ETV Bharat / bharat

ଆସନ୍ତା ମାସ 18ରୁ ଆରମ୍ଭ ହୋଇପାରେ ସଂସଦର ମୌସୁମୀ ଅଧିବେଶନ

ଆସନ୍ତା ମାସ 18 ତାରିଖରୁ ଆରମ୍ଭ ହୋଇପାରେ ସଂସଦର ମୌସୁମୀ ଅଧିବେଶନ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ସଂସଦୀୟ କମିଟି ତାରିଖ ସୁପାରିଶ କରିଥିବା ବିଶେଷ ସୂତ୍ରରୁ ସୂଚନା । ଅଧିକ ପଢନ୍ତୁ

author img

By

Published : Jun 14, 2022, 9:28 PM IST

ଆସନ୍ତା ମାସ 18 ରୁ ଆରମ୍ଭ ହୋଇପାରେ ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ଆସନ୍ତାମାସ (ଜୁଲାଇ) 18 ତାରିଖରୁ ଆରମ୍ଭ ହୋଇପାରେ ସଂସଦର ମୌସୁମୀ ଅଧିବେଶନ । ଏହି ଅଧିବେଶନ ଅଗଷ୍ଟ 12 ତାରିଖ ପର୍ଯ୍ଯନ୍ତ ଚାଲିବା ନେଇ ସୂତ୍ରରୁ ସୂଚନା ମିଳିିଛି । ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ସଂସଦୀୟ କମିଟି ଜୁଲାଇ 18 ରୁ ଅଗଷ୍ଟ 12 ମଧ୍ୟରେ ଏହି ଅଧିବେଶନ ସାରିବା ପାଇଁ ତାରିଖ ସୁପାରିଶ କରିଛି ।

ମିଳିଥିବା ସୂଚନା ଆଧାରରେ ଏହି ଅଧିବେଶନରେ ମୋଟ 17 କାର୍ଯ୍ୟଦିବସ ରହିପାରେ । ଏହି ଅଧିବେଶନ ଅବଧି ମଧ୍ୟରେ ହିଁ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ମଧ୍ୟ ହେବ । 18 ତାରିଖରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ହେବାକୁ ଥବାବେଳେ 21 ତାରିଖରେ ଗଣତି ହେବ । ସେହିପରି ରାଜ୍ୟସଭା ଅଧ୍ୟକ୍ଷ ତଥା ଉପ ରାଷ୍ଚ୍ରପତି ଭେଙ୍କେୟା ନାଇଡୁଙ୍କ କାର୍ଯ୍ୟକାଳ ମଧ୍ୟ ଅଗଷ୍ଟ 10 ତାରିଖରେ ଶେଷ ହେଉଛି । ଏହି ଅଧିବେଶନରେ ଏକାଧିକ ଗୁରୁତ୍ବପୂର୍ଣ୍ଣ ବିଲ ମଧ୍ୟ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.