ନୂଆଦିଲ୍ଲୀ: ନୂଆ ଆଇଟି ନିୟମ ଲାଗୁ ହେବା ପରେ କେନ୍ଦ୍ର ସରକାର ଓ ଟ୍ବିଟର ମଧ୍ୟରେ ଥମୁନି ସଂଘର୍ଷ । ଏହାରି ମଧ୍ୟରେ ଆଇଟି ସମ୍ବନ୍ଧିତ ସଂସଦର ସ୍ଥାୟୀ କମିଟି ଟ୍ବିଟରକୁ କରିଛି ରିପୋର୍ଟ ତଲବ ।
କେନ୍ଦ୍ର ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ କଂଗ୍ରେସର ବରିଷ୍ଠ ନେତା ଶଶି ଥରୁରଙ୍କ ଟ୍ବିଟର ଆକାଉଣ୍ଟ ଲକ କରାଯିବା ମାମଲାରେ ଟ୍ବିଟରକୁ ଜବାବ ମାଗିଛି ସଂସଦୀୟ କମିଟି । 2 ଦିନ ମଧ୍ୟରେ ଟ୍ବିଟରକୁ ଜବାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ କଂଗ୍ରେସ ନେତା ଶଶି ଥରୁରଙ୍କ ଟ୍ବିଟର ଆକାଉଣ୍ଟ କଣ ପାଇଁ ଲକ କରାଯାଇଥିଲା ବୋଲି ପ୍ରଶ୍ନ କରିଛି ସଂସଦୀୟ କମିଟି । କଥିତ କପିରାଇଟ ଉଲ୍ଲଂଘନ ପାଇଁ ଟ୍ବିଟର ପକ୍ଷରୁ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଆକାଉଣ୍ଟ ବନ୍ଦ କରିବା ପରେ ସଂସଦୀୟ କମିଟି ଚେୟାରମ୍ୟାନ ଶଶି ଥରୁର କହିଥିଲେ ତାଙ୍କ ସହ ମଧ୍ୟ ଏପରି ଘଟିଥିଲା ।
ଆକାଉଣ୍ଟ ଲକ ହେବାନେଇ ଟ୍ବିଟରକୁ ଜବାବ ମାଗିବାକୁ ଅପିଲ କରିଥିଲେ ଥରୁର । ତେବେ ଏହି ବାବଦରେ ଟ୍ବିଟରକୁ 2 ଦିନ ମଧ୍ୟରେ ଜବାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।ଟ୍ବିଟର ଶୁକ୍ରବାର ଏକ ଘଣ୍ଟା ପାଇଁ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଆକାଉଣ୍ଟ ବ୍ଲକ କରିଦେଇଥିଲା ଟ୍ବିଟର । ଆମେରିକା ଆଇନ ଉଲ୍ଲଂଘନ ଯୋଗୁଁ ଏଭଳି କରାଯାଇଥିବା ମାଇକ୍ରୋ ବ୍ଲଗିଂ ସାଇଟ ପକ୍ଷରୁ କୁହାଯାଇଥିଲା ।