ETV Bharat / bharat

Parliament Monsoon Session: ଥମୁନି ମଣିପୁର ତାତି, ଦିନ ୨ଟା ଯାଏଁ ଲୋକସଭା ମୁଲତବୀ

author img

By

Published : Jul 25, 2023, 11:54 AM IST

Updated : Jul 26, 2023, 6:15 AM IST

ମଣିପୁର ତାତିକୁ ନେଇ ଚାଲିପାରୁନି ଗୃହ । ଦିନ ୨ଟା ଯାଏଁ ଲୋକସଭା ମୁଲତବୀ ରଖିଲେ ବାଚସ୍ପତି । ଅଧିକ ପଢନ୍ତୁ

Parliament Monsoon Session
Parliament Monsoon Session

ନୂଆଦିଲ୍ଲୀ: ମଣିପୁର ପ୍ରସଙ୍ଗକୁ ନେଇ ସଂସଦରେ ଅଚଳବସ୍ଥା ଜାରି ରହିଛି । ମୌସୁମୀ ଅଧିବେଶନର ଚତୁର୍ଥ ଦିନରେ ମଧ୍ୟ ଗୃହ କାର୍ଯ୍ୟ ଆରମ୍ଭ ହେଉ ହେଉ ବିରୋଧିଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି । ମଣିପୁର ସ୍ଥିତି ସମ୍ପର୍କରେ ଗୃହରେ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ଦାବି କରି ହଙ୍ଗମା କରୁଛନ୍ତି ବିରୋଧି ଦଳ । ଲୋକସଭା ବାଚସ୍ପତି ଓମ ବିର୍ଲା ସଦନରେ ପହଞ୍ଚିବା ମାତ୍ରେ ବିରୋଧୀ ସାଂସଦମାନେ ହାତରେ ପ୍ଲାକାର୍ଡ ଧରି ହୋହଲ୍ଲା ଆରମ୍ଭ କରିଥିଲେ । ଯେଉଁ କାରଣରୁ ବାଚସ୍ପତି ଦିନ ୨ଟା ଯାଏଁ ଲୋକସଭା ମୁତଲବୀ ରଖିଛନ୍ତି । ଉଚ୍ଚ ସଦନରେ ମଧ୍ୟ ବିରୋଧୀଙ୍କ ହୋହଲ୍ଲା ଜାରି ରହିଛି ।

ମଣିପୁର ତାତିକୁ ନେଇ ସଂସଦ ଚାଲି ପାରୁନଥିବା ବେଳେ ଏହି ପରିପ୍ରେକ୍ଷୀରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବିଜେପିର ସଂସଦୀୟ ଦଳ ବୈଠକ ବସିଛି । ଏଥିରେ ବିରୋଧୀ ଦଳକୁ କାଉଣ୍ଟର କରିବାକୁ ରଣନୀତି ଉପରେ ଚର୍ଚ୍ଚା କରାଯାଇଛି । ଏହାସହିତ ଚଳିତ ଅଧିବେଶନରେ ଉପସ୍ଥାପନ ହେବାକୁ ଥିବା ଏକାଧିକ ଗୁରୁତ୍ବପୂର୍ଣ୍ଣ ବିଲ୍ ପ୍ରସଙ୍ଗରେ ବିଚାର ବିମର୍ଶ କରାଯାଇଛି । ମଣିପୁର ପ୍ରସଙ୍ଗରେ ମଧ୍ୟ ବିଷଦ୍ ଆଲୋଚନା ହୋଇଛି ।

ବୈଠକରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆଜି ଯାଏଁ କେବେହେଲେ ସେ ଏଭଳି ଦିଶାହୀନ ବିରୋଧୀ ଦେଖାନାହାନ୍ତି । ବିରୋଧୀ ଦଳ ହତାଶ ହୋଇଯାଇଛନ୍ତି । ଲମ୍ବା ସମୟ ଯାଏଁ କ୍ଷମତାରେ ରହିବାକୁ ସେମାନଙ୍କର ଇଚ୍ଛା ନାହିଁ । ଇଷ୍ଟ ଇଣ୍ଡିଆ କମ୍ପାନୀ ନିଜ ନାଁ ଆଗରେ ଇଣ୍ଡିଆ ଲଗାଇଥିଲା ଏବଂ ଇଣ୍ଡିଆନ ମୁଜାହିଦ୍ଦିନରେ ବି ବ୍ୟବହାର ହୋଇଛି ।

ଏହାମଧ୍ୟ ପଢନ୍ତୁ: Parliament Monsoon Session: ସଞ୍ଜୟ ସିଂହଙ୍କ ନିଲମ୍ବନ ପ୍ରତ୍ୟାହାର ଦାବି, ରାତି ସାରା ସାଂସଦଙ୍କ ଧାରଣା

ବିଜେପିର ସଂସଦୀୟ ଦଳ ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ବଡ଼ ବଡ଼ ନେତା ସାମିଲ ହୋଇଛନ୍ତି । ମୌସୁମୀ ଅଧିବେଶନ ଆରମ୍ଭ ହେବା ପରେ ଏହା ବିଜେପି ସଂସଦୀୟ ଦଳର ପ୍ରଥମ ବୈଠକ । ସଂସଦର ଲାଇବ୍ରେରୀ ବିଲ୍ଡିଂରେ ବୈଠକ ବସିଥିଲା । ଅନ୍ୟପଟେ କଂଗ୍ରେସ ଅଧ୍ୟକ୍ଷ ତଥା ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେଙ୍କ ଅଫିସରେ ମଧ୍ୟ ନବଗଠିତ ବିରୋଧୀ ମେଣ୍ଟ INDIAର ନେତାମାନେ ଏକଜୁଟ ହୋଇଛନ୍ତି ।

Last Updated : Jul 26, 2023, 6:15 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.