ETV Bharat / bharat

ବୋହୂକୁ ନିର୍ଯାତନା, ଶିଶୁକନ୍ୟା ଜନ୍ମ ପରେ ସ୍ବାମୀର ପାଦ ଚାଟିବାକୁ କହିଲେ ପରିବାର ! - ସ୍ବାମୀର ପାଦ ଚାଟିବାକୁ ମହିଳାଙ୍କୁ କହିଲା ପରିବାର

ମହିଳାଙ୍କୁ ପୂର୍ବରୁ ଯୌତୁକ ନିର୍ଯାତନା ଦେଉଥିଲେ ଶାଶୁଘର ଲୋକେ । ଶିଶୁକନ୍ୟା ଜନ୍ମ ପରେ ମହିଳାଙ୍କୁ ସ୍ବାମୀଙ୍କ ପାଦ ଚାଟିବା ଲାଗି ବାଧ୍ୟ କରିଥିଲେ । ଅଧିକ ପଢନ୍ତୁ

ଶିଶୁକନ୍ୟା ଜନ୍ମ ପରେ ବୋହୂକୁ ନିର୍ଯାତନା, ସ୍ବାମୀର ପାଦ ଚାଟିବାକୁ କହିଲା ପରିବାର

author img

By

Published : Jul 28, 2022, 9:10 PM IST

ଚଣ୍ଡିଗଡ଼: ସରକାର 'ବେଟି ବଚାଓ ବେଟି ପଢାଓ' ଯୋଜନା କାର୍ଯ୍ୟକାରୀ କରି ସମାଜରେ ଝିଅଙ୍କୁ ଗୁରୁତ୍ବ ଦେଉଛନ୍ତି । ହେଲେ ଆଜି ବି ହୀନ ମାନସିକତା ଏହାକୁ ଗ୍ରହଣ କରିନାହିଁ । ଶିଶୁ କନ୍ୟାଟିଏ ଜନ୍ମ ହେଲେ ତାକୁ ଅଭିଶାପ ଭଳି କିଛି ଲୋକେ ମନେ କରନ୍ତି । ଏପରି ଏକ ଘଟଣା ହରିୟାଣା ପାନିପତରେ ଘଟିଛି । ଯେଉଁଠି ଜଣେ ମହିଳା ଶିଶୁକନ୍ୟାକୁ ଜନ୍ମ ଦେବା ପରେ ଶାଶୁଘର ଲୋକେ ତାଙ୍କୁ ଦଣ୍ଡିତ କରିବା ଲାଗି ସ୍ବାମୀ ପାଦ ଚାଟିବାକୁ ବାଧ୍ୟ କରାଇଥିବା ଜଣାପଡ଼ିଛି ।

ଶିଶୁକନ୍ୟା ଜନ୍ମ ପରେ ବୋହୂକୁ ନିର୍ଯାତନା
ଶିଶୁକନ୍ୟା ଜନ୍ମ ପରେ ବୋହୂକୁ ନିର୍ଯାତନା

ଏହାପରେ ମହିଳା ଜଣକ ଶାଶୁଘର ଲୋକଙ୍କ ବିରୋଧରେ ଯୌତୁକ ନିର୍ଯାତନାର ଅଭିଯୋଗ ଆଣିଛନ୍ତି । ପୀଡିତା ଜଣକ ଚାନ୍ଦନୀ ବାଗ ପୋଲିସ ଷ୍ଟେସନରେ ତାଙ୍କ ଶାଶୁଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ମହିଳା ଅଭିଯୋଗ କରିଛନ୍ତି ଯେ, ୨୦୧୭ ମସିହା ଡିସେମ୍ବର ୭ ତାରିଖରେ ଗାଜିଆବାଦ ନିବାସୀ ଦିବ୍ୟାଂଶଙ୍କ ସହ ତାଙ୍କର ବିବାହ ହୋଇଥିଲା । ତାଙ୍କ ସ୍ଥିତି ଅନୁଯାୟୀ ତାଙ୍କ ପିତା ବିବାହ ସମୟରେ ପ୍ରାୟ ୫୦ ଲକ୍ଷ ଟଙ୍କା ଯୌତୁକ ମଧ୍ୟ ଦେଇଥିଲେ । ତେବେ ଦିଆଯାଇଥିବା ଯୌତୁକକୁ ନେଇ ତାଙ୍କ ଶାଶୁଘର ଲୋକେ ଅସନ୍ତୁଷ୍ଟ ଥିଲେ ।

ଶିଶୁକନ୍ୟା ଜନ୍ମ ପରେ ବୋହୂକୁ ନିର୍ଯାତନା
ଶିଶୁକନ୍ୟା ଜନ୍ମ ପରେ ବୋହୂକୁ ନିର୍ଯାତନା

ବିବାହର ୨୦ ଦିନ ପରେ ଶାଶୁ ତାଙ୍କୁ ଯୌତୁକ ପାଇଁ ନିର୍ଯାତନା ଦେବା ଆରମ୍ଭ କଲେ । ତାଙ୍କ ସ୍ବାମୀ ଦିବ୍ୟାଂଶ ମଧ୍ୟ ତାଙ୍କ ଚରିତ୍ର ଉପରେ ସନ୍ଦେହ କରିବା ଆରମ୍ଭ କରିଥିଲେ । ପ୍ରତିଦିନ ଫୋନକୁ ବାରମ୍ବାର ଯାଞ୍ଚ କରିବା ପରେ ସେ ତାଙ୍କୁ ଦୁର୍ବ୍ୟବହାର କରୁଥିଲେ । ଆଉ କହୁଥିଲେ ଯେ, "ମୁଁ ବିବାହ କରିବାକୁ ବାଧ୍ୟ ହୋଇଛି । ତୁମେ ମୋତେ ପସନ୍ଦ ନୁହେଁ ।"

ମହିଳା ଜଣକ ବିବାହର କିଛି ଦିନ ପରେ ଗର୍ଭବତୀ ନହେବା ପରେ ତାଙ୍କୁ ଜୋର ଜବରଦସ୍ତ ଡାକ୍ତରୀ ମାଇନା କରାଯାଇଥିଲା । ପରୀକ୍ଷା ପରେ ତାଙ୍କ ସ୍ବାମୀ ଜଣକ ନପୁଂସକ ବୋଲି ଜଣାପଡ଼ିଥିଲା । ମାତ୍ର ଚିକିତ୍ସା ପରେ ଉକ୍ତ ବ୍ୟକ୍ତି ଜଣକ ସୁସ୍ଥ ହୋଇଥିଲେ । ଏହାପରେ ସେମାନଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ହୋଇଥିଲା । ତେବେ ଶାଶୁଘର ଲୋକେ ପୁତ୍ର ସନ୍ତାନ ଦରକାର କହି ତାଙ୍କୁ ନିର୍ଯାତନା ଦେଇଥିଲେ । ଏପରିକି ତାଙ୍କୁ ସ୍ବାମୀଙ୍କ ପାଦ ଚାଟିବାକୁ ବାଧ୍ୟ କରିଥିଲେ ବୋଲି ମହିଳା ଜଣକ କହିଛନ୍ତି ।

ପୀଡ଼ିତାଙ୍କ ଏହି ଅଭିଯୋଗ ପରେ ପୋଲିସ ସେମାନଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ କରିଛି । ଅଭିଯୋଗ ଆଧାରରେ ଅଭିଯୁକ୍ତଙ୍କ ଉପରେ IPC ଧାରା ୩୨୩, ୨୫୪A, ୪୦୬, ୫୦୬,୪୯୮A ଓ ୩୪ ରୁଜୁ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.