ETV Bharat / bharat

ସଂସଦ ସୁରକ୍ଷା ବିଭ୍ରାଟ ଘଟଣା: ବିଜେପି ସାଂସଦ ପ୍ରତାପ ସିହ୍ମାଙ୍କ ଅଫିସରେ ବଢିଲା ସୁରକ୍ଷା

Parliament security breach: ଉପଦ୍ରବକାରୀଙ୍କୁ ତଥାକଥିତ ପାସ ଦେଇଥିବା ବିଜେପି ସାଂସଦ ପ୍ରତାପ ସିହ୍ମାଙ୍କ ମହୀଶୂର ଅଫିସରେ ବଢିଲା ସୁରକ୍ଷା । ଆଜି ଏହି ପ୍ରସଙ୍ଗରେ ଗୃହରେ ହଟ୍ଟଗୋଳ କରି 15 ବିରୋଧୀ ସାଂସଦ ଅଧିବେଶନରୁ ନିଲମ୍ବିତ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Dec 14, 2023, 8:29 PM IST

ସଂସଦ ସୁରକ୍ଷା ବିଭ୍ରାଟ ଘଟଣା: ବିଜେପି ସାଂସଦ ପ୍ରତାପ ସିହ୍ମାଙ୍କ ମହୀଶୂର ଅଫିସରେ ବଢିଲା ସୁରକ୍ଷା

ବେଙ୍ଗାଲୁରୁୁ: ସଂସଦରେ ସୁରକ୍ଷା ବିଭ୍ରାଟ ଘଟଣାରେ ବିଜେପି ସାଂସଦ ପ୍ରତାପ ସିହ୍ମାଙ୍କ ମହୀଶୂର ସ୍ଥିତ ଅଫିସରେ ସୁରକ୍ଷା ବଢାଯାଇଛି । ସାଂସଦ ସିହ୍ମା ଦୁଇ ଅଭିଯୁକ୍ତଙ୍କୁ ସଂସଦ ଭିଜିଟର ପାସ ଦେଇଥିବା ଅଭିଯୋଗ ହୋଇଛି । ଜଣେ ଅଭିଯୁକ୍ତ ମହୀଶୂରର ବାସିନ୍ଦା ମଧ୍ୟ । ତେଣୁ ଗତକାଲି ଠାରୁ କଂଗ୍ରେସ ସମେତ ଅନ୍ୟ କିଛି ବିରୋଧୀ ଦଳ ଏହି ଅଭିଯୋଗ ସହ ଗୃହରେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ବିବୃତ୍ତି ଦାବି କରୁଛନ୍ତି । ଏହି ଅଭିଯୋଗରେ ବିଜେପି କିମ୍ବା ସାଂସଦ ପ୍ରତାପଙ୍କର କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନି । ତେବେ ସାଂସଦଙ୍କ ଗୃହ ସଂସଦୀୟ କ୍ଷେତ୍ର ମହୀଶୂରରେ ଥିବା କାର୍ଯ୍ୟାଳୟରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ଆଶଙ୍କା ଥିବାରୁ ଆଜି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ବିଜେପି ସାଂସଦ ପ୍ରତାପ ସିହ୍ମାଙ୍କ ଅଫିସ ବାହାରେ ପୋଲିସ ଫୋର୍ସ

ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏହି ମାମଲାରେ ସମ୍ପୃକ୍ତ 6 ଅଭିଯୁକ୍ତ ଭିନ୍ନ ଭିନ୍ନ ରାଜ୍ୟର । ଏପର୍ଯ୍ୟନ୍ତ 5 ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିସାରିଥିବା ସେମାନଙ୍କୁ 7 ଦିନିଆ ରିମାଣ୍ଡରେ ନେଇଛି । ହେଲେ ଏବେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ଲଳିତ ଝା ଫେରାର ରହିଛି । ତେବେ ସଂସଦ ଭିତରୁ 2 ଜଣ ଓ ବାହାରୁ ଜଣେ ମହିଳାଙ୍କ ସମେତ 2 ଜଣ ଓ ପରେ ଅନ୍ୟ ଜଣଙ୍କୁ ମିଶାଇ ମୋଟ 5 ଜଣଙ୍କୁ ଏବେ ସୁଦ୍ଧା ଗିରଫ କରାଯାଇ ସାରିଛି । ଭିଜିଟର ପାସରେ ଗୃହରେ ପ୍ରବେଶ କରିଥିବା ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଡି.ମନୋରଞ୍ଜନ ମହୀଶୂରର ବାସିନ୍ଦା ଓ ଅନ୍ୟ ଜଣେ ସାଗର ଶର୍ମା ଉତ୍ତର ପ୍ରଦେଶର । ତେବେ ମନୋରଞ୍ଜନ ସ୍ଥାନୀୟ ସାଂସଦ ପ୍ରତାପ ସିଂଙ୍କ ଠାରୁ ସଂସଦ ଭବନ ପାସ ପାଇଥିବା ଅଭିଯୋଗ ହୋଇଛି । ଏହି ସଙ୍ଗୀନ ଅଭିଯୋଗରେ ଦଳ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ନରଖିବା ସହ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ ମଧ୍ୟ କରିନାହିଁ ।

ଏହା ମଧ୍ୟ ପଢନ୍ତୁ :- ସଂସଦ ସୁରକ୍ଷା ବିଭ୍ରାଟ ଘଟଣା: 8ପୋଲିସ କର୍ମୀ ନିଲମ୍ବିତ, 7ଦିନିଆ ରିମାଣ୍ଡରେ 4 ଅଭିଯୁକ୍ତ

ନିକଟରେ ସ୍ବାଧୀକାର ଭଙ୍ଗ ଅଭିଯୋଗରେ ତୃଣମୂଳ ସାଂସଦ ମହୁଆ ମୋଇତ୍ରାଙ୍କ ସଦସ୍ୟତା ରଦ୍ଦ ହେବା ପରେ ଟିଏମସି ଏହି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଛି । ଶାସକ ଦଳର ଜଣେ ସାଂସଦଙ୍କ ଦ୍ବାରା ମିଳିଥିବା ପାସରେ ଦୁଇ ଅଭିଯୁକ୍ତ ସଂସଦରେ ଉତ୍ପାତ କଲେ । ଏଥିପାଇଁ ସମ୍ପୃକ୍ତ ସାଂସଦଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ ମାମଲା ହେବା କଥା ଓ ତାଙ୍କ ସଦସ୍ୟତା ରଦ୍ଦ କରାଯିବା ଉଚିତ ବୋଲି ଟିଏମସି କହିଛି । ଅନ୍ୟପଟେ ଆଜି ଏହି ସୁରକ୍ଷା ବିଭ୍ରାଟ ମାମଲାରେ ଗୃହରେ ହଟ୍ଟଗୋଳ କରି ଲୋକସଭାରୁ 14 ଓ ରାଜ୍ୟସଭାରେ ଜଣଙ୍କୁ ମିଶାଇ ମୋଟ 15 ସଦସ୍ୟଙ୍କୁ ଚଳିତ ଶୀତ ଅଧିବେଶନକୁ ନିଲମ୍ବିତ କରାଯାଇଛି । ଯାହାକୁ ନେଇ ବିରୋଧୀ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଅସାମ୍ବିଧାନିକ ବୋଲି କହିଛନ୍ତି । ସଂସଦରେ ଏପରି ଘଟଣା ସରକାରଙ୍କ ବିଫଳତା ବୋଲି ସେମାନେ ଅଭିଯୋଗ କରିଛନ୍ତି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.