ETV Bharat / bharat

ବଦଳିଲା ଶ୍ରମିକଙ୍କ ଭାଗ୍ୟ, ହୀରା ପାଇ ରାତାରାତି ହେଲେ ଲକ୍ଷପତି

author img

By

Published : Dec 6, 2022, 10:09 AM IST

Updated : Dec 6, 2022, 3:45 PM IST

ବଦଳିଲା ଭାଗ୍ୟ । ପନ୍ନାରେ ନିଆରା ହୀରା ପାଇଲେ ଶ୍ରମିକ । ହୀରାର ଆନୁମାନିକ ମୂଲ୍ୟ 10ରୁ 12 ଲକ୍ଷ ହେବ ବୋଲି କୁହାଯାଉଛି । ଅଧିକ ପଢ଼ନ୍ତୁ

panna labor got diamond worth 12 lakhs from mine will be put up for auction
ବଦଳିଲା ଶ୍ରମିକଙ୍କ ଭାଗ୍ୟ, ପନ୍ନାରେ ପାଇଲେ ହୀରା

ଭୋପାଳ: ଧନୀ ହେବାକୁ କାହାର ବା ଇଚ୍ଛା ନଥାଏ, ସେଥିପାଇଁ ଲୋକେ ଭିନ୍ନ ଭିନ୍ନ ଉପାୟ ଆପଣାଇଥାନ୍ତି । କିନ୍ତୁ କେହି ରାତାରାତି ଲକ୍ଷପତି ହେବାର କେବେ ଶୁଣିଛନ୍ତି କି ? ମଧ୍ୟପ୍ରଦେଶ ଛତରପୁର ଜିଲ୍ଲାର ଜଣେ ଶ୍ରମିକଙ୍କ କ୍ଷେତ୍ରରେ ଏହା ସମ୍ଭବ ହୋଇଛି । ପନ୍ନାରେ ଜଣେ ଶ୍ରମିକ 4.5 କ୍ୟାରେଟର ହୀରା ପାଇଛନ୍ତି । ଯାହାର ଆନୁମାନିକ ମୂଲ୍ୟ 10ରୁ 12 ଲକ୍ଷ ହୋଇଥିବା କୁହାଯାଉଛି ।

ବଦଳିଲା ଶ୍ରମିକଙ୍କ ଭାଗ୍ୟ, ହୀରା ପାଇ ରାତାରାତି ହେଲେ ଲକ୍ଷପତି

ପନ୍ନାରେ ହୀରା ମିଳୁଥିବା ଖବର ପାଇବା ପରେ ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲାର ହୁକମାନ ଅହିରୱାର ନାମକ ଶ୍ରମିକ ହୀରା କାର୍ଯ୍ୟାଳୟରେ ଆବେଦନ କରିଥିଲେ । ଏହାପରେ ନିଜ ଜମି ବିକ୍ରି କରି ହୀରା ଖଣି ଲିଜରେ ନେଇଥିଲେ । ପ୍ରଥମେ ସେ 8ଟି ଛୋଟ ହୀରା ପାଇଥିଲେ । ହୀରା ପାଇବା ଆଶାରେ ସେ ତାଙ୍କ ଅଢେଇ ଏକର ଜମିକୁ 10 ଲକ୍ଷରେ ବିକ୍ରି କରିଦେଲେ । ଏହାପରେ ମଧ୍ୟ ହୁକମାନଙ୍କ ଉତ୍ସାହ କମିନଥିଲା । ଯାହା ଆଜି ତାଙ୍କ ଭାଗ୍ୟ ବଦଳାଇ ଦେଇଛି । ସେ ଉକ୍ତ ଖଣିରୁ 4.5 କ୍ୟାରେଟ ହୀରା ପାଇଛନ୍ତି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ 10ରୁ 12 ଲକ୍ଷ ହେବ ହେବ । ହୀରା ପାଇବା ପରେ ତାଙ୍କ ଖୁସି କହିଲେ ନସରେ । ଏହି ହୀରାକୁ ସେ ହୀରା କାର୍ଯ୍ୟାଳୟରେ ଜମା କରିଛନ୍ତି ।

ହୁକମାନ କହିଛନ୍ତି, ଦୀର୍ଘ ବର୍ଷ ଧରି ଶ୍ରମିକ ଭାବେ କାର୍ଯ୍ୟକରି ପରିବାର ପୋଷୁଥିଲେ । କିନ୍ତୁ ଏକ ବଡ଼ ବ୍ୟବସାୟ କରିବାର ସ୍ବପ୍ନ ଦେଖିଥିଲେ ହୁକମାନ । ଯେଉଁଥିପାଇଁ ଟଙ୍କା ଆବଶ୍ୟକ ଥିଲା । ତେଣୁ ସେ ହୀରା ଖଣି ଲିଜରେ ନେଇଥିଲେ । ମାତ୍ର କୌଣସି ବଡ଼ ହୀରା ନମିଳିବାରୁ କ୍ଷତି ସହିଥିଲେ । ହେଲେ ତାଙ୍କ ପ୍ରୟାସକୁ ସେ ଜାରି ରଖିଥିଲେ ଏବଂ ନିଜ ପରିଶ୍ରମ ବଳରେ ନିଆରା ହୀରା ପାଇଛନ୍ତି । ଅନ୍ୟପକ୍ଷରେ ଏହି ହୀରା ନିଲାମ କରାଯିବ ବୋଲି ହୀରା ଅଧିକାରୀ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 6, 2022, 3:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.