ETV Bharat / bharat

ସଂସଦ ସୁରକ୍ଷା ବିଭ୍ରାଟ: ବିଜେପି ସାଂସଦଙ୍କ କାର୍ଯ୍ୟାଳୟରୁ ପାସ ପାଇଥିଲେ ଅନୁପ୍ରବେଶକାରୀ !

author img

By ETV Bharat Odisha Team

Published : Dec 13, 2023, 7:52 PM IST

Security breach in Lok Sabha: ମହୀଶୂର ବିଜେପି ସାଂସଦଙ୍କ କାର୍ଯ୍ୟାଳୟରୁ 2 ଅନୁପ୍ରବେଶକାରୀ ଭିଜିଟର ପାସ ପାଇଥିବା ଚର୍ଚ୍ଚା ! ସାମ୍ନାକୁ ଆସିନି ଦଳ କିମ୍ବା ସମ୍ପୃକ୍ତ ସାଂସଦଙ୍କ ପ୍ରତିକ୍ରିୟା । 4 ଗିରଫ, 6 ସମ୍ପୃକ୍ତ । ଅଧିକ ପଢନ୍ତୁ

ସଂସଦ ସୁରକ୍ଷା ବିଭ୍ରାଟ: ବିଜେପି ସାଂସଦଙ୍କ କାର୍ଯ୍ୟାଳୟରୁ ପାସ ପାଇଥିଲେ ଅନୁପ୍ରବେଶକାରୀ !
ସଂସଦ ସୁରକ୍ଷା ବିଭ୍ରାଟ: ବିଜେପି ସାଂସଦଙ୍କ କାର୍ଯ୍ୟାଳୟରୁ ପାସ ପାଇଥିଲେ ଅନୁପ୍ରବେଶକାରୀ !

ନୂଆଦିଲ୍ଲୀ: ସଂସଦ ଆକ୍ରମଣର 22ତମ ବାର୍ଷିକୀରେ ପୁଣି ଥରେ ଦେଶର ସର୍ବୋଚ୍ଚ ପଞ୍ଚାୟତର ସୁରକ୍ଷାରେ ବିଭ୍ରାଟ । ଏବେ 4 ଅଭିଯୁକ୍ତ ଗିରଫ ସହ ଏଥିରେ 6 ଅଭିଯୁକ୍ତଙ୍କ ସମ୍ପୃକ୍ତି ଥିବା ଜଣାପଡିଛି । ତେବେ ସଂସଦ ପରି ଦେଶର ସର୍ବୋଚ୍ଚ ପଞ୍ଚାୟତରେ ଅଭେଦ୍ଯ ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି ଅନୁପ୍ରବେଶକାରୀ ଗୃହରେ ଉତ୍ପାତ କରିବା ଘଟଣାରେ ବିଭିନ୍ନ ଦିଗକୁ ନେଇ ସୂଚନା ଏବେ ସାମ୍ନାକୁ ଆସିବାରେ ଲାଗିଛି । ଗୃହ ମଧ୍ୟରେ ପ୍ରବେଶ କରିଥିବା ଦୁଇ ଅଭିଯୁକ୍ତ ଯୁବକ ଭିଜିଟର ପାସରେ ପ୍ରବେଶ କରିଥିଲେ । ଏହି ପାସ ସେମାନଙ୍କୁ ମହୀଶୂରର ବିଜେପି ସାଂସଦ ପ୍ରତାପ ସିହ୍ନାଙ୍କ କାର୍ଯ୍ୟାଳୟରୁ ମିଳିଥିବା ବିରୋଧୀ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଦୁଇ ଅନୁପ୍ରବେଶକାରୀଙ୍କ ମଧ୍ୟରେ ଜଣେ ମହୀଶୂରର ଯୁବକ ମଧ୍ୟ ରହିଛନ୍ତି ।

ବିରୋଧୀଙ୍କ ଅଭିଯୋଗ ଓ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗୃହ ମଧ୍ୟରେ ପ୍ରବେଶ କରିଥିବା ଦୁଇ ଅଭିଯୁକ୍ତ ଡି.ମନୋରଞ୍ଜନ ଓ ସାଗର ଶର୍ମା ମହୀଶୂରର ବିଜେପି ସାଂସଦ ପ୍ରତାପ ସିହ୍ନାଙ୍କ କାର୍ଯ୍ୟାଳୟ ଦ୍ବାରା ଭିଜିଟର ପାସ ପାଇଛନ୍ତି । ସେମାନେ ଏହି ପାସ ମାଧ୍ୟମରେ ଅଧିବେଶନ ଚାଲିଥିବା ବେଳେ ଭିଜିଟର ଗ୍ୟାଲେରୀ ପର୍ଯ୍ୟନ୍ତ ପହଞ୍ଚିଥିଲେ । ସାଙ୍ଗରେ କଲର ବମ ମଧ୍ୟ ନେଇଥିଲେ । କିଛି ସମୟ ଭିଜିଟର ଗ୍ୟାଲେରୀରେ ବସିବା ପରେ ଉଭୟ ଗୃହର ମଧ୍ୟଭାଗକୁ ଲମ୍ଫ ଦେବା ସହ ଉତ୍ପାତ ଆରମ୍ଭ କରିଥିଲେ । ବେଶ କିଛି ସମୟର ହଙ୍ଗାମା ପରେ ସଂସଦ ସୁରକ୍ଷାକର୍ମୀ ଓ ସଦନରେ ଥିବା ସାଂସଦମାନେ ଉଭୟଙ୍କୁ କାବୁ କରିଥିଲେ । ତେବେ ଏହି ସୁରକ୍ଷା ବିଭ୍ରାଟରେ ବିଜେପିର ସାଂସଦଙ୍କ କାର୍ଯ୍ୟାଳୟର ସମ୍ପୃକ୍ତି ନେଇ ଅଭିଯୋଗ ଆସିବା ପରେ ଶାସକ ଦଳ କିମ୍ବା ସାଂସଦ ପ୍ରତାପ ସିହ୍ନାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନି ।

ସାଂସଦ ପ୍ରତାପ ସିହ୍ନା:

ମହୀଶୂରରୁ 2014 ଓ 2019 ସାଧାରଣ ନିର୍ବାଚନରେ ବିଜେପି ଟିକେଟରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ସାମ୍ବାଦିକରୁ ରାଜନେତା ହୋଇଥିବା ପ୍ରତାପ ସିହ୍ନା । 42 ବର୍ଷୀୟ ଯୁବ ସାଂସଦ ପ୍ରତାପ ଜଣେ ସ୍ତମ୍ଭକାର ମଧ୍ୟ । ତାଙ୍କ ଦ୍ବାରା ଲିଖିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜୀବନୀ 2007ରେ ପ୍ରକାଶିତ ମଧ୍ୟ ହୋଇଛି । ତେବେ ମହୀଶୂରର ଅଭିଯୁକ୍ତ ଡି.ମନୋରଞ୍ଜନ ଜଣେ ଉଚ୍ଚଶିକ୍ଷିତ ଯୁବକ । ସେ ଇଞ୍ଜିନିୟରିଂରେ ସ୍ନାତ୍ତକ କରିଛନ୍ତି । ତାଙ୍କର ନିଜ ସ୍ଥାନୀୟ ସାଂସଦଙ୍କ ସହ ସୁସମ୍ପର୍କ ଥାଇପାରେ । ସେହି କାରଣରୁ ସେ ଦୁଇଟି ପାସ ହାତେଇ ପାରିଥାନ୍ତି ବୋଲି ସନ୍ଦେହ କରାଯାଉଛି । ଏପରି ବିଭ୍ରାଟ ବେଳେ ସାଂସଦ ପ୍ରତାପ ଗୃହରେ ଉପସ୍ଥିତ ଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇନି । ଏପର୍ଯ୍ୟନ୍ତ ବିଜେପି କିମ୍ବା ସାଂସଦ ପ୍ରତାପ ଗଣମାଧ୍ୟମ ସାମ୍ନାକୁ ଆସିନାହାନ୍ତି । ଅଭିଯୁକ୍ତର ସାଂସଦ ପ୍ରତାପ କିମ୍ବା ବିଜେପି ଦଳ ସହ କୌଣସି ସମ୍ପର୍କ ଥିବା ସମ୍ପର୍କରେ ପୋଲିସ ଏପର୍ଯ୍ୟନ୍ତ ମଧ୍ୟ କୌଣସି ତଥ୍ୟ ପ୍ରଘଟ କରିନାହିଁ ।

ଏହା ମଧ୍ୟ ପଢନ୍ତୁ :- ସଂସଦ ସୁରକ୍ଷା ଭଙ୍ଗର ଛାନଭିନ୍: ପାର୍ଲାମେଣ୍ଟରେ ଦିଲ୍ଲୀ ପୋଲିସ-ସିଆରପିଏଫ୍ ଡିଜି, ଅଭିଯୁକ୍ତଙ୍କୁ ଗୁଇନ୍ଦା ଜେରା, ଗାଁକୁ ଗଲା ତଦନ୍ତ ଟିମ୍

ଭିଜିଟରଙ୍କ ପାଇଁ ରହିଥାଏ 5 ସ୍ତରୀୟ ଯାଞ୍ଚ ପ୍ରକ୍ରିୟା:-

ନୂତନ ସଂସଦ ଭବନର ପ୍ରବେଶ ପ୍ରକ୍ରିୟା ଓ ସୁରକ୍ଷା ବ୍ୟବସ୍ଥା ପୁରୁଣା ସଂସଦ ଭବନ ଠାରୁ ମଧ୍ୟ ଅଧିକ ବ୍ୟବସ୍ଥିତ । ସାଂସଦମାନଙ୍କ କହିବା ଅନୁସାରେ, ଜଣେ କେହି ଭିଜିଟର ପାସରେ ଅଧିବେଶନ ଚାଲିଥିବା ବେଳେ ସଦନରେ ପ୍ରବେଶ କରିବା ପାଇଁ କୌଣସି ସଦସ୍ୟଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ବୈଧ ପାସ ବାଧ୍ୟତାମୂଳକ ହୋଇଥାଏ । ସେହିପରି କେବଳ ପାସ ନୁହେଁ ବରଂ ପ୍ରାୟ 5 ସ୍ତରୀୟ ଯାଞ୍ଚ ପରେ ସେମାନେ ଗୃହରେ ପ୍ରବେଶ କରିଥାନ୍ତି । ତେବେ କଡା ସରୁକ୍ଷା ଓ ପାସ ନିୟମାବଳି ମଧ୍ୟରେ ଦୁଇ ଉପଦ୍ରବକାରୀ ଗୃହ ମଧ୍ୟରେ ପ୍ରବେଶ କରିବାକୁ ନେଇ ବିଭିନ୍ନ ପ୍ରଶ୍ନ ସୃଷ୍ଟି ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.