ETV Bharat / bharat

ସଂସଦ ସୁରକ୍ଷା ଭଙ୍ଗ ମାମଲା: ଅଭିଯୁକ୍ତ ନୀଲମ ଘରେ ପୋଲିସର ତନାଘନା, ସାଗର ଜୋତା କିଣିଥିବା ଦୋକାନରେ ଯାଞ୍ଚ

Parliament security breach case: ଅଭିଯୁକ୍ତ ନୀଲମ ଆଜାଦ ଘରେ ପହଞ୍ଚି ପରିବାର ଲୋକଙ୍କୁ ପଚରାଉଚରା କଲା ପୋଲିସ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Dec 18, 2023, 7:44 AM IST

Etv Bharat
Etv Bharat

ଚଣ୍ଡିଗଡ: ସଂସଦରେ ସୁରକ୍ଷା ଭଙ୍ଗ ମାମଲାରେ ତଦନ୍ତ ଜାରି ରଖିଛି ଦିଲ୍ଲୀ ପୋଲିସ । ଅଭିଯୁକ୍ତ ନୀଲମ ଆଜାଦ ଘରେ ପହଞ୍ଚି ପଚାରଉଚରା କଲା ପୋଲିସ । ରବିବାର ଦିଲ୍ଲୀ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ହରିୟାଣାର ଜିନ୍ଦ ସ୍ଥିତ ନୀଲମ ଆଜାଦଙ୍କ ଘରେ ପହଞ୍ଚିଥିଲା । ଏହାପରେ ତାଙ୍କ ପରିବାର ସଦସ୍ୟଙ୍କୁ ପଚାରଉଚରା ସହ ଘରେ ତଲାସି କରାଯାଇଥିଲା । ଏଥିସହ ଅଭିଯୁକ୍ତ ଜୋତା କିଣିଥିବା ଦୋକାନକୁ ଯାଇ ଯାଞ୍ଚ କରିଥିଲା ପୋଲିସ ।

ସଂସଦର ସୁରକ୍ଷା ଭଙ୍ଗ ମାମଲାରେ ଅଭିଯୁକ୍ତ ନୀଲମ ଆଜାଦଙ୍କ ଅଭିଭାବକଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ଏତଲାର କପି ପାଇଁ ପଟିଆଲା କୋର୍ଟରେ ଏକ ଆବେଦନ ହୋଇଥିଲା । ଏନେଇ ଦିଲ୍ଲୀ ପୋଲିସକୁ କୋର୍ଟ ନୋଟିସ ଜାରି କରିଛନ୍ତି । ଏଥିସହ ନୀଲମଙ୍କୁ ମଧ୍ୟ ରିମାଣ୍ଡ ସମୟରେ ସାକ୍ଷାତ କରିବାକୁ ଅନୁମତି ଦେବା ପାଇଁ କୋର୍ଟକୁ ଅନୁରୋଧ କରିଛନ୍ତି ପରିବାର ଲୋକେ ।

ଏହା ମଧ୍ୟ ପଢନ୍ତୁ-'ସଂସଦ ସୁରକ୍ଷାରେ ତ୍ରୁଟି ଚିନ୍ତାଜନକ, ବାଦ ବିବାଦ ନୁହେଁ ଅଭିଯୁକ୍ତର ଉଦ୍ଦେଶ୍ୟ ଜାଣିବା ଆବଶ୍ୟକ'

ଗତକାଲି(ରବିବାର) ଅଭିଯୁକ୍ତ ସାଗର ଶର୍ମାର ଲକ୍ଷ୍ନୌ ସ୍ଥିତ ଘରେ ପହଞ୍ଚି କିଛି ଲୋକଙ୍କୁ ପଚରାଉଚରା କରିଥିଲା ପୋଲିସ । ଏଥିସହ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ପୋଲିସ ସାଗରକୁ ଭିଡିଓ କଲ କରିଥିଲା । ଏହାପରେ ସାଗର ଘରୁ ବିଭିନ୍ନ ସାମଗ୍ରୀ ନେଇଥିଲା ପୋଲିସ । ଏନେଇ ଦିଲ୍ଲୀ ପୋଲିସର ଇନ୍ସପେକ୍ଟର ସଞ୍ଜୀବ କହିଛନ୍ତି, "ଆମେ କାଗଜପତ୍ର କାମ ପାଇଁ ମାନକ ନଗର ପୋଲିସ ଷ୍ଟେସନକୁ ଆସିଛୁ। ସାଗର ଶର୍ମାଙ୍କ କିଛି ପୋଷାକ ତାଙ୍କ ଘରୁ ଜବତ କରିଛୁ। କିଛି ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଆମେ ଏବଂ ଆମ ଦଳ ମଧ୍ୟ ଅବସ୍ଥିତ ସାଦାନା ଜୋତା ଦୋକାନରେ ପଚରାଉଚରା କରିବାକୁ ଯାଇଥିଲୁ। ଆଲାମବାଗରେ, ଯେଉଁଠାରୁ ସାଗର ଶର୍ମା ଜୋତା କିଣିଥିଲେ। ଆଲମବାଗରେ ଏକ ଜୋତା ଦୋକାନରେ ଚଢାଉ କରାଯାଇଥିଲା । ଏହି ଠାରୁ ଏକ ସ୍ବତନ୍ତ୍ର ଜୋତା ନେଇଥିଲେ ମନୋରଞ୍ଜନ ଓ ସାଗର ।

ଦୋକାନ ମାଲିକ ଦୀପକ ସାଡନା କହିଛନ୍ତି, "ପୋଲିସ ଦୋକାନକୁ ଆସି 3 ଘଣ୍ଟା ଯାଞ୍ଚ କରିଥିଲା, ସାଗର ଏଠାରୁ 600 ଟଙ୍କାରେ ଦୁଇଟି ଜୋତା ନେଇଥିଲା। ପୋଲିସ ମୋ ଦୋକାନର ସିସିଟିଭି ଫୁଟେଜ ମଧ୍ୟ ନେଇଛି । ମୁଁ ସାଗରଙ୍କୁ ଜାଣି ନାହିଁ ।" ସେହିପରି ପୋଲିସ ଗତକାଲି ରାଜସ୍ଥାନରୁ ସମସ୍ତ ଅଭିଯୁକ୍ତଙ୍କ ମୋବାଇଲ ଫୋନ ଜବତ କରିଛି । ସେଗୁ଼ଡିକ କିନ୍ତୁ ପୋଡ଼ି ଯାଇଛି । ମୁଖ୍ୟ ଅଭିଯୁକ୍ତ ପ୍ରମାଣ ନଷ୍ଟ କରିବା ପାଇଁ ଫୋନ୍‌ଗୁଡ଼ିକୁ ପୋଡି ଦେଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.