ETV Bharat / bharat

Train derail in Delhi: ପ୍ରଗତି ମୈଦାନ ନିକଟରେ ଲାଇନଚ୍ୟୁତ ଲୋକାଲ ଟ୍ରେନ, ସମସ୍ତ ଯାତ୍ରୀ ସୁରକ୍ଷିତ

ଦିଲ୍ଲୀରେ ଲାଇନଚ୍ୟୁତ ହେଲା ପଲୱଲ-ନୂଆଦିଲ୍ଲୀ (EMU) ଟ୍ରେନ । ସମସ୍ତ ଯାତ୍ରୀ ସୁରକ୍ଷିତ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Sep 3, 2023, 5:21 PM IST

ନୂଆଦିଲ୍ଲୀ: ପୁଣି ସାମ୍ନାକୁ ଆସିଲା ଟ୍ରେନ ଦୁର୍ଘଟଣା । ଜାତୀୟ ରାଜଧାନୀ ଦିଲ୍ଲୀର ପ୍ରଗତି ମୈଦାନ ନିକଟରେ ଲାଇନଚ୍ୟୁତ ହୋଇଛି ଏକ ପଲୱଲ-ନୂଆଦିଲ୍ଲୀ (EMU) ଟ୍ରେନ । ସକାଳ ପ୍ରାୟ 9ଟା 47 ମିନିଟରେ ଏହି ଲୋକାଲ ଟ୍ରେନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଟ୍ରେନର ଅନେକ ବଗି କ୍ଷତିଗ୍ରସ୍ତ ହୋଇଛି । ହେଲେ ସୌଭାଗ୍ୟବଶତଃ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି । ଏହି ଟ୍ରେନଟି ପଲୱଲରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲା ।

ରେଳ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଟ୍ରେନଟି ଭିଡ଼ ନଥିବାରୁ ସୁରକ୍ଷିତ ଭାବେ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ଟ୍ରେନଟି ନିଜାମୁଦ୍ଦିନ-ତିଲକ ବ୍ରିଜ ଡାଉନ ମେନ ଲାଇନ ନିକଟରେ ଟ୍ରେନଲାଇନରୁ ଖସିପଡ଼ିଥିଲା । ଜଣେ ବରିଷ୍ଠ ପୋଲିସ ଅଧିକାରୀ କରିଛନ୍ତି, "ଏହି ଟ୍ରେନ ଦୁର୍ଘଟଣାରେ କୌଣସି ଜୀବନହାନି ଘଟିନାହିଁ । ଦୁର୍ଘଟଣା ଘଟିବା ସମୟରେ କୌଣସି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ଉପସ୍ଥିତ ନଥିଲେ । ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ସଙ୍ଗେ ସଙ୍ଗେ ରେଳ କର୍ମଚାରୀ ପହଞ୍ଚି ମରାମତି କାର୍ଯ୍ୟ ଆରମ୍ଭ କରିଛନ୍ତି ।"

ଏହା ବି ପଢନ୍ତୁ- ପୁରୀ ରେଳଷ୍ଟେସନରେ ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ, ଟ୍ରାକ୍‌ରୁ ଖସିଲା ୨ ବଗି

ପଲୱଲ-ନୂଆଦିଲ୍ଲୀ ଇଏମୟୁ (04921) ପ୍ରତିଦିନ ଭଳି ସକାଳ 7.55ଟା ସମୟରେ ପୱଲରୁ ଦିଲ୍ଲୀ ଅଭିମୁଖେ ବାହାରିଥିଲା । ଏହି ଟ୍ରେନଟି ବଲ୍ଲଭଗଡ଼, ଫରିଦାବାଦ, ଓଖଲା, ହଜରତ ନିଜାମୁଦ୍ଦିନ, ତିଲକ ବ୍ରିଜ, ଶିବାଜୀ ବ୍ରିଜ ହୋଇ ନୂଆଦିଲ୍ଲୀ ଷ୍ଟେସନରେ ପହଞ୍ଚିଥାଏ । ରବିବାର ସକାଳ ପ୍ରାୟ 9.47ଟାରେ ପ୍ରଗତି ମୈଦାନ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଛୁଟି ଦିନ ଯୋଗୁଁ ଟ୍ରେନଟି ସେତେଟା ଭିଡ଼ ନଥିଲା । ହେଲେ ଟ୍ରେନ୍‌ର ଦିବ୍ୟାଙ୍ଗ କୋଚ୍‌ଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି ।

ଅନ୍ୟ ଟ୍ରେନ ଚଳାଚଳ ବାଧାପ୍ରାପ୍ତ:- ଏହି ଟ୍ରେନ ଦୁର୍ଘଟଣା ଯୋଗୁଁ ନିଜାମୁଦ୍ଦିନରୁ ନୂଆଦିଲ୍ଲୀ ଆସିବାକୁ ଥିବା ଅନ୍ୟ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି । ରେଳ ଲାଇନର ମରାମତିରେ ଅବହେଳା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥାଏ । ମାତ୍ର ଏହି ଦୁର୍ଘଟଣା କିପରି ଘଟିଲା ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ଉତ୍ତରାଞ୍ଚଳ ରେଳ ବିଭାଗର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଦୀପକ କୁମାର କହିଛନ୍ତି ।

ସୂଚନା ଥାଉ କି ସେପ୍ଟେମ୍ବର 9 ଓ 10 ତାରିଖରେ ଜି-20 ସମ୍ମିଳନୀ ଯୋଗୁଁ ଅନେକ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି । ଏହି ସମ୍ମିଳନୀରେ ଅନେକ ବିଶ୍ବନେତା ସାମିଲ ହେବାକୁ ଥିବାରୁ ସୁରକ୍ଷାକୁ କଡ଼ାକଡ଼ି କରାଯାଇ ସମସ୍ତ ଦିଗରେ ଧ୍ୟାନ ରଖାଯାଉଛି । ଉତ୍ତରାଞ୍ଚଳ ରେଳ ବିଭାଗର ସୂଚନା ଅନୁସାରେ 207ଟି ଟ୍ରେନ୍‌ ସେବା ବନ୍ଦ ହୋଇଥିବା ବେଳେ 15ଟି ଟ୍ରେନ୍‌ର ଟର୍ମିନାଲ ବଦଳିଛି ଏବଂ 6ଟି ଟ୍ରେନ୍‌ର ରୁଟ୍‌ ବଦଳାଯାଇଛି । ଏହାଦ୍ବାରା ଯାତ୍ରୀଙ୍କୁ ଯେପରି ଅସୁବିଧା ନହୁଏ ସେଥିଲାଗି ଜମ୍ମୁ ତାୱି-ନୂଆଦିଲ୍ଲୀ ରାଜଧାନୀ, ତେଜସ୍ ରାଜଧାନୀ ହଜରତ ନିଜାମୁଦ୍ଦିନ ଏବଂ ବାରାଣାସୀ-ନୂଆଦିଲ୍ଲୀ ତେଜସ୍ ରାଜଧାନୀ ସମେତ 70ଟି ଟ୍ରେନକୁ ଅତିରିକ୍ତ ଷ୍ଟପ ଷ୍ଟେସନ ଦିଆଯାଇଛି । ଅର୍ଥାତ ପୂର୍ବରୁ ଏହି ଟ୍ରେନଗୁଡ଼ିକ ରହୁନଥିବା ଷ୍ଟେସନରେ ଏବେ ରହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.