ETV Bharat / bharat

ସଂସଦ ସୁରକ୍ଷା ବିଭ୍ରାଟ: ଏବେବି ମୁଖ୍ୟ ଅଭିଯୁକ୍ତ ଲଳିତ ଝା ଫେରାର

author img

By ETV Bharat Odisha Team

Published : Dec 14, 2023, 5:22 PM IST

Parliament security breach: ଏବେବି ମୁଖ୍ୟ ଅଭିଯୁକ୍ତ ଲଳିତ ଝାକୁ ଗିରଫ କରିପାରିନି ପୋଲିସ । ଶେଷ ଲୋକେସନ ରାଜସ୍ଥାନ । 5 ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଉପା ଆକ୍ଟ । ଅଧିକ ପଢନ୍ତୁ

ସଂସଦ ସୁରକ୍ଷା ବିଭ୍ରାଟ ମାମଲା: ଏବେବି ମୁଖ୍ୟ ଅଭିଯୁକ୍ତ ଲଳିତ ଝା ଫେରାର

ନୂଆଦିଲ୍ଲୀ: ସଂସଦର ସୁରକ୍ଷା ବଳୟ ଭେଦ କରି ଲୋକସଭାରେ ଧୂମ୍ରକାଣ୍ଡ ଘଟାଇଥିବା 6 ଅଭିଯୁକ୍ତଙ୍କ ମଧ୍ୟରୁ 5 ଜଣଙ୍କୁ ପୋଲିସ ଗିରଫ କରିସାରିଛି । ମାତ୍ର ଏହି ଘଟଣାରେ ମାଷ୍ଟରମାଇଣ୍ଡ କୁହାଯାଉଥିବା ଷଷ୍ଠ ଅଭିଯୁକ୍ତ ଲଲିତ ଝାଙ୍କୁ ପୋଲିସ ଏବେ ସୁଦ୍ଧା ଗିରଫ କରିପାରିନି । ପ୍ରଥମେ ଜଣେ ମହିଳାଙ୍କ ସମେତ 4 ଓ ପରେ ଆଉ ଜଣଙ୍କୁ ମିଶାଇ ମୋଟ 5 ଜଣ ଏବେ ପୋଲିସ କବଜାରେ ଅଛନ୍ତି । ସେମାନଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ଲଳିତ ଝା ହିଁ ପୁରା କାଣ୍ଡର ମାଷ୍ଟରମାଇଣ୍ଡ ଓ ତାର ନିର୍ଦ୍ଦେଶରେ 4 ଜଣ ସଂସଦ ନିକଟରେ ପହଞ୍ଚିଥିଲେ । ଦୁଇ ଜଣ ଭିଜିଟର ପାସରେ ଗୃହରେ ପ୍ରବେଶ କରିଥିଲେ । ଅନ୍ୟ ଦୁଇ ଜଣ ସଂସଦ ବାହାରେ ଉତ୍ପାତ କରିଥିଲେ ।

ମାଷ୍ଟର ମାଇଣ୍ଡ ପାଖରେ ଅଭିଯୁକ୍ତଙ୍କ ମୋବାଇଲ ଫୋନ:

ତେବେ ଲଳିତଙ୍କୁ ଚିହ୍ନଟ କରାଯାଇ ସାରିଛି । ତେବେ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଘଟଣା ପୂର୍ବରୁ ଏହି 4 ଅଭିଯୁକ୍ତଙ୍କ ମୋବାଇଲ ଫୋନ ଲଳିତ ନେଇଯାଇଥିଲା । ସେମାନଙ୍କୁ ଗିରଫ କରାଯିବା ବେଳେ ସେମାନଙ୍କ ନିକଟରୁ କଲର ବମ ଛଡା ଅନ୍ୟ କୌଣସି ସାମଗ୍ରୀ ଜବତ ହୋଇନଥିଲା । ଏପରିକି 4 ଅଭିଯୁକ୍ତଙ୍କ ନିକଟରେ ସେମାନଙ୍କର ମୋବାଇଲ ମଧ୍ୟ ନଥିଲା । ଗୁରୁଗ୍ରାମରେ ଯୋଜନା ସମ୍ପର୍କରେ ବୈଠକ କରିଥିଲା ଲଳିତ । ବୈଠକରେ 13 ଡିସେମ୍ବରରେ ଏହି କାଣ୍ଡକୁ ରୂପ ଦେବା ପାଇଁ ନିଷ୍ପତ୍ତି ହୋଇଥିଲା । ଏହା ପରେ ଏହି ତାରିଖରେ ଦୁଇଟି ଭିଜିଟର ପାସ ମଧ୍ୟ ଯୋଗାଡ କରିବାରେ ସେମାନେ ସଫଳ ହୋଇଥିଲେ । ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦେଶ ଦେବା ସହ ସେମାନଙ୍କ ମୋବାଇଲ ମଧ୍ୟ ନେଇଯାଇଥିଲା ।

ଶେଷ ଠିକଣା ରାଜସ୍ଥାନ:

ତେବେ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ ଓ ଆଇବି 5 ଅଭିଯୁକ୍ତଙ୍କୁ ଜେରା କରୁଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଲଳିତକୁ ଗିରଫ କରିବା ପାଇଁ ପ୍ରୟାସ ଜାରି ରଖିଛି । ତାର ଶେଷ ଲୋକେସନ ରାଜସ୍ଥାନ ନିମରାନା ନିକଟବର୍ତ୍ତୀ ଏରିଆରେ ଟ୍ରାକ ହୋଇଛି । ସ୍ଥାନୀୟ ପୋଲିସ ସାହାଯ୍ୟରେ ଦିଲ୍ଲୀ ପୋଲିସ ଟିମ ତାକୁ ଗିରଫ କରିବା ପ୍ରୟାସ ଜାରି ରଖିଛି । ଅନ୍ୟପଟେ ଏହି ସୁରକ୍ଷା ବିଭ୍ରାଟରେ ଗୃହରେ ହଟ୍ଟଗୋଳ କରି ଆଜି 14 ଲୋକସଭା ସାଂସଦ ଓ ଜଣେ ରାଜ୍ୟସଭା ସାଂସଦ ଶୀତ ଅଧିବେଶନର ଅବଶିଷ୍ଟ କାର୍ଯ୍ୟ ଦିବସରୁ ନିଲମ୍ବିତ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଲୋକସଭାରୁ 14 ବିରୋଧୀ ସାଂସଦ ସସପେଣ୍ଡ, କଂଗ୍ରେସରୁ 9

ଅଭିଯୁକ୍ତଙ୍କ ବିରୋଧରେ ‘ଉପା’ ଆକ୍ଟ:-

ଗତକାଲି ରାତିରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ତଦନ୍ତ ନିର୍ଦ୍ଦେଶ ଦେଇଛି । ଏଥିରେ ସିଆରପିଏଫ ଡିଜି ମୁଖ୍ୟ ଭାବେ ରହିଥିବା ବେଳେ ଏକାଧିକ ଏଜେନ୍ସିର ଅଧିକାରୀ ମଧ୍ୟ ସଦସ୍ୟ ରହିଛନ୍ତି । ଗିରଫ 5 ଅଭିଯୁକ୍ତଙ୍କ ବିରୋଧରେ ‘ଉପା’ ଆକ୍ଟରେ ମାମଲା ରୁଜୁ କରାଯାଇଛି । ସେମାନଙ୍କୁ ଖୁବଶୀଘ୍ର କୋର୍ଟରେ ହାଜର କରାଯିବ । ଅଧିକ ଜେରା ପାଇଁ ରିମାଣ୍ଡ ମଧ୍ୟ ଆବେଦନ କରିପାରେ ଦିଲ୍ଲୀ ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.