ନୂଆଦିଲ୍ଲୀ: ସଂସଦ ବଜେଟ ଅଧିବେଶନ ଅନ୍ତିମ ସପ୍ତାହରେ ପହଞ୍ଚିଛି । ଅନ୍ତିମ ସପ୍ତାହ ଉଭୟ ଶାସକ ବିରୋଧୀ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ହେବାକୁ ଯାଉଛି ।
ଅନ୍ତିମ ସପ୍ତାହରେ ଅପରାଧିକ ପ୍ରକ୍ରିୟା ବିଧେୟକ, ଦିଲ୍ଲୀ ନଗର ନିଗମ ସଂଶୋଧନ ବିଧେୟକ ସମେତ 7 ଟି ଗୁରୁତ୍ବପୂର୍ଣ୍ଣ ବିଧେୟକ ରାଜ୍ୟସଭାରେ ଆସିବ । ଏଥିପାଇଁ ରାଜ୍ୟସଭାର କାର୍ଯ୍ୟସୂଚୀରେ ସ୍ଥାନିତ ହୋଇଛି । ରାଜ୍ୟସଭା କାର୍ଯ୍ୟସୂଚୀରେ ସ୍ଥାନିତ ହୋଇଥିବା 7 ଟି ବିଧେୟକରୁ 6 ଟି ବିଧେୟକ ଲୋକସଭାରେ ପୂର୍ବରୁ ପାରିତ ହୋଇସାରିଛି ।
ଗତ ସପ୍ତାହରେ ଲୋକସଭାରେ ଅପରାଧିକ ପ୍ରକ୍ରିୟା ଚିହ୍ନଟ ବିଧେୟକ2022 (Criminal Procedure (Identification) ବିଲ ପାରିତ ହୋଇସାରିଛି । ଏହି ବିଲର ଉଦ୍ଦେଶ୍ୟ ଦେଶର ଯେକୌଣସି ଅପରାଧକୁ ପୁରା ବାୟୋଗ୍ରାଫିକକୁ ସୁରକ୍ଷିତ ରଖିବ । ଏହାବାଦ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା (Amit Shah) ଦିଲ୍ଲୀ ନଗର ନିଗମ ସଂଶୋଧନ ବିଧେୟକ 2022 କୁ ରାଜ୍ୟସଭାରେ ଆଣିବେ । ସଂଶୋଧନ ବିଧେୟକ ଅନୁସାରେ ବର୍ତ୍ତମାନ ଦିଲ୍ଲୀର 3 ଟି ମହାନଗର ନିଗମକୁ ବିଳୟ କରି ଗୋଟିଏ ମହାନଗର ନିଗମ କରାଯିବ । ଏହି ବିଲ ସମ୍ଭବତଃ ସରକାର ବୁଧବାର ଦିନ ରାଜ୍ୟସଭାରେ ଆଣିପାରନ୍ତି । ପୂର୍ବରୁ ଏହା ଲୋକସଭାରେ ପାରିତ ହୋଇସାରିଛି ।
ଏହାବାଦ ରାଜ୍ୟସଭାରେ ଆସିଥିବାକୁ ଥିବା ଅନ୍ୟ ବିଧେୟକ ମଧ୍ୟରେ ରହିଛି ସମ୍ବିଧାନ (ଅନୁସୁଚିତ ଜନଜାତି) ଆଦେଶ ସଂଶୋଧନ ବିଧେୟକକ 2022 । ସମ୍ବିଧାନ (ଅନୁସୁଚିତ ଜାତି ଓ ଅନୁସୁଚିତ ଜନଜାତି ଆଦେଶ ସଂଶୋଧନ ବିଧେୟକ 2022, ଭାରତୀୟ ଆଣ୍ଟାର୍କଟିକା ବିଧେୟକ 2022 ଓ ବେଆଇନ ଆଇନ ଗିତିବିଧି ନିଷେଧ ସଂଶୋଧନ ବିଧେୟକ 2022 ପ୍ରମୁଖ ରାଜ୍ୟସଭାରେ ଆସିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ