ETV Bharat / bharat

ପୁନଃଗଠିତ ହେଲା ପାର୍ଲାମେଣ୍ଟ ଷ୍ଟାଣ୍ଡି କମିଟି, ଦାୟିତ୍ବ ବଜାୟ ରଖିଲେ ଶଶୀ ଥରୁର - reconstitution of Parliamentary standing committees

ପାର୍ଲାମେଣ୍ଟ ଷ୍ଟାଣ୍ଡିଂ କମିଟି ପୁନଃଗଠିତ । ଏକାଧିକ କଂଗ୍ରେସ ନେତା ପୂର୍ବପରି ବିଭିନ୍ନ କମିଟି ମୁଖ୍ୟ ଭାବେ ବଜାୟ ରଖିଲେ ଦାୟିତ୍ବ । ଅଧିକ ପଢନ୍ତୁ...

ପୁନଃଗଠିତ ହେଲା ପାର୍ଲାମେଣ୍ଟ ଷ୍ଟାଣ୍ଡି କମିଟି, ଦାୟିତ୍ବ ବଜାୟ ରଖିଲେ ଶଶୀ ଥରୁର

author img

By

Published : Oct 10, 2021, 7:00 AM IST

ନୂଆଦିଲ୍ଲୀ: ନୂତନ କାର୍ଯ୍ୟକାଳ ପାଇଁ ପୁନଃଗଠିତ ହୋଇଛି ପାର୍ଲାମେଣ୍ଟ ଷ୍ଟାଣ୍ଡିଂ କମିଟି । ଗୃହ, ସୂଚନା ପ୍ରଯୁକ୍ତିବିଦ୍ୟା, ପରିବେଶ ଏବଂ ଜଙ୍ଗଲ ଭଳି ୨୪ଟି କମିଟି ପୁନଃଗଠିତ ହୋଇଥିବାବେଳେ ଏକାଧିକ କଂଗ୍ରେସ ନେତା ପୂର୍ବପରି କମିଟି ମୁଖ୍ୟ ଭାବେ ଦାୟିତ୍ବ ନିର୍ବାହ କରିବେ । ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର ସୂଚନା ପ୍ରଯୁକ୍ତି ବିଦ୍ୟା ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଭାବରେ ପୂର୍ବପରି କାର୍ଯ୍ୟ କରିବେ । ଗତ କିଛି ମାସ ହେବ ବିଜେପି ଥରୁରଙ୍କୁ ପଦରୁ ହଟାଇବା ପାଇଁ ପ୍ରୟାସ ଜାରି ରଖିଥିଲା । ସେହିପରି କଂଗ୍ରେସର ଅନ୍ୟ ଜଣେ ବରିଷ୍ଠ ସାଂସଦ ଆନନ୍ଦ ଶର୍ମା ଗୃହ ବ୍ୟାପାର କମିଟିର ନେତୃତ୍ବ ଜାରି ରଖିବେ। ସେହିପରି କଂଗ୍ରେସ ନେତା ଜୟରାମ ରମେଶ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ପରିବେଶ ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ କମିଟିର ମୁଖ୍ୟ ରହିଛନ୍ତି ।

ବିଜେପି ସଦସ୍ୟ ସୁଶୀଲ କୁମାର ମୋଦିଙ୍କୁ ପର୍ସନାଲ, ଜନ ଅଭିଯୋଗ, ଆଇନ ଏବଂ ନ୍ୟାୟ କମିଟିର ଅଧ୍ୟକ୍ଷ କରାଯାଇଛି । ଏହାପୂର୍ବରୁ ଭୁପେନ୍ଦ୍ର ଯାଦବ ଏହି କମିଟିର ଅଧ୍ୟକ୍ଷ ଥିଲେ ଏବଂ ସେ ବର୍ତ୍ତମାନ କେନ୍ଦ୍ର କ୍ୟାବିନେଟ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ସହିତ ଶ୍ରମ ଏବଂ ରୋଜଗାର ମନ୍ତ୍ରୀ ମଧ୍ୟ ରହିଛନ୍ତି ।

ସେହିପରି ଶିବସେନାର ୩ଜଣ ରାଜ୍ୟସଭା ସଦସ୍ୟଙ୍କୁ ନୂତନ କମିଟିକୁ ସ୍ଥାନାନ୍ତର କରାଯାଇଛି। ଦଳର ବରିଷ୍ଠ ନେତା ସଂଞ୍ଜୟ ରାଉତ ପ୍ରତିରକ୍ଷା, ବୈଦେଶିକ ବ୍ୟାପାର କମିଟିର ମୁଖ୍ୟ ଭାବେ ଦାୟିତ୍ବ ତୁଲାଇବେ । ସେହିପରି ଅନିଲ ଦେଶାଇ କୋଇଲା ଏବଂ ଇସ୍ପାତ, ପ୍ରିୟଙ୍କା ଚତୁର୍ବେଦୀ ବାଣିଜ୍ୟ ,ପରିବହନ, ପର୍ଯ୍ୟଟନ ଏବଂ ସଂସ୍କୃତି କମିଟି ଦାୟିତ୍ବରେ ରହିବେ ।

ସେହିପରି ରାମ ଗୋପାଳ ଯାଦବ ସ୍ବାସ୍ଥ୍ୟ ଓ କଲ୍ୟାଣ କମିଟି ମୁଖ୍ୟ, ରାଧା ମୋହନ ସିଂ ରେଳବାଇ, ଜୟନ୍ତ ସିହ୍ନା ଅର୍ଥ ଓ ଜଗଦମ୍ବିକା ପାଲ ସହରାଞ୍ଚଳ ବିକାଶ କମିଟିର ମୁଖ୍ୟ ଭାବେ ଦାୟିତ୍ବ ତୁଲାଇବେ । ସେପ୍ଟେମ୍ବର 13ରୁ ଏହି କମିଟିଗୁଡିକର ପୁନଃଗଠନ ପ୍ରକ୍ରିୟା ପାଇଁ ପ୍ୟାନେଲ ଗଠିତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.