ETV Bharat / bharat

Work From Park: ହାଇଦ୍ରାବାଦର ଅତ୍ୟାଧୁନିକ ପାର୍କ, ପ୍ରାକୃତିକ ପରିବେଶରେ ଅଫିସ କାମ

ଏଣିକି ପ୍ରାକୃତିକ ପରିବେଶରେ ରହି କରି ହେବ ଅଫିସ କାମ । ହାଇଦ୍ରାବାଦ ହାଇଟେକ୍‌ ସିଟି ନିକଟରେ ଏଭଳି ଥିମ ପାର୍କ ନିର୍ମାଣ କରାଯାଇଥିବା ବେଳେ ଖୁବଶୀଘ୍ର ଏହା ଲୋକାର୍ପିତ ହେବ । ଅଧିକ ପଢନ୍ତୁ

author img

By

Published : Aug 2, 2023, 8:05 AM IST

patrika nagar park
patrika nagar park

ହାଇଦ୍ରାବାଦ: ଆପଣ ଘରୁ କିମ୍ବା ଅଫିସରୁ କାମ କରି ଥକି ପଡିଲେଣି କି ? ତେବେ ଆଦୌ ଚିନ୍ତା କରନ୍ତୁ ନାହିଁ । ଏଣିକି ଆପଣ ପାର୍କରୁ କରିପାରିବେ ଅଫିସ କାମ । ଏହି ସୁବିଧା କେବଳ ହାଇଦ୍ରାବାଦ ବାସୀଙ୍କ ଲାଗି । ହାଇଦ୍ରାବାଦର ପତ୍ରିକା ନଗରଠାରେ ନିର୍ମିତ ହୋଇଛି ଏହି ଅତ୍ୟାଧୁନିକ ପାର୍କ । ଯେଉଁଠି ଅଫିସ କର୍ମଚାରୀଙ୍କ ପାଇଁ ରହିଛି ସମସ୍ତ ପ୍ରକାର ସୁବିଧା । ଲାପଟପ୍‌ ରଖି କାମ କରିବା ଲାଗି ସ୍ବତନ୍ତ୍ର ଧରଣର ଟେବୁଲ ନିର୍ମାଣ କରାଯାଇଛି । ଏଠାରେ ଉଭୟ ଛୋଟ ଛୋଟ ପିଲା ଓ କର୍ମଚାରୀଙ୍କ ଲାଗି ବ୍ୟବସ୍ଥା ରହିଛି । ଗ୍ରେଟର ହାଇଦ୍ରାବାଦ ମ୍ୟୁନିସପାଲ କର୍ପୋରେସନ (GHMC) ପକ୍ଷରୁ ଏହାର ନିର୍ମାଣ କରାଯାଇଥିବା ବେଳେ ଖୁବଶୀଘ୍ର ଏହା ଜନସାଧାରଣ ଲାଗି ଲୋକାର୍ପିତ ହେବାକୁ ଯାଉଛି ।

Park for techies
ହାଇଦ୍ରାବାଦର ଅତ୍ୟାଧୁନିକ ପାର୍କ

ତେଲେଙ୍ଗାନାର ଶିଳ୍ପମନ୍ତ୍ରୀ କେଟି ରାମା ରାଓ ସହରରେ ପ୍ରାୟ ୫୦ ପ୍ରକାରର ଥିମ ପାର୍କ ନିର୍ମାଣ କରିବାକୁ ଯାଉଛନ୍ତି । ଏହି 'ଇଣ୍ଟରଆକ୍ଟିଭ ସାଇନ୍ସ ପାର୍କ' ଖୁବଶୀଘ୍ର ଲୋକାର୍ପିତ ହେବାକୁ ଯାଉଛି । ଏଠାରେ ନା ଯେ କେବଳ ବିଭିନ୍ନ ପ୍ରକାରର ଗଛ ଲଗାଯିବ, ବରଂ ଖାସ୍‌ କରି କର୍ମଚାରୀଙ୍କ ଲାଗି ଏକ ୱାର୍କ ଷ୍ଟେସନର ବ୍ୟବସ୍ଥା କରିବ । ଯେଉଁଠି ପ୍ରକୃତି ଭରା ପରିବେଶରେ କର୍ମଚାରୀମାନେ ଶାନ୍ତ ମନରେ ନିଜର କାମ କରିପାରିବେ । ପ୍ରାକୃତିକ ପରିବେଶରେ କାମ କରିବାର ମଜା ଦେବା ଲାଗି ତେଲେଙ୍ଗାନା ସରକାରଙ୍କ ପକ୍ଷରୁ ଏହି ବିଶେଷ ଧରଣର ଉଦ୍ୟାନ ନିର୍ମିତ ହୋଇଛି ।

ଏହା ବି ପଢନ୍ତୁ- ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟ, ମୋତିଝରଣ ଡିଅର ପାର୍କ ହେଲା ସମ୍ବଲପୁର ଚିଡ଼ିଆଖାନା

GHMCର ଅତିରିକ୍ତ କମିଶନର ଭି. କ୍ରୀଷ୍ଣା ଏନେଇ ନିଜ ଟ୍ବିଟର ହ୍ୟାଣ୍ଡେଲରେ କିଛି ଫଟୋ ସହିତ ଏହି ଅତ୍ୟାଧୁନିକ ପାର୍କ ସମ୍ପର୍କରେ ସୂଚନା ଦେଇଛନ୍ତି । ପର୍ଯ୍ୟାୟକ୍ରମେ ସହରର ବିଭିନ୍ନ ସ୍ଥାନରେ ପ୍ରାୟ ୫୦ଟି ଏଭଳି ଥିମ ପାର୍କ ନିର୍ମାଣ କରାଯିବ । ହାଇଟେକ ସିଟି ନିକଟ ପତ୍ରିକା ନଗର ଠାରେ ଏହି ଥିମ ପାର୍କ ଖୁବଶୀଘ୍ର ଲୋକାର୍ପିତ ହେବାକୁ ଯାଉଛି । ଏଠାରେ ୩୦ରୁ ୩୫ ଜଣ ଲୋକଙ୍କ ବସିବା ଲାଗି ବ୍ୟବସ୍ଥା ରହିଛି । ଏହାସହ ପିଲାଙ୍କ ଖେଳିବା ଲାଗି ପ୍ଲେ ଜୋନ୍‌, ଓପନ ଜିମ୍‌, ଜିମ ସମୟରେ ବ୍ୟବହୃତ କିଛି ଉପକରଣ, ୨-୩ଟି ଚାର୍ଜିଂ ପଏଣ୍ଟ, ୪-୬ଟି ଟେବୁଲ, ଚେୟାର ଏବଂ ୱାଇ-ଫାଇ କନେକ୍ସନର ବ୍ୟବସ୍ଥା ରହିଛି ।

Park for techies
ହାଇଦ୍ରାବାଦର ଅତ୍ୟାଧୁନିକ ପାର୍କ

ତେବେ ଆଗାମୀ ଦିନରେ ସହର ମଧ୍ୟରେ ଉପଯୁକ୍ତ ସ୍ଥାନ ଗୁଡିକରେ ଏପରି ପାର୍କ ନିର୍ମାଣ କରାଯିବ । ଯେଉଁଠାରେ ବିଶେଷ କରି କର୍ମଚାରୀମାନେ ବସି ନିଜର ଅଫିସ କାମ କରିପାରିବେ । ମୋଟ ୫୦ଟି ଥିମ ପାର୍କ ମଧ୍ୟରୁ ଏଯାବତ ୨୮ଟି ପାର୍କ ନିର୍ମାଣ ହୋଇଛି । ଉପଲ ଠାରେ ମଧ୍ୟ ଏଭଳି ଏକ ପାର୍କ ନିର୍ମାଣ କରାଯାଇଥିବା ନେଇ ଅତିରିକ୍ତ କମିଶନର କ୍ରୀଷ୍ଣା ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.