ETV Bharat / bharat

Parliament Winter Session: ଡିସେମ୍ବର ୭ରୁ ସଂସଦର ଶୀତକାଳୀନ ଅଧିବେଶନ

author img

By

Published : Nov 19, 2022, 9:06 AM IST

ଡିସେମ୍ବର ୭ରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ । ଟ୍ବିଟ୍ କରି ସୂଚନା ଦେଲେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ । ଅଧିକ ପଢନ୍ତୁ

ଡିସେମ୍ବର ୭ରୁ ସଂସଦର ଶୀତକାଳୀନ ଅଧିବେଶନ
ଡିସେମ୍ବର ୭ରୁ ସଂସଦର ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲୀ: ଡିସେମ୍ବର ୭ରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ । ଆସନ୍ତା ୭ ତାରିଖରୁ ଶୀତ ଅଧିବେଶନ ଆରମ୍ଭ ହୋଇ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଶୁକ୍ରବାର କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ(Union Parliamentary Affairs Minister Pralhad Joshi) ଏନେଇ ସୂଚନା ଦେଇଛନ୍ତି । ୨୩ ଦିନ ଧରି ଚାଲିବାକୁ ଥିବା ଏହି ଶୀତ ଅଧିବେଶନରେ ମୋଟ ୧୭ଟି କାର୍ଯ୍ୟଦିବସ ରହିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ଜଣାଇଛନ୍ତି ।

  • Winter Session, 2022 of Parliament will commence from 7 December & continue till 29th December having 17 sittings spread over 23 days. Amid Amrit Kaal looking forward to discussions on Legislative Business & other items during the session. Looking forward for constructive debate. pic.twitter.com/4LnYvEaUmd

    — Pralhad Joshi (@JoshiPralhad) November 18, 2022 " class="align-text-top noRightClick twitterSection" data=" ">

ରାଜ୍ୟସଭା ଅଧ୍ୟକ୍ଷ ଭାବେ ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ଏହା ପ୍ରଥମ ଅଧିବେଶନ ହେବ । ଚଳିତ ଥର ଧନଖଡ ପ୍ରଥମ ଥର ପାଇଁ ରାଜ୍ୟସଭା ଅଧିବେଶନ ପରିଚାଳନା କରିବେ । ଚଳିତ ଅଧିବେଶନରେ ସରକାର ଅନେକ ଚିଠା ପାରିତ କରିବାକୁ ଯୋଜନା କରୁଛନ୍ତି । ଅଧିବେଶନର ପ୍ରଥମ ଦିବସରେ ସାଂସଦଗଣ ଦିବଙ୍ଗତ ସାଂସଦଙ୍କୁ ସମ୍ମାନ ଜଣାଇବେ । ଏହି ଦିବଙ୍ଗତଙ୍କ ମଧ୍ୟରେ ସମାଜବାଦୀ ପାର୍ଟିର ମୁଖ୍ୟ ମୁଲାୟମ ସିଂହ ଯାଦବ(Mulayam Singh Yadav) ଅନ୍ୟତମ ।

ଏହାମଧ୍ୟ ପଢନ୍ତୁ: Kashi-Tamil Samagam: ଆଜି ବାରଣାସୀରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

ବିଧାନସଭା ନିର୍ବାଚନ ନେଇ ଗୁଜୁରାଟ ଓ ହିମାଚଳ ରାଜନୈତିକ ପାଣିପାଗ ସରଗରମ ରହିଥିବା ବେଳେ ସଂସଦର ଶୀତ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ପ୍ରହଲ୍ଲାଦ ଯୋଶୀ ଟ୍ବିଟ୍ କରିଛନ୍ତି, ଡିସେମ୍ବରରୁ ୭ରୁ ଆରମ୍ଭ ହୋଇ ୨୯ ତାରିଖ ଯାଏଁ ଚାଲିବ । ୨୩ ଧରି ଚାଲିବାକୁ ଥିବା ଏହି ଅଧିବେଶନରେ ୧୭ଟି ବୈଠକ ବସିବ । ଅମୃତକାଳ(Amrit Kaal) ଚାଲିଥିବା ବେଳେ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଓ ଗଠନମୂଳକ ବିତର୍କ ହେବ ବୋଲି ଆଶା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.