ETV Bharat / bharat

ଲକଡାଉନ ଉଲ୍ଲଙ୍ଘନ ଅଭିଯୋଗରେ ପପୁ ଯାଦବ ଗିରଫ

author img

By

Published : May 11, 2021, 3:48 PM IST

କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ବିହାରର ପୂର୍ବତନ ସାଂସଦ ତଥା ଜନ ଅଧିକାରୀ ପାର୍ଟିର ସଭାପତି ପପୁ ଯାଦବଙ୍କୁ ଗିରଫ କରିଛି ପୋଲିସ । ଶନିବାର ନିୟମ ଭାଙ୍ଗିଥିବା ନେଇ ପପୁଙ୍କ ନାଁରେ ଅମନୌର ଥାନାରେ ଏତଲା ଦିଆଯାଇଥିଲା । ଅଧିକ ପଢନ୍ତୁ...

ଲକଡାଉନ ଉଲ୍ଲଙ୍ଘନ ଅଭିଯୋଗରେ ପପୁ ଯାଦବ ଗିରଫ
ଲକଡାଉନ ଉଲ୍ଲଙ୍ଘନ ଅଭିଯୋଗରେ ପପୁ ଯାଦବ ଗିରଫ

ପାଟନା: ବିହାରର ପୂର୍ବତନ ସାଂସଦ ତଥା ଜନ ଅଧିକାରୀ ପାର୍ଟିର ସଭାପତି ପପୁ ଯାଦବଙ୍କୁ ଗିରଫ କରିଛି ପୋଲିସ । କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଶନିବାର ନିୟମ ଭାଙ୍ଗିଥିବା ନେଇ ପପୁଙ୍କ ନାଁରେ ଅମନୌର ଥାନାରେ ଏତଲା ଦିଆଯାଇଥିଲା । ମଙ୍ଗଳବାର(ଆଜି) ସକାଳେ ବହୁ ସରକାରୀ ଫୋର୍ସ ସହିତ ଜଣେ ଡିଏସପି ରାଙ୍କର ଅଧିକାରୀ ତାଙ୍କ ସରକାରୀ ବାସଭବନ ମାଣ୍ଡିରିରେ ପହଞ୍ଚି ତାଙ୍କୁ ଗିରଫ କରିଥିଲେ। ପରେ ଗାନ୍ଧୀ ମଇଦାନ ସ୍ଥିତ ପୋଲିସ ଷ୍ଟେସନକୁ ନିଆଯାଇଥିଲା।

ସେପଟେ ପପୁ ନିଜର ଗିରଫଦାରୀକୁ ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ତାଙ୍କୁ ପାଟନାର ଗାନ୍ଧୀ ମଇଦାନ ଥାନାକୁ ନିଆଯାଇଛି ।

ଆଉ ଏକ ଟ୍ବିଟରେ କହିଛନ୍ତି, କୋରୋନା କାଳରେ ଲୋକଙ୍କ ଜୀବନ ବଞ୍ଚାଇବାକୁ ନିଜ ଜୀବନକୁ ବାଜିରେ ଲଗାଇବା ଯଦି ଅପରାଧ, ତା ହେଲେ ମୁଁ ଅପରାଧୀ । ପିଏମ ସାହବ, ସିଏମ ସାହବ ମୋତେ ଫାଶୀ ଦିଅ, ଜେଲ ପଠାଅ । ମୁଁ ମୁଣ୍ଡ ନୁଆଁଇବି ନାହିଁ, ଅଟକିବି ନାହିଁ । ଲୋକଙ୍କୁ ବଞ୍ଚାଇବି, ବେଇମାନଙ୍କ ମୁଖା ଖୋଲିବା ଜାରି ରଖିବି ।

ପୋଲିସ ସୂଚନା ଅନୁସାରେ, ଲକଡାଉନ ସମୟରେ ପପୁ ବିଭିନ୍ନ ହସ୍ପିଟାଲ ଗସ୍ତ କରୁଥିଲେ । ଯାହା ମହାମାରୀ ଆଇନକୁ ଉଲ୍ଲଙ୍ଘନ କରେ । ଏହା ବ୍ୟତୀତ ସରକାରୀ କାମରେ ବାଧା ସୃଷ୍ଟି କରୁଥିବା ନେଇ ମଧ୍ୟ ଅଭିଯୋଗ ରହିଛି । ତେବେ ପପୁ ବିନା ପାସରେ କୋଭିଡ ୱାର୍ଡରେ ପଶି ଯାଇଥିଲେ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.