ETV Bharat / bharat

ବଜାରକୁ ଆସିଲା ପ୍ରକୃତି ଅନୁକୂଳ ପେପର ସିଡ ମାସ୍କ - Paper Mask

କର୍ଣ୍ଣାଟକର ଏକ କମ୍ପାନୀ ପ୍ରସ୍ତୁତ କରିଛି ପେପର ମାସ୍କ । ଯାହା ପ୍ରକୃତି ଅନୁକୂଳ ସହ ସୁରକ୍ଷିତ ମଧ୍ୟ । ଅଧିକ ପଢନ୍ତୁ...

ବଜାରକୁ ଆସିଲା ପ୍ରକୃତି ଅନୁକୂଳ ପେପର ସିଡ ମାସ୍କ, ବ୍ୟବହାର ପରେ ପ୍ରସ୍ତୁତ ହୋଇପାରିବ ଚାରା

author img

By

Published : Apr 19, 2021, 8:30 PM IST

Updated : Apr 19, 2021, 9:36 PM IST

ବେଙ୍ଗାଲୁରୁ: କୋରୋନା ସଂକ୍ରମଣ ବିଶ୍ବ ମହାମାରୀର ରୂପ ନେଇ ସାରିଥିବାବେଳେ ମାସ୍କ ପିନ୍ଧିବା ସୁରକ୍ଷା କବଚରେ ପରିଣତ ହୋଇଛି । ମାସ୍କର ବହୁଳ ଆବଶ୍ୟକତା ଓ ବ୍ୟବହାରକୁ ଦୃଷ୍ଟିରେ ରଖି ବଜାରରେ ମଧ୍ୟ ଅନେକ ପ୍ରକାର ମାସ୍କ ଉପଲବ୍ଧ ହେଲାଣି । କିନ୍ତୁ କର୍ଣ୍ଣାଟକର ଦକ୍ଷିଣ କାନ୍ନାଡା ଜିଲ୍ଲାର ଜଣେ ପ୍ରକୃତିପ୍ରେମୀ ପ୍ରସ୍ତୁତ କରିଛନ୍ତି ଏକ ଭିନ୍ନ ତଥା ନିଆରା ମାସ୍କ । କେବଳ କାଗଜରେ ତିଆରି ଏହି ମାସ୍କ ପ୍ରକୃତି ଅନୁକୂଳ ଓ ଏଥିରେ ବିଭିନ୍ନ ପ୍ରକାର ଚାରାର ମଞ୍ଜି ମଧ୍ୟ ବ୍ୟବହାର ହୋଇଛି । ଯାହା ଫଳରେ ଏହା ବ୍ୟବହାର ପରେ ଫିଙ୍ଗି ଦିଆଯିବା ପରେ ଏହା ସମ୍ପୂର୍ଣ୍ଣ ମାଟିରେ ମିଶି ଯାଇପାରିବ । ଯାହା ଫଳରେ ଏଥିରେ ଥିବା ମଞ୍ଜିରୁ ଚାରା ମଧ୍ୟ ପ୍ରସ୍ତୁତ ହୋଇପାରିବ ।

ବଜାରକୁ ଆସିଲା ପ୍ରକୃତି ଅନୁକୂଳ କାଗଜ ମାସ୍କ

ମାଙ୍ଗାଲୋରର ପେପର ସିଡ ସଂସ୍ଥା ପୂର୍ବରୁ ମଧ୍ୟ ଏକାଧିକ ପ୍ରକୃତି ଅନୁକୂଳ ମାସ୍କ ପ୍ରସ୍ତୁତ କରି ବଜାରରେ ଉପଲବ୍ଧ କରାଇସାରିଛନ୍ତି । କିନ୍ତୁ ଚଳିତଥର ପ୍ରସ୍ତୁତ ମାସ୍କ ସମ୍ପୂର୍ଣ୍ଣ କାଗଜରେ ତିଆରି ହୋଇଛି । ଏହା ବ୍ୟବହାର ପରେ ସମ୍ପୂର୍ଣ୍ଣ ଭାବରେ ପରିବେଶରେ ମିଶିଯାଇ ପାରିବ । ଏବା ବ୍ୟବହାର କରିବା ପାଇଁ ମଧ୍ୟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ବୋଲି ଦାବି କରିଛନ୍ତି ପ୍ରସ୍ତୁତକାରୀ । ଏହି ମାସ୍କରେ ଦୁଇଟି ସ୍ତର ରହିଛି । ସମ୍ପୂର୍ଣ୍ଣ ପେପରରେ ପ୍ରସ୍ତୁତ ହୋଇଥିଲେ ମଧ୍ୟ ଏହାର ଗୁଣବତ୍ତା ଓ ସ୍ଥାୟୀତ୍ବ ପାଇଁ ଏହା ମଧ୍ୟରେ କପଡାର ଏକ ସ୍ତର ମଧ୍ୟ ରଖାଯାଇଛି । ଯାହା ଫଳରେ ଏହାର ସୁରକ୍ଷା ଗୁଣାବତ୍ତା ବୃଦ୍ଧି ହେବା ସହ ସଂକ୍ରମଣ ଆଶଙ୍କା ମଧ୍ୟ ହ୍ରାସ ପାଇଛି । ଏହି ପେପର ସିଡ ମାସ୍କରେ ବିଭିନ୍ନ ଗଛର ମଞ୍ଜି ମଧ୍ୟ ବ୍ୟବହାର କରାଯାଇଛି । ଏହାକି ବ୍ୟବହାର କରାଯିବା ପରେ ସେଥିରୁ ଗଛ ଚାରା ସୃଷ୍ଟି ମଧ୍ୟ ହୋଇ ପାରିବ ଯାହା ପରିବେଶ ପ୍ରତି ଅନୁକୂଳ । ଏହାର ପ୍ରସ୍ତୁତକାରୀ ନିତୀନ ବାସଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏହାକୁ ସଫା କରାଯାଇ ପାରିବ ନାହିଁ, ଅର୍ଥାତ ଏହା ଏକାକଳୀନ ବ୍ୟବହାର ସାମଗ୍ରୀ ପ୍ରକାରଭୁକ୍ତ ବୋଲି ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 19, 2021, 9:36 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.