ETV Bharat / bharat

ସଂସଦ ସୁରକ୍ଷା ବିଭ୍ରାଟ ମାମଲା: ଜାନୁଆରୀ 5 ପର୍ଯ୍ୟନ୍ତ ବଢିଲା 4 ଅଭିଯୁକ୍ତଙ୍କ ରିମାଣ୍ଡ

author img

By ETV Bharat Odisha Team

Published : Dec 21, 2023, 10:28 PM IST

Parliament security breach case: ଆଉ 15 ଦିନ ବଢିଲା ପ୍ରଥମେ ଗିରଫ ହୋଇଥିବା 4 ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି । ଜାନୁଆରୀ 5 ତାରିଖ ପର୍ଯ୍ୟନ୍ତ ଜେରା କରିବ ପୋଲିସ । ଅଧିକ ପଢନ୍ତୁ

ସଂସଦ ସୁରକ୍ଷା ବିଭ୍ରାଟ ମାମଲା: ଜାନୁଆରୀ 5 ପର୍ଯ୍ୟନ୍ତ ବଢିଲା 4 ଅଭିଯୁକ୍ତଙ୍କ ରିମାଣ୍ଡ
ସଂସଦ ସୁରକ୍ଷା ବିଭ୍ରାଟ ମାମଲା: ଜାନୁଆରୀ 5 ପର୍ଯ୍ୟନ୍ତ ବଢିଲା 4 ଅଭିଯୁକ୍ତଙ୍କ ରିମାଣ୍ଡ

ନୂଆଦିଲ୍ଲୀ: ସଂସଦର ସୁରକ୍ଷା ବିଭ୍ରାଟ ମାମଲାରେ ଗିରଫ ହୋଇଥିବା 6 ଅଭିଯୁକ୍ତଙ୍କ ମଧ୍ୟରୁ 4 ଜଣ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ବୃଦ୍ଧି କରିଛନ୍ତି କୋର୍ଟ । ଆଜି ସେମାନଙ୍କ ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହେବା ପରେ କୋର୍ଟରେ ହାଜର କରାଯାଇଥିଲା । ପୁଣି ଅଧିକ ଜେରାର ଆବଶ୍ଯକତା ଥିବା ଦର୍ଶାଇ ଦିଲ୍ଲୀ ପୋଲିସ ଅଧିକ ଦିନ ରିମାଣ୍ଡ ଅବଧି ଆବେଦନ କରିଥିଲା । କୋର୍ଟ ଏହି 4 ଅଭିଯୁକ୍ତ ମନୋରଞ୍ଜନ ଡି, ସାଗର ଶର୍ମା, ଅମୋଲ ଧନରାଜ ସିନ୍ଦେ ଓ ନୀଲମଙ୍କ ରିମାଣ୍ଡ ଅବଧିକୁ ଆଉ 15 ଦିନ ବଢାଇ ଦେଇଛନ୍ତି । ଏହି ଅଭିଯୁକ୍ତମାନେ ଏବେ ଜାନୁଆରୀ 5 ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ ପୋଲିସ ରିମାଣ୍ଡରେ ରହିବେ ।

ଏବେ ସୁଦ୍ଧା ମୁଖ୍ୟ ଅଭିଯୁକ୍ତ ଲଳିତ ଝା ସମେତ ମୋଟ 6 ଅଭିଯୁକ୍ତ ଏହି ମାମଲାରେ ଗିରଫ ହୋଇସାରିଛନ୍ତି । ପଛରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କ ପୋଲିସ ରିମାଣ୍ଡ ଶେଷ ହୋଇନି । ପ୍ରଥମେ ଗିରଫ ହୋଇଥିବା 4 ଅଭିଯୁକ୍ତଙ୍କ ଆସି 7 ଦିନିଆ ରିମାଣ୍ଡ ଶେଷ ହେବା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ପୋଲିସ ଏବେ ପର୍ଯ୍ୟନ୍ତ ଜେରାରେ ଏହି ଅଭିଯୁକ୍ତଙ୍କ ଠାରୁ କଣ ତଥ୍ୟ ପ୍ରମାଣ ହାସଲ କରିଛି, ସେନେଇ କିଛି ସ୍ପଷ୍ଟ କରିନି । ମାତ୍ର ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବା କାରଣରୁ ମାମଲାରେ ଅଧିକ ଜେରାର ଆବଶ୍ୟକତା ଥିବା ପୋଲିସ ଦର୍ଶାଇଛି । ଆସନ୍ତା 15 ଦିନ ରିମାଣ୍ଡ ମଧ୍ୟରେ ପୋଲିସ ସବୁ କିଛି ସ୍ପଷ୍ଟ କରିବ ଚେଷ୍ଟା କରିବ ।

ଏହା ମଧ୍ୟ ପଢନ୍ତୁ :- ସଂସଦ ସୁରକ୍ଷା ବିଭ୍ରାଟ: ବିଜେପି ସାଂସଦଙ୍କ କାର୍ଯ୍ୟାଳୟରୁ ପାସ ପାଇଥିଲେ ଅନୁପ୍ରବେଶକାରୀ !

13 ତାରିଖରେ ସଂସଦ ଆକ୍ରମଣର 22ତମ ବାର୍ଷିକୀରେ ପୁଣି ଥରେ ଦେଶର ସର୍ବୋଚ୍ଚ ପଞ୍ଚାୟତର ସୁରକ୍ଷାରେ ବିଭ୍ରାଟ ଘଟିଥିଲା । ସଂସଦର ଅଭେଦ୍ଯ ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି 2 ଅନୁପ୍ରବେଶକାରୀ କର୍ଣ୍ଣାଟକର ମନୋରଞ୍ଜନ ଓ ସାଗର ଶର୍ମା ଗୃହରେ ଉତ୍ପାତ କରିଥିଲେ । ଗୃହ ମଧ୍ୟରେ ପ୍ରବେଶ କରିଥିବା ଦୁଇ ଅଭିଯୁକ୍ତ ଯୁବକ ଭିଜିଟର ପାସରେ ପ୍ରବେଶ କରିଥିଲେ । ସାଙ୍ଗରେ କଲର ବମ ମଧ୍ୟ ନେଇଥିଲେ । କିଛି ସମୟ ଭିଜିଟର ଗ୍ୟାଲେରୀରେ ବସିବା ପରେ ଉଭୟ ଗୃହର ମଧ୍ୟଭାଗକୁ ଲମ୍ଫ ଦେବା ସହ ଉତ୍ପାତ ଆରମ୍ଭ କରିଥିଲେ । ବେଶ କିଛି ସମୟର ହଙ୍ଗାମା ପରେ ସଂସଦ ସୁରକ୍ଷାକର୍ମୀ ଓ ସଦନରେ ଥିବା ସାଂସଦମାନେ ଉଭୟଙ୍କୁ କାବୁ କରିଥିଲେ । ସମାନ ଢଙ୍ଗରେ ସଂସଦ ବାହାରେ ମଧ୍ୟ ଜଣେ ମହିଳାଙ୍କ ସହ ଦୁଇ ଅଭିଯୁକ୍ତ କଲର ବମ ଧରି ପ୍ରତିବାଦ କରିଥିଲେ । ଘଟଣାସ୍ଥଳରୁ 4 ଜଣ ଓ ପରେ 2 ଜଣଙ୍କୁ ମିଶାଇ ମୋଟ 6 ଜଣ ଏହି ମାମଲାରେ ଗିରଫ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.