ETV Bharat / bharat

ଗଣତନ୍ତ୍ର ମନ୍ଦିରରେ ପଡିଲା ପହଡ, ଭେଟି ଚଢିଲା ୨୦୦ କୋଟି

author img

By

Published : Aug 11, 2021, 9:42 PM IST

ଅଭଦ୍ରତା ଓ ଶିଷ୍ଟାଚାର ଲଙ୍ଘିଲେ ସମସ୍ତ ସୀମା । ଜୋରଦାର ହଙ୍ଗାମାର ଝଡତୋଫାନ ମଧ୍ୟରେ ପଡିଛି ଗଣତନ୍ତ୍ର ମନ୍ଦିରରେ ପହଡ । ବିରୋଧୀଙ୍କ ମନରେ ଦାନା ବାନ୍ଧିଥିବା ଆକ୍ରୋଶର ଲଘୁଚାପ ବର୍ଷାରେ ଧୋଇଯାଇଛି ସଂସଦର ମୌସୁମୀ ଅଧିବେଶନ । ଅଧିକ ପଢନ୍ତୁ...

ଗଣତନ୍ତ୍ର ମନ୍ଦିରରେ ପଡିଲା ପହଡ, ଭେଟି ଚଢିଲା ୨୦୦ କୋଟି
ଗଣତନ୍ତ୍ର ମନ୍ଦିରରେ ପଡିଲା ପହଡ, ଭେଟି ଚଢିଲା ୨୦୦ କୋଟି

ନୂଆଦିଲ୍ଲୀ: ହୋହାଲ୍ଲା ସାଙ୍ଗକୁ ହଟ୍ଟଗୋଳ । କିଏ ପୋଡିୟମ ଉପରେ ଚଢିଲେ ତ ଆଉ କିଏ କାଗଜ ପତ୍ର ଚିରି ଫାଡି କଲେ ଚିତ୍କାର । କେଉଁଠି ମାର୍ଶାଲଙ୍କ ସହ ଧସ୍ତାଧସ୍ତି ତ ଆଉ କେଉଁଠି କବାଟର କାଚ ଭଙ୍ଗାରୁଜା । ଅଭଦ୍ରତା ଓ ଶିଷ୍ଟାଚାର ଲଙ୍ଘିଲେ ସମସ୍ତ ସୀମା । ଜୋରଦାର ହଙ୍ଗାମାର ଝଡତୋଫାନ ମଧ୍ୟରେ ପଡିଛି ଗଣତନ୍ତ୍ର ମନ୍ଦିରର ପହଡ । ବିରୋଧୀଙ୍କ ମନରେ ଦାନା ବାନ୍ଧିଥିବା ଆକ୍ରୋଶର ଲଘୁଚାପ ବର୍ଷାରେ ଧୋଇଯାଇଛି ସଂସଦର ମୌସୁମୀ ଅଧିବେଶନ ।

ଦେଶର ଜନସାଧାରଣଙ୍କୁ ଧୋକା ଦେଇଛନ୍ତି ନେତା । ସେହି ନେତା ଯେଉଁମାନେ ଜନସାଧାରଣଙ୍କ ହକ୍‌ ପାଇଁ ସ୍ବର ଉଠାଇବାକୁ ନିର୍ମିତ ଗଣତନ୍ତ୍ରର ମନ୍ଦିରକୁ ନିଜ ରାଜନୀତି ଚମକାଇବା ପାଇଁ କରିଛନ୍ତି ଅପବିତ୍ର । ଯେଉଁ ଜନସାଧାରଣଙ୍କ ଆଶା ବିଶ୍ବାସ ବଳରେ ମାନ୍ୟବର ସାଂସଦଗଣ ଗଣତନ୍ତ୍ରର ମନ୍ଦିରରେ ପାଦ ଦେଇଥିଲେ, ସେହି ମନ୍ଦିରର ଗର୍ଭଗୃହ ମଧ୍ୟରେ ମର୍ଯ୍ୟାଦା ଉଲ୍ଲଂଘନ କରି ଜନତାଙ୍କ ଟିକସ୍‌ର କୋଟିକୋଟି ଟଙ୍କାକୁ କରିଛନ୍ତି ଧୂଳିସାତ । ସାଂସଦଙ୍କ ହଙ୍ଗାମା ଓ ବିରୋଧ ଯୋଗୁଁ ଭେଟି ଚଢିଯାଇଛି ୨୦୦ କୋଟି ଟଙ୍କା ।

ବୁଧବାର ଶେଷ ହୋଇଛି ଚଳିତ ବର୍ଷ ମୌସୁମୀ ଅଧିବେଶନ । ୧୯ ଜୁଲାଇରୁ ଆରମ୍ଭ ହୋଇଥିବା ମୌସୁମୀ ଅଧିବାଶେନ ବିରୋଧୀଙ୍କ ହଙ୍ଗାମା ମଧ୍ୟରେ ସମ୍ପୂର୍ଣ୍ଣ ଧୋଇଯାଇଛି । କୃଷି ଆଇନ ଓ ପେଗାସସ ଝଡ ଯୋଗୁଁ ସଂସଦରର ଗୃହ କାର୍ଯ୍ୟରେ କ୍ରମାଗତ ସୃଷ୍ଟି ହୋଇଥିଲା ବାଧା ।

ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ କହିବାନୁଯାୟୀ, କ୍ରମାଗତ ବ୍ୟବଧାନ କାରଣରୁ ମାତ୍ର ୨୨ ପ୍ରତିଶତ ଚାଲିଛି ସଂସଦର ଗୃହ କାର୍ଯ୍ୟ । ମୌସୁମୀ ଅଧିବେଶନରେ ୧୨୭ ତମ ସଂଶୋଧନ ବିଧେୟକ ସମେତ ପାରିତ ହୋଇଛି ମୋଟ ୨୦ଟି ବିଲ୍‌ । ସେହିପରି ୬୬ଟି ତାରାଙ୍କିତ ପ୍ରଶ୍ନରେ ଦିଆଯାଇଛି ମୌଖିକ ଉତ୍ତର । ନିୟମ ୩୭୭ ଅଧିନରେ ୩୧୧ ମାମଲା ଉଠାଇଛନ୍ତି ସାଂସଦ ।

ଅଧିବେଶ ସାମାପ୍ତିକୁ ଆଉ ୨ ଦିନ ବାକିଥିବାବେଳେ ଉଭୟ ଲୋକସଭା ଓ ରାଜ୍ୟସଭାକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କରାଯାଇଛି ମୁଲତବୀ । ସଂସଦ ମୁଲତବୀ ପୂର୍ବରୁ ରାଜ୍ୟସଭାରେ ବିଜେପିର ନେତା ପିୟୂଷ ଗୋଏଲ ରଖିଛନ୍ତି ନିଜ ବାର୍ତ୍ତା । ଏଥର ସଂସଦରେ ବିରୋଧୀ ସାଂସଦ ଯେଭଳି ଆଚରଣ କଲେ, ପୂର୍ବରୁ କେବେହେଲେ ଏଭଳି ଦେଖିବାକୁ ମିଳିନଥିବା କହିଛନ୍ତି ଗୋଏଲ । ତେବେ ସ୍ବତନ୍ତ୍ର କମିଟି ଗଠନ କରି ନିମୟ ଉଲ୍ଲଂଘନ କରିଥବା ସାଂସଦଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗୋଏଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.