ETV Bharat / bharat

Parliament Monsoon Session; ଆଜି ସଂସଦ ହୋଇପାରେ ସାଇନ-ଏ-ଡାଏ ! - Parliament

ଆଜି ସଂସଦର ଉଭୟ ସଦନକୁ ନିର୍ଦ୍ଧାରିତ ସମୟର ୨ ଦିନ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ କରିବା ପାଇଁ ସରକାର ପ୍ରସ୍ତୁତି କରିଦେଇଥିବା କୁହାଯାଉଛି । ଅଧିକ ପଢନ୍ତୁ...

Parliament Monsoon Session
Parliament Monsoon Session
author img

By

Published : Aug 11, 2021, 10:10 AM IST

ନୂଆଦିଲ୍ଲୀ: ଶେଷ ପର୍ଯ୍ୟାୟରେ ସଂସଦ ମୌସୁମୀ ଅଧିବେଶନ । ସଂସଦ ପୁରା ହଙ୍ଗାମା ହଟ୍ଟଗୋଳରେ ଶେଷ ହେବାକୁ ଯାଉଛି । ମୋଦି ସରକାରଙ୍କ ଦ୍ବିତୀୟ ପାଳିରେ ଏହା ସବୁଠାରୁ ସର୍ବନିମ୍ନ କାର୍ଯ୍ୟ ହୋଇଥିବା ଅଧିବେଶନ ହେବ । ଅଧିବେଶନରେ ଆଶା ଜନକ କାର୍ଯ୍ୟ ହୋଇନଥିବା ବେଳେ ଶହ ଶହ କୋଟି ଟଙ୍କା ଅଯଥା ଅପଚୟ ହେବାକୁ ଯାଉଛି । ରାଜନୈତିକ ସ୍ବାର୍ଥ ପାଇଁ ସଂସଦ ସ୍ବାଭାବିକ କରିବେ ପରିବର୍ତ୍ତେ ଶାସକ-ବିରୋଧୀ ନିଜ ନିଜ ଜିଦରେ ଅଟଳ ରହିଲେ ।

ରାଜନୈତିକ, ସାମାଜିକ, ଅର୍ଥନୈତିକ ଦୃଷ୍ଟିରୁ ସଂସଦର ଚଳିତ ଅଧିବେଶନ ବେଶ ଗୁରୁତ୍ବପୂର୍ଣ୍ଣ ଥିଲା । ସଂସଦରେ ଅନେକ ପ୍ରସଙ୍ଗ ସହ ଏକାଧିକ ବିଲ ବିତର୍କ ପାଇଁ ଆସିବାର ଥିଲା । ଜୁଲାଇ ୧୯ରୁ ଆରମ୍ଭ ହୋଇଥିବା ଅଧିବେଶନ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବାକୁ ଅଛି । କିନ୍ତୁ ଅଧିବେଶନ ପ୍ରାରମ୍ଭରୁ ବର୍ତ୍ତମାନ ସୁଦ୍ଧା ସଦନ ହୋଇନାହିଁ ସ୍ବାଭାବିକ । ତେବେ ସଂସଦରେ ଏପରି ଅଚଳାବସ୍ଥାକୁ ନେଇ ସରକାର ଏବେ କଠୋର ନିଷ୍ପତ୍ତି ନେଇପାରନ୍ତି ବୋଲି ଆଲୋଚନା ହେଉଛି ।

ସୂତ୍ର ଅନୁସାରେ ଆଜି ସଂସଦର ଉଭୟ ସଦନକୁ ନିର୍ଦ୍ଧାରିତ ସମୟର ୨ ଦିନ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ କରିବା ପାଇଁ ସରକାର ପ୍ରସ୍ତୁତି କରିଦେଇଥିବା କୁହାଯାଉଛି । ଆଉ ଖବର ସରବରାହ ସଂସ୍ଥା ଏଏନଆଇ ମଧ୍ୟ ଏନେଇ ଖବର ପ୍ରସାରଣ କରିଛି । ତେବେ ସଂସଦ ଆଜି ମୁଲତବୀ ହୋଇଯିବ ନା ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ଚାଲିବ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

କାରଣ ଗତକାଲି(ମଙ୍ଗଳବାର) ସଂସଦର ଉଚ୍ଚସଦନ ରାଜ୍ୟସଭାରେ ପ୍ରବଳ ହଟ୍ଟଗୋଳ ହଙ୍ଗାମା ହୋଇଛି । ଯାହାକୁ ନେଇ ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କେୟା ନାଇଡୁ କ୍ଷୁବ୍ଧ ହୋଇପଡିଛନ୍ତି । ଖାଲି ଏତିକି ନୁହେଁ ବିଶୃଙ୍ଖଳିତ ଆଚରଣ କରିଥିବା ସଦସ୍ୟଙ୍କ ସମ୍ପର୍କରେ ସରକାରଙ୍କ ଠାରୁ ରିପୋର୍ଟ ମାଗିଛନ୍ତି । ଆକଳନ କରାଯାଉଛି ଆଜି ବିଶୃଙ୍ଖଳିତ ସଦସ୍ୟଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନେଇ ରାଜ୍ୟସଭା ସମେତ ଲୋକସଭାକୁ ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ କରିପାରନ୍ତି ଉଭୟ ସଦନର ଅଧ୍ୟକ୍ଷ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.