ETV Bharat / bharat

Monsoon Session: ରାଜ୍ୟସଭା-ଲୋକସଭା କାଲି ଯାଏଁ ମୁଲତବୀ, ଅଗ୍ନିବୀର ପ୍ରସଙ୍ଗରେ ଗର୍ଜିଲେ ବିରୋଧୀ

author img

By

Published : Jul 19, 2022, 4:52 PM IST

ସଂସଦ ମୌସୁମୀ ଅଧିବେଶନ (Parliament Monsoon Session)ର ଆଜି ଥିଲା ଦ୍ବିତୀୟ ଦିନ । ଉଭୟ ସଦନ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଉଭୟ ରାଜ୍ୟସଭା ଓ ଲୋକସଭାରେ ପ୍ରବଳ ହଙ୍ଗାମା କରିଥିଲେ । ଅଧିକ ପଢନ୍ତୁ

Monsoon Session 2022
Monsoon Session 2022

ନୂଆଦିଲ୍ଲୀ: ସଂସଦ ମୌସୁମୀ ଅଧିବେଶନ (Parliament Monsoon Session) ର ଆଜି ଥିଲା ଦ୍ବିତୀୟ ଦିନ । ଉଭୟ ସଦନ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଉଭୟ ରାଜ୍ୟସଭା ଓ ଲୋକସଭାରେ ପ୍ରବଳ ହଙ୍ଗାମା କରିଥିଲେ । ଫଳରେ କିଛି ସମୟ ପରେ ପ୍ରଥମେ ଗୃହକୁ ଅପରାହ୍ନ 2 ଟା ପରେ ଆସନ୍ତାକାଲି ପୂର୍ବାହ୍ନ 11 ଟା ପର୍ଯ୍ୟନ୍ତ ଲୋକସଭା(Lok Sabha) ଓ ରାଜ୍ୟସଭା(RajyaSabha) ମୁଲତବୀ ରହିଛି ।

ଏହା ପୂର୍ବରୁ ଆଜି ଲୋକସଭାରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ବୈଦେଶିକ ନୀତି ସମ୍ପର୍କରେ ଭାଷଣ ଦେଉଥିଲେ । ହେଲେ ବିରୋଧୀଙ୍କ ହଙ୍ଗାମା କାରଣରୁ ଲୋକସଭା ବାରମ୍ବାର ମୁଲତବୀ ହେବା ପରେ ଜୟଶଙ୍କର ନିଜ ଭାଷଣ ଶେଷ କରି ପାରିନଥିଲେ । ଏହା ପୂର୍ବରୁ ଦରଦାମ ବୃଦ୍ଧି, ଜିଏସଟି, ବେରୋଜଗାରୀ, ପ୍ରସଙ୍ଗରେ କଂଗ୍ରେସ ସହିତ ବିଭିନ୍ନ ଦଳ ହଙ୍ଗାମା କରିବାରୁ ଲୋକସଭା ପ୍ରାରମ୍ଭରୁ ମାତ୍ର 15 ମିନିଟ ଚାଲିପାରିଥିଲା । ବାଚସ୍ପତି ଓମ ବିର୍ଲା ଲୋକସଭାକୁ ଅପରାହ୍ନ 2 ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ । ପରେ ଅପରାହ୍ନ 2 ଟା ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ସ୍ଥିତି ପୂର୍ବ ପରି ଥିଲା । ଲୋକସଭା ସ୍ବାଭାବିକ ନହେବାରୁ ବାଚସ୍ପତି ଆସନ୍ତାକାଲି ପୂର୍ବାହ୍ନ 11 ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।

#SansadUpdate#LokSabha adjourned till 11 AM on July 20, 2022#MonsoonSession2022 pic.twitter.com/4NStYjlbXE

— SansadTV (@sansad_tv) July 19, 2022 " class="align-text-top noRightClick twitterSection" data=" ">

ସେହିପରି ରାଜ୍ୟସଭାରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଛି । ଉଚ୍ଚ ସଦନରେ ମଧ୍ୟ ଦରଦାମ ବୃଦ୍ଧି, ଜିଏସଟି, ନିଯୁକ୍ତିକୁ ନେଇ ବିରୋଧୀ ସରକାରଙ୍କୁ ଘେରିଥିଲେ । ରାଜ୍ୟସଭାରେ କଂଗ୍ରେସ ସଂସଦୀୟ ନେତା ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ସରକାର ବିଭିନ୍ନ ଦୈନନ୍ଦିନ ଖାଦ୍ୟ ପଦାର୍ଥ ଉପରେ ଜିଏସଟି ଲଗାଇଛନ୍ତି । ଏହାସହ ଜନବିରୋଧୀ । ଏହାରି ବିରୋଧରେ ଆମେ ଲଢେଇ କରିବୁ । ସଂସଦରେ ମଧ୍ୟ ଉଠାଇବୁ ବୋଲି କହିଛନ୍ତି । ପୂର୍ବାହ୍ନ ରାଜ୍ୟସଭା ଆରମ୍ଭ ହେବାର 5 ମିନିଟ ମଧ୍ୟରେ ଅପରାହ୍ନ 2 ଟା ପର୍ଯ୍ୟନ୍ତ ମୁଲତବୀ ହୋଇଥିଲା । ପରେ ରାଜ୍ୟସଭାକୁ ଆସନ୍ତାକାଲି (ବୁଧବାର) ପୂର୍ବାହ୍ନ 11 ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ଉପାଧ୍ୟକ୍ଷ । ଏହା ସହିତ ଅଗ୍ନିବୀର ପ୍ରସଙ୍ଗରେ ମଧ୍ୟ ବିରୋଧୀ ଉଭୟ ସଦନରେ ତୁମ୍ବିତୋଫାନ କରିଥିଲେ ।

ସେପଟେ ଉଭୟ ସଦନ ମୁଲତବୀ ହେବା ପରେ ବିରୋଧୀ କଂଗ୍ରେସ ଓ ଅନ୍ୟ ଦଳ ଗୁଡିକ ସଂସଦ ପରିସରରେ ଥିବା ମାହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ ତଳେ ଧାରଣା ଦେଇଥିଲେ । ଜିଏସଟି, ଦରଦାମ ବୃଦ୍ଧି, ନିଯୁକ୍ତି ଭଳି ପ୍ରସଙ୍ଗରେ ବିରୋଧୀ ସାଂସଦ ମାନେ ସରକାରଙ୍କ ବିରୋଧରେ ନାରାବାଜୀ କରିଥିଲେ ।

ଆଜି ବିରୋଧୀ କଂଗ୍ରେସ, ଆପ ଓ ଅନ୍ୟ କିଛି ଦଳ ପକ୍ଷରୁ ଦରଦାମ, ଜିଏସଟି ପ୍ରସଙ୍ଗରେ ରାଜ୍ୟସଭାରେ ଆଲୋଚନା ପାଇଁ ନୋଟିସ ଦେଇଥିଲେ । ହେଲେ ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କେୟା ନାଇଡୁ ଗ୍ରହଣ କରିନଥିଲେ । ଏହି ସମସ୍ତ ପ୍ରସଙ୍ଗ ଶୁନ୍ୟକାଳରେ ବିରୋଧୀ ଆଣିବାକୁ ପରାମର୍ଶ ଦେଇଥିଲେ ।

ନୂଆଦିଲ୍ଲୀ: ସଂସଦ ମୌସୁମୀ ଅଧିବେଶନ (Parliament Monsoon Session) ର ଆଜି ଥିଲା ଦ୍ବିତୀୟ ଦିନ । ଉଭୟ ସଦନ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଉଭୟ ରାଜ୍ୟସଭା ଓ ଲୋକସଭାରେ ପ୍ରବଳ ହଙ୍ଗାମା କରିଥିଲେ । ଫଳରେ କିଛି ସମୟ ପରେ ପ୍ରଥମେ ଗୃହକୁ ଅପରାହ୍ନ 2 ଟା ପରେ ଆସନ୍ତାକାଲି ପୂର୍ବାହ୍ନ 11 ଟା ପର୍ଯ୍ୟନ୍ତ ଲୋକସଭା(Lok Sabha) ଓ ରାଜ୍ୟସଭା(RajyaSabha) ମୁଲତବୀ ରହିଛି ।

ଏହା ପୂର୍ବରୁ ଆଜି ଲୋକସଭାରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ବୈଦେଶିକ ନୀତି ସମ୍ପର୍କରେ ଭାଷଣ ଦେଉଥିଲେ । ହେଲେ ବିରୋଧୀଙ୍କ ହଙ୍ଗାମା କାରଣରୁ ଲୋକସଭା ବାରମ୍ବାର ମୁଲତବୀ ହେବା ପରେ ଜୟଶଙ୍କର ନିଜ ଭାଷଣ ଶେଷ କରି ପାରିନଥିଲେ । ଏହା ପୂର୍ବରୁ ଦରଦାମ ବୃଦ୍ଧି, ଜିଏସଟି, ବେରୋଜଗାରୀ, ପ୍ରସଙ୍ଗରେ କଂଗ୍ରେସ ସହିତ ବିଭିନ୍ନ ଦଳ ହଙ୍ଗାମା କରିବାରୁ ଲୋକସଭା ପ୍ରାରମ୍ଭରୁ ମାତ୍ର 15 ମିନିଟ ଚାଲିପାରିଥିଲା । ବାଚସ୍ପତି ଓମ ବିର୍ଲା ଲୋକସଭାକୁ ଅପରାହ୍ନ 2 ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ । ପରେ ଅପରାହ୍ନ 2 ଟା ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ସ୍ଥିତି ପୂର୍ବ ପରି ଥିଲା । ଲୋକସଭା ସ୍ବାଭାବିକ ନହେବାରୁ ବାଚସ୍ପତି ଆସନ୍ତାକାଲି ପୂର୍ବାହ୍ନ 11 ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।

ସେହିପରି ରାଜ୍ୟସଭାରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଛି । ଉଚ୍ଚ ସଦନରେ ମଧ୍ୟ ଦରଦାମ ବୃଦ୍ଧି, ଜିଏସଟି, ନିଯୁକ୍ତିକୁ ନେଇ ବିରୋଧୀ ସରକାରଙ୍କୁ ଘେରିଥିଲେ । ରାଜ୍ୟସଭାରେ କଂଗ୍ରେସ ସଂସଦୀୟ ନେତା ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ସରକାର ବିଭିନ୍ନ ଦୈନନ୍ଦିନ ଖାଦ୍ୟ ପଦାର୍ଥ ଉପରେ ଜିଏସଟି ଲଗାଇଛନ୍ତି । ଏହାସହ ଜନବିରୋଧୀ । ଏହାରି ବିରୋଧରେ ଆମେ ଲଢେଇ କରିବୁ । ସଂସଦରେ ମଧ୍ୟ ଉଠାଇବୁ ବୋଲି କହିଛନ୍ତି । ପୂର୍ବାହ୍ନ ରାଜ୍ୟସଭା ଆରମ୍ଭ ହେବାର 5 ମିନିଟ ମଧ୍ୟରେ ଅପରାହ୍ନ 2 ଟା ପର୍ଯ୍ୟନ୍ତ ମୁଲତବୀ ହୋଇଥିଲା । ପରେ ରାଜ୍ୟସଭାକୁ ଆସନ୍ତାକାଲି (ବୁଧବାର) ପୂର୍ବାହ୍ନ 11 ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ଉପାଧ୍ୟକ୍ଷ । ଏହା ସହିତ ଅଗ୍ନିବୀର ପ୍ରସଙ୍ଗରେ ମଧ୍ୟ ବିରୋଧୀ ଉଭୟ ସଦନରେ ତୁମ୍ବିତୋଫାନ କରିଥିଲେ ।

ସେପଟେ ଉଭୟ ସଦନ ମୁଲତବୀ ହେବା ପରେ ବିରୋଧୀ କଂଗ୍ରେସ ଓ ଅନ୍ୟ ଦଳ ଗୁଡିକ ସଂସଦ ପରିସରରେ ଥିବା ମାହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ ତଳେ ଧାରଣା ଦେଇଥିଲେ । ଜିଏସଟି, ଦରଦାମ ବୃଦ୍ଧି, ନିଯୁକ୍ତି ଭଳି ପ୍ରସଙ୍ଗରେ ବିରୋଧୀ ସାଂସଦ ମାନେ ସରକାରଙ୍କ ବିରୋଧରେ ନାରାବାଜୀ କରିଥିଲେ ।

ଆଜି ବିରୋଧୀ କଂଗ୍ରେସ, ଆପ ଓ ଅନ୍ୟ କିଛି ଦଳ ପକ୍ଷରୁ ଦରଦାମ, ଜିଏସଟି ପ୍ରସଙ୍ଗରେ ରାଜ୍ୟସଭାରେ ଆଲୋଚନା ପାଇଁ ନୋଟିସ ଦେଇଥିଲେ । ହେଲେ ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କେୟା ନାଇଡୁ ଗ୍ରହଣ କରିନଥିଲେ । ଏହି ସମସ୍ତ ପ୍ରସଙ୍ଗ ଶୁନ୍ୟକାଳରେ ବିରୋଧୀ ଆଣିବାକୁ ପରାମର୍ଶ ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.