚିମବଙ୍ଗର କିଛି ଅଞ୍ଚଳ ଏବଂ ଓଡିଶା, ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜର କେତେକ ଉପକୂଳବର୍ତ୍ତୀ ଅଞ୍ଚଳରେ ଏହା ଆଶିଂକ ଦେଖାଯିବ ।
- " class="align-text-top noRightClick twitterSection" data="">
2019 ମସିହା ଜାନୁୟାରୀ 21 ତାରିଖ ପରଠୁ ଏହା ପ୍ରଥମ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ବା ସୁପରମୁନ୍ ହେବ । ଦକ୍ଷିଣ ଆମେରିକା, ଉତ୍ତର ଆମେରିକା, ଏସିଆ, ଅଷ୍ଟ୍ରେଲିଆ, ଆଣ୍ଟାର୍କଟିକା, ପ୍ରଶାନ୍ତ ମହାସାଗର ଏବଂ ଭାରତ ମହାସାଗରୀୟ ଅଞ୍ଚଳରେ ଏହି ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ । ନାସା ଅନୁଯାୟୀ ମେ 17 ତାରିଖରୁ ଅନେକ ମହାଜାଗତିକ ଘଟଣାମାନ ଘଟୁଛି, ଯାହା ଏହି ଚନ୍ଦ୍ର ଗ୍ରହଣରେ ଶେଷ ହେବ । ତେବେ ବୁଧବାର ଅପରାହ୍ନ 3ଟା 15ରେ ଗ୍ରହଣ ଆରମ୍ଭ ହୋଇ ଅପରାହ୍ନ 4ଟା 39 ମିନିଟରେ ପୂର୍ଣ୍ଣଗ୍ରାସ ଏବଂ 6ଟା 23ରେ ସମ୍ପୂର୍ଣ୍ଣ ଗ୍ରହଣ ଛାଡିବ । ସେହିପରି 2021 ନଭେମ୍ବର 19 ତାରିଖରେ ଭାରତରେ ପୁଣି ଏକ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ । ଏହା ମଧ୍ୟ ଏକ ଆଶିଂକ ଚନ୍ଦ୍ର ଗ୍ରହଣ ହେବ ।
ସୂଚନାଥାଉ କି, ଚନ୍ଦ୍ର ଗ୍ରହଣ ପୂର୍ଣ୍ଣିମା ଦିନ ସଙ୍ଗଠିତ ହୋଇଥାଏ । ଏହି ସମୟରେ ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ଅବସ୍ଥାନ କରିଥାନ୍ତି ଏବଂ ପୃଥିବୀ ସୂର୍ଯ୍ୟ ଓ ଚନ୍ଦ୍ର ମଧ୍ୟରେ ରହିଥାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ