ETV Bharat / bharat

ପରେଶ ରାୱଲଙ୍କୁ ଆଶ୍ବସ୍ତି, ସୋମବାର ଯାଏଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ କୋର୍ଟଙ୍କ ନିର୍ଦ୍ଦେଶ - ବଙ୍ଗାଳୀଙ୍କୁ ନେଇ ପରେଶଙ୍କ ମନ୍ତବ୍ୟ

ଆସନ୍ତା ସୋମବାର ଯାଏଁ କୋଲକାତା ହାଇକୋର୍ଟରୁ ପରେଶ ରାଓ୍ବଲଙ୍କୁ ଆଶ୍ବସ୍ତି । ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଅଧିକ ପଢନ୍ତୁ

Paresh Rawal
Paresh Rawal
author img

By

Published : Feb 3, 2023, 12:10 PM IST

କୋଲକାତା: ଅଭିନେତା ତଥା ବିଜେପି ପ୍ରଚାରକ ପରେଶ ରାଓ୍ବଲଙ୍କୁ ଆଶ୍ବସ୍ତି । ତାଙ୍କ ବିରୋଧରେ ଆସନ୍ତା ସୋମବାର ଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପାଇଁ କୋଲକାତା ପୋଲିସଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପଶ୍ଚିମବଙ୍ଗର ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ନେତା ମହମ୍ମଦ ସଲିମ ତଲତଲା ଥାନାରେ ଅଭିନେତାଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଗତକାଲି କୋଲକାତା ହାଇକୋର୍ଟରେ ତାଙ୍କର ଶୁଣାଣି ରହିଥିବା ବେଳେ ଜଷ୍ଟିସ ରାଜ ଶେଖର ମନଥା ଶୁଣାଣି କରି ଏଭଳି ରାୟ ଶୁଣାଇଛନ୍ତି ।

ତେବେ ଗତ ୧ ତାରିଖ ଦିନ କୋଲକାତା ପୋଲିସ ବିରୋଧରେ ପଶ୍ଚିମବଙ୍ଗ ହାଇକୋର୍ଟର ଦାରସ୍ଥ ହୋଇଥିଲେ ପରେଶ ରାଓ୍ବଲ । ତେବେ ପରବର୍ତ୍ତୀ ଶୁଣାଣି ନହେବା ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପାଇଁ କୋର୍ଟ କହିଛନ୍ତି ।

ଏହି କାରଣ ପାଇଁ ପରେଶ ରାଓ୍ବଲଙ୍କ ବିରୋଧରେ ଦିଆଯାଇଥିଲା ଏତଲା: ଗୁଜୁରାଟ ବିଧାନସଭା ନିର୍ବାଚନ ସମୟରେ ପରେଶ ରାଓ୍ବଲ ବଙ୍ଗାଳିଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଇ ଫସିଥିଲେ । ପରେଶ ବଙ୍ଗୀୟଙ୍କ ମାଛ ରାନ୍ଧିବା କଥାକୁ ନେଇ ମଧ୍ୟ ଟାର୍ଗେଟ୍ କରିଥିଲେ । ସେ କହିଥିଲେ, " ଗ୍ୟାସ ସିଲିଣ୍ଡରର ଦର ଅଧିକା ରହିଛି କିନ୍ତୁ ପରବର୍ତ୍ତୀ ସମୟରେ ଦର କମିଯିବ । ଲୋକ ରୋଜଗାର ମଧ୍ୟ ପାଇବେ । କିନ୍ତୁ ଦିଲ୍ଲୀ ଭଳି ଆପଣଙ୍କ ଚାରିପାଖରେ ଯଦି ବାଂଲାଦେଶୀ ଏବଂ ରୋହିଙ୍ଗ୍ୟାମାନେ ରହିବେ ତାହାଲେ କଣ ହେବ ? ଆପଣ ଗ୍ୟାସ ସିଲିଣ୍ଡରକୁ ନେଇ କଣ କରିବେ ? କଣ ବଙ୍ଗାଳୀଙ୍କ ପାଇଁ ମାଛ ରାନ୍ଧିବେ ?"

ଏହା ମଧ୍ୟ ପଢନ୍ତୁ: ବଙ୍ଗାଳି ଟିପ୍ପଣୀକୁ ନେଇ ବଢିଲା ପରେଶ ରାଓ୍ଵଲଙ୍କ ଅଡୁଆ, ନୋଟିସ୍‌ ଜାରି କଲା କୋଲକତା ପୋଲିସ୍‌

ଏହାପରେ ଚାରିଆଡୁ ତାଙ୍କୁ ଟ୍ରୋଲ କରାଯାଇଥିଲା । ପଶ୍ଚିମବଙ୍ଗର ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟିର ରାଜ୍ୟ ସଂପାଦକ ମହମ୍ମଦ ସଲିମ ତଲତଲା ଥାନାରେ ଅଭିନେତାଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ । କମ୍ୟୁନିଷ୍ଟ ନେତା ମହମ୍ମଦ ସଲିମ ଅଭିଯୋଗରେ କହିଥିଲେ, ଗୁଜରାଟରେ ବିଜେପିର ନିର୍ବାଚନୀ ରାଲିରେ ବଙ୍ଗାଳି ସମୁଦାୟଙ୍କ ବିରୋଧରେ ପରେଶ ଘୃଣିତ ଭାଷଣ ଦେଇଥିଲେ । ତାଙ୍କ ଅଭିଯୋଗ କ୍ରମେ ପରେଶଙ୍କ ବିରୋଧରେ କୋଲକାତା ପୋଲିସ୍ ଆଇପିସିର ବିଭିନ୍ନ ଧାରା ଆଧାରରେ କେସ୍ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

ଭାରତୀୟ ପେନାଲ କୋର୍ଡ ୧୫୩,୧୫୩A, 153B, 504 ଏବଂ ୫୦୫ ଅନୁଯାୟୀ ମାମଲା ଦାୟର କରାଯାଇଥିଲା । ଏହି ମନ୍ତବ୍ୟକୁ ନେଇ ସାରା ଦେଶରେ ହଙ୍ଗାମା ପର କ୍ଷମା ପ୍ରାର୍ଥନା କରିଥିଲେ ପରେଶ । ସେ କହିଥିଲେ, "ବଙ୍ଗାଳୀଙ୍କ ସହ ମୋର ଅସନ୍ତୋଷ ବାଂଲାଦେଶୀ ଏବଂ ରୋହିଙ୍ଗ୍ୟାଙ୍କ ପାଇଁ ଥିଲା । ଯଦି ମୋ ଟିପ୍ପଣୀରେ କାହାକୁ ଆଘାତ ଲାଗିଛି ତେବେ ମୁଁ କ୍ଷମା ମାଗୁଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.