ETV Bharat / bharat

ସଂସଦରେ ବିଭ୍ରାଟ ଘଟଣା, କେଉଁଠି ଧୂଆଁ କ୍ୟାନ୍‌ ଲୁଚାଇଥିଲେ ଅଭିଯୁକ୍ତ ? - ସଂସଦରେ ସୁରକ୍ଷାରେ ତ୍ରୁଟି ଘଟଣା

Where did accused hide the smoke can: ସଂସଦରେ ସୁରକ୍ଷା ତ୍ରୁଟି ଘଟଣା । ଧୂଆଁ କ୍ୟାନ ଲୁଚାଇବାକୁ ଏଭଳି ସ୍ବତନ୍ତ୍ର ଜୋତା ତିଆରି କରିଥିଲେ ଅଭିଯୁକ୍ତ । ଅଧିକ ପଢନ୍ତୁ

Where did accused hide the smoke can
Where did accused hide the smoke can
author img

By ETV Bharat Odisha Team

Published : Dec 15, 2023, 5:45 PM IST

ନୂଆଦିଲ୍ଲୀ: ସ୍ବାଭାବିକ ଭାବେ ଗତ ଡିସେମ୍ବର ୧୩ ତାରିଖରେ ଲୋକସଭାରେ ଚାଲିଥିଲା ଗୃହ କାର୍ଯ୍ୟ । ଏହି ସମୟରେ ହଠାତ୍‌ ଦର୍ଶକ ଗ୍ୟାଲେରୀରୁ ଡେଇଁ ଆତଙ୍କ ଖେଳାଇଥିଲେ ୨ ଦୁର୍ବୃତ୍ତ । ଆଉ ହଳଦିଆ ରଙ୍ଗର ଗ୍ୟାସ୍‌ ସ୍ପ୍ରେ କରିଥିଲେ । ତେବେ ଏତେ ସିକ୍ୟୁରିଟି ବ୍ୟବସ୍ଥା ଥିବା ବେଳେ ସେମାନେ କେଉଁଠି ଲୁଚାଇଥିଲେ ଏହି ସ୍ମୋକ୍‌ କ୍ୟାନଷ୍ଟର ବା ଗ୍ୟାସ କ୍ୟାନ୍‌ ? ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । ତେବେ ଦିଲ୍ଲୀ ପୋଲିସ ଏଫଆଇଆରରେ କୁହାଯାଇଛି ଯେ ଏହି ଗ୍ୟାସ୍‌ କ୍ୟାନକୁ ଲୁଚାଇବା ଲାଗି ତିଆରି ହୋଇଥିଲା ସ୍ବତନ୍ତ୍ର ଜୋତା । ଯେଉଁଥିରେ ଗ୍ୟାସ କ୍ୟାନ ଲୁଚାଇ ସଂସଦ ଭିତରକୁ ପ୍ରବେଶ କରିଥିଲେ ୨ ଅଭିଯୁକ୍ତ ।

କେମିତି ଡିଜାଇନ ହୋଇଥିଲା ଜୋତା: ଦିଲ୍ଲୀ ପୋଲିସର ସୂଚନା ଅନୁସାରେ ୨ ଅଭିଯୁକ୍ତ ମନୋରଞ୍ଜନ ଡି ଓ ସାଗର ଶର୍ମା ଏକ ସ୍ବତନ୍ତ୍ର ଧରଣର ଜୋତା ପିନ୍ଧିଥିଲେ । ଏହି କାର୍ଯ୍ୟ ଲାଗି ଉକ୍ତ ଜୋତାକୁ ଡିଜାଇନ କରାଯାଇଥିଲା । ଜୋତାର ତଳ ପାର୍ଶ୍ବରେ ମୋଟାର ଅନେକ ଆସ୍ତରଣ ଥିଲା । ଯେଉଁଥିରେ ଏହି ଗ୍ୟାସ କ୍ୟାନକୁ ଅଭିଯୁକ୍ତମାନେ ଲୁଚାଇ ରଖି ସଂସଦ ଭିତରକୁ ପ୍ରବେଶ କରିଥିଲେ । ଅଭିଯୁକ୍ତ ସାଗର ଶର୍ମାର ଜୋତାର ବାମ ପାର୍ଶ୍ବରେ କଟା ଦାଗ ରହିଥିଲା । ଗ୍ୟାସ କ୍ୟାନକୁ ଭର୍ତ୍ତି କରିବା ଲାଗି ଜୋତାର ତଳ ଆସ୍ତରଣକୁ ରବର ଦ୍ବାରା ମୋଟା କରାଯାଇଥିଲା । ଯେଉଁଥିରେ ସହଜରେ ରହିଥିଲା ଗ୍ୟାସ କ୍ୟାନ । ସେହିପରି ମନୋରଞ୍ଜନ ଡି'ର ଜୋତାର ବାମ ପାର୍ଶ୍ବରେ ସମାନ କଟା ଚିହ୍ନ ରହିଥିଲା । ଜୋତାକୁ କାଟି ସେମାନେ ଗ୍ୟାସ କ୍ୟାନକୁ ରବରର ମୋଟା ଆସ୍ତରଣ ଭିତରେ ଭର୍ତ୍ତି କରିଥିଲେ ।

ଏହା ବି ପଢନ୍ତୁ- ପୋଲିସ ରିମାଣ୍ଡରେ ମାଷ୍ଟରମାଇଣ୍ଡ ଲଳିତ ଝା, ସଂସଦ ସୁରକ୍ଷା ଭଙ୍ଗ ଷଡ଼ଯନ୍ତ୍ର ନେଇ ହେବ ମାରାଥନ ଜେରା

ପୋଲିସର କହିବାନୁସାରେ ଏହି ଗ୍ୟାସ ସ୍ପ୍ରେ କରିବା ସମୟରେ ଚଷମା ଓ ଗ୍ଲୋଭ ପିନ୍ଧିବା ବାଧ୍ୟତାମୂଳକ । ସଂସଦ ଭିତରେ ଏହି ଗ୍ୟାସ ସ୍ପ୍ରେ ଦ୍ବାରା ସାଂସଦମାନଙ୍କ ପ୍ରତି ବିପଦ ଥିଲା । ଏଭଳି ଆତଙ୍କୀ କାର୍ଯ୍ୟକଳାପ ଯୋଗୁଁ ୪ ଜଣ ଅଭିଯୁକ୍ତଙ୍କ ବିରୋଧରେ ଦିଲ୍ଲୀ ପୋଲିସ UAPA ଆକ୍ଟ ଲଗାଇ ତଦନ୍ତ କରୁଛି । ଆଜି ଦିଲ୍ଲୀ ପଟିଆଲା ହାଉସ କୋର୍ଟ ୪ ଜଣ ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡରେ ନେବା ଲାଗି ଦିଲ୍ଲୀ ପୋଲିସକୁ ଅନୁମତି ଦେଇଛନ୍ତି । ସେପଟେ ଗୁରୁବାର ଏହି ଘଟଣାର ମାଷ୍ଟର ମାଇଣ୍ଡ ତଥା ମୁଖ୍ୟ ଅଭିଯୁକ୍ତ ଲଳିତ ଝା ଆତ୍ମସମର୍ପଣ କରିବା ପରେ ପୋଲିସ ତାକୁ ଗିରଫ କରାଯାଇଥିଲା । ଆଜି ତାକୁ କୋର୍ଟରେ ହାଜର କରାଯାଇଥିବା ବେଳେ ପଚରାଉଚରା ଲାଗି ତାକୁ ୭ ଦିନିଆ ନ୍ୟାୟିକ ହେପାଜତରେ ପଠାଇଛନ୍ତି କୋର୍ଟ ।

ସୂଚନା ଥାଉ କି ଡିସେମ୍ବର ୧୩ ତାରିଖରେ ୨୦୦୧ ଆତଙ୍କୀ ହମଲାର ପୁନରାବୃତ୍ତି ସଦୃଶ ଏକ ଘଟଣା ଘଟିଥିଲା । ଲୋକସଭାର ଦର୍ଶକ ଗ୍ୟାଲେରୀରୁ ୨ ଜଣ ଅଭିଯୁକ୍ତ ହଠାତ ସଦନ ଭିତରକୁ ଡେଇଁ ରଙ୍ଗୀନ ଧୂଆଁ ଛାଡ଼ିଥିଲେ । କେନ୍ଦ୍ର ସରକାରଙ୍କ ବିରୋଧରେ କିଛି ନାରାବାଜି ମଧ୍ୟ କରିଥିଲେ । ତେବେ ହଠାତ ସଦନରେ କାର୍ଯ୍ୟ ଜାରି ଥିବା ବେଳେ ଦୁର୍ବୃତ୍ତଙ୍କ ଏଭଳି ଆଚରଣରେ ସମସ୍ତେ ଭୟଭୀତ ହୋଇପଡ଼ିଥିବା ବେଳେ ସଙ୍ଗେ ସଙ୍ଗେ ସଦନକୁ ମୁଲତବୀ ଘୋଷଣା କରାଯାଇଥିଲା । ଏହାପରେ ସାଂସଦମାନେ ୨ ଅଭିଯୁକ୍ତଙ୍କୁ କାବୁ କରି ମାଡ଼ ମାରିଥିବା ଭିଡିଓରେ ଦେଖିବାକୁ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.