ETV Bharat / bharat

Parliament Updates: ହିଣ୍ଡନବର୍ଗ ରିପୋର୍ଟ ନେଇ ପୁଣି ବିରୋଧିଙ୍କ ହଟ୍ଟଗୋଳ, ଉଭୟ ଗୃହ ମୁଲତବୀ - ସଂସଦର ଉଭୟ ଗୃହ ମୁଲତବୀ

ହିଣ୍ଡନବର୍ଗ ରିପୋର୍ଟ ଉପରେ ଆଲୋଚନା ଦାବିରେ ଆଜି ବି କମ୍ପିଲା ସଂସଦ । ଉଭୟ ଗୃହ ମୁଲତବୀ ଘୋଷଣା । ଅଧିକ ପଢନ୍ତୁ

ହିଣ୍ଡନବର୍ଗ ରିପୋର୍ଟ ନେଇ ପୁଣି ବିରୋଧିଙ୍କ ହଟ୍ଟଗୋଳ

author img

By

Published : Feb 3, 2023, 12:21 PM IST

ନୂଆଦିଲ୍ଲୀ: ହିଣ୍ଡନବର୍ଗ ରିପୋର୍ଟ ନେଇ ଆଜି ବି ସଂସଦରେ ପ୍ରବଳ ହଟ୍ଟଗୋଳ ହୋଇଛି । ଆଦାନୀ ଗ୍ରୁପ ବିରୁଦ୍ଧରେ ଆସିଥିବା ଷ୍ଟକ ଜାଲିଆତି ଅଭିଯୋଗ ଉପରେ ଆଲୋଚନା କରିବାକୁ ଦାବି କରି ବଜେଟ ଅଧିବେଶନର ଚତୁର୍ଥ ଦିନରେ ବିରୋଧି ପୁଣିଥରେ ହଙ୍ଗାମା କରିଛନ୍ତି । ବିରୋଧି ଦଳ ସାଂସଦମାନଙ୍କ ନାରାବାଜି ଓ ହୋହଲ୍ଲା ଯୋଗୁଁ ରାଜ୍ୟସଭାକୁ ପୂର୍ବାହ୍ନ ସାଢେ ୨ଟା ଯାଏଁ ମୁଲତବୀ ରଖାଯାଇଛି । ଲୋକସଭା ମଧ୍ୟ ୨ଟା ଯାଏଁ ମୁଲତବୀ ଘୋଷଣା ହୋଇଛି ।

ବିରୋଧି ଦଳ ହିଣ୍ଡନବର୍ଗ ରିପୋର୍ଟ ଏବଂ ଆଦାନୀ ଗ୍ରୁପ ଷ୍ଟକ ମୂଲ୍ୟରେ ହ୍ରାସ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଅଡି ବସିଛନ୍ତି । ଏନେଇ ଆଜି ସକାଳ ୧୦ଟା ସମୟରେ ବିରୋଧି ଦଳ ଗୁଡିକ ରାଜ୍ୟସଭାର ବିରୋଧି ଦଳ ନେତା ତଥା କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍‌ଗଙ୍କ ଚାମ୍ବରରେ ଏକଜୁଟ ହୋଇଥିଲେ । ଡିଏମକେ, ସମାଜବାଦୀ ପାର୍ଟି, ବିଆରଏସ, ଆପ୍, ଆରଜେଡି, ଜେଡିୟୁ, ସିପିଏମ, ସିପିଆ, ଏନସିପି, ଏନସି ସମେତ ଅନ୍ୟାନ୍ୟ ବିରୋଧି ଦଳର ନେତା ବୈଠକରେ ଉପସ୍ଥିତ ହୋଇଥିଲେ । ସେଠାରେ ହୋଇଥିବା ଆଲୋଚନା ସମ୍ପର୍କରେ ସୂଚନା ଦେଇ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ, ସେମାନଙ୍କର ଦାବି ସମାନ । ବିରୋଧି ଦଳ ଆଦାନୀ ଗ୍ରୁପ ବିରୁଦ୍ଧରେ ନିରପକ୍ଷେ ତଦନ୍ତ ଚାହୁଁଛନ୍ତି । ଯାହାଦ୍ବାରା ଏଲଆଇସି, ଏସବିଆଇ ଏବଂ ଅନ୍ୟାନ୍ୟ ସଂସ୍ଥାଗୁଡିକୁ ରକ୍ଷା କରାଯାଇ ପାରିବ ।

ସେହିପରି ଅନ୍ୟ କେତେକ ବିରୋଧି ଦଳ ସଦସ୍ୟ ଆଦାନୀ ଗ୍ରୁପ ଏବଂ ସୀମା ସୁରକ୍ଷା ପ୍ରସଙ୍ଗ ଉପରେ ତୁରନ୍ତ ଆଲୋଚନା ଦାବି କରି ଉଭୟ ଗୃହରେ ସସପେନସନ ଅଫ୍ ବିଜେନସ ନୋଟିସ ଦେଇଛନ୍ତି । ଯୁଗ୍ମ ସଂସଦୀୟ କମିଟି ନଚେତ୍ ସୁପ୍ରିମକୋର୍ଟଙ୍କ ତତ୍ତ୍ବବଧାନରେ ଏହି ମାମଲାର ତଦନ୍ତ କରାଯାଉ ବୋଲି ବିରୋଧି ଦାବି କରିଛନ୍ତି । ଧାରା ୨୬୭ ଅଧିନରେ ଏ ପର୍ଯ୍ୟନ୍ତ ରାଜ୍ୟସଭାରେ ୧୫ଟି ସସପେନ୍‌ସନ୍ ଅଫ୍ ବିଜେନସ ନୋଟିସ୍‌ ଦିଆଯାଇଥିବା ବେଳେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ଏହାକୁ ଗ୍ରହଣ କରିନାହାନ୍ତି ।

ଉଲ୍ଲେଖଯୋଗ୍ୟ, ଗତକାଲି ମଧ୍ୟ ଆଦାନୀ ଗ୍ରୁପ ପ୍ରସଙ୍ଗ ନେଇ ସଂସଦରେ ପ୍ରବଳ ହଙ୍ଗାମା ହୋଇଥିଲା । କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍‌ଗେ ଓ କେସିଆର ଏହି ମାମଲାରେ ଆଲୋଚନା ପାଇଁ ଗୃହରେ ପ୍ରସ୍ତାବ ଆଗତ କରିଥିଲେ । ମାତ୍ର ଏହାକୁ ଗ୍ରହଣ କରାନଯିବାରୁ ବିରୋଧି ହୋହଲ୍ଲା କରିଥିଲେ । ଏଥିପାଇଁ ଉଭୟ ଗୃହକୁ ମୁଲତବୀ ରଖାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.