ETV Bharat / bharat

‘ସଂସଦ ଭବନ ସାମ୍ବିଧାନିକ ମୂଲ୍ୟବୋଧରେ ନିର୍ମାଣ ହୁଏ, ଅହଂକାରର ଇଟାରେ ନୁହେଁ’ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ତେଜୁଛି ନୂଆ ସଂସଦ ଭବନ ଲୋକାର୍ପଣ ବିବାଦ । ରାହୁଲ କହିଲେ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ନକରାଯିବା, ସର୍ବୋଚ୍ଚ ସାମ୍ବିଧାନିକ ପଦ ପ୍ରତି ଅପମାନ । ଅଧିକ ପଢନ୍ତୁ

‘ ସଂସଦ ସାମ୍ବିଧାନିକ ମୂଲ୍ୟବୋଧରେ ନିର୍ମାଣ ହୁଏ, ଅହଂକାରର ଇଟାରେ ନୁହେଁ ’

author img

By

Published : May 24, 2023, 9:30 PM IST

ନୂଆଦିଲ୍ଲୀ: ଆଉ 3 ଦିନ ପରେ ନୂଆ ସଂସଦ ଭବନ ଲୋକାର୍ପିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଏହାକୁ ନେଇ ବିବାଦ ବଢିବାରେ ଲାଗିଛି । କଂଗ୍ରେସ ସମେତ ଏବେ ସୁଦ୍ଧା 19 ରାଜନୈତିକ ଦଳ ଏହି କାର୍ଯ୍ୟକ୍ରମକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାରି ମଧ୍ୟରେ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଜେପି ଉପରେ ବର୍ଷିଛନ୍ତି । ସଂସଦ ଭବନ ଲୋକାର୍ପଣରେ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ନକରାଯିବା ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ପ୍ରତି ଅପମାନ ବୋଲି ରାହୁଲ କହିଛନ୍ତି ।

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି, ‘‘ସଂସଦ ସାମ୍ବିଧାନିକ ମୂଲ୍ୟବୋଧରେ ନିର୍ମାଣ ହୋଇଥାଏ । ଅହଂକାରର ଇଟାରେ ନୁହେଁ ।’’ଏକ ଟ୍ବିଟ୍‌ରେ ରାହୁଲ କହିଛନ୍ତି, ନା ରାଷ୍ଟ୍ରପତିଙ୍କ ଦ୍ବାରା ଏହାର ଲୋକାର୍ପଣ କରାଗଲା, ନା କାର୍ଯ୍ୟକ୍ରମକୁ ତାଙ୍କୁ ନିମନ୍ତ୍ରଣ କରାଗଲା । ଏହା ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ପ୍ରତି ଅପମାନ । ଅହଙ୍କାରର ଇଟାରେ ସଂସଦ ଭବନ ନିର୍ମାଣ ହୁଏନି ବରଂ ସାମ୍ବିଧାନିକ ମୂଲ୍ୟବୋଧରେ ଏହା ନିର୍ମାଣ ହୋଇଥାଏ ।

ପ୍ରଥମେ କଂଗ୍ରେସ ଏହି କାର୍ଯ୍ୟକ୍ରମକୁ ବର୍ଜନ କରିବା ପରେ ଅନ୍ୟ ରାଜନୈତିକ ଦଳମାନେ ମଧ୍ୟ ସ୍ବର ମିଳାଇଥିଲେ । ଏବେ ସୁଦ୍ଧା କଂଗ୍ରେସ, ବାମଦଳ, ଆମ ଆଦମୀ ପାର୍ଟି, ତୃଣମୂଳ କଂଗ୍ରେସ ସମେତ ମୋଟ 19ଟି ରାଜନୈତିକ ଦଳ ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପରେ ନିର୍ମିତ ଏହି ନୂତନ ସଂସଦ ଭବନକୁ 28 ତାରିଖରେ ଦେଶ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକାର୍ପିତ କରିବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି । ହେଲେ ରାଷ୍ଟ୍ରପତିଙ୍କ ଦ୍ବାରା ସଂସଦ ଭବନର ଲୋକାର୍ପଣ କରାନଯାଇ ପ୍ରଧାନମନ୍ତ୍ରୀ ଲୋକାର୍ପିତ କରିବା ଅସାମ୍ବିଧାନିକ ଦର୍ଶାଇ କଂଗ୍ରେସ ସମେତ ମୋଟ 19ଟି ରାଜନୈତିକ ଦଳ କାର୍ଯ୍ୟକ୍ରମକୁ ବର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ବିରୋଧୀ କହିଛନ୍ତି, ସଂସଦୀୟ ଗଣତନ୍ତ୍ରରେ ରାଷ୍ଟ୍ରପତି କେବଳ ରାଷ୍ଟ୍ରମୁଖ୍ୟ ନୁହନ୍ତି ବରଂ ସଂସଦର ଏକ ଅବିଚ୍ଛେଦ୍ୟ ଅଙ୍ଗ ମଧ୍ୟ । ସରକାର ପ୍ରଥମ ଓ ବର୍ଷର ପ୍ରଥମ ଅଧିବେଶନକୁ ରାଷ୍ଟ୍ରପତି ଆହୁତ ଓ ସମ୍ବୋଧିତ କରିବା ପରେ ଗୃହକାର୍ଯ୍ୟ ଆରମ୍ଭ ହୁଏ । ଅନ୍ୟପଟେ ଏହି ଲୋକାର୍ପଣ ଦିବସ ମଧ୍ୟ ସ୍ବାଧୀନତା ସଂଗ୍ରାମୀ ତଥା ହିନ୍ଦୁୁ ମହାସଭା ପ୍ରତିଷ୍ଠାତା ସାବରକରଙ୍କ ଜନ୍ମତିଥିରେ ପଡୁଥିବାରୁ ଏହାକୁ ନେଇ ମଧ୍ୟ ବିରୋଧୀ ବିଜେପିକୁ ଟାର୍ଗେଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.