ETV Bharat / bharat

ଦିଲ୍ଲୀରେ ପାକିସ୍ତାନୀ FIA ମୁଖ୍ୟ, ଦାଉଦ ଓ ହାଫିଜର ପ୍ରତ୍ୟାର୍ପଣ ନେଇ ପ୍ରଶ୍ନ କଲେ ଭାରତୀୟ ସାମ୍ବାଦିକ

author img

By

Published : Oct 18, 2022, 10:40 PM IST

ନୂଆଦିଲ୍ଲୀରେ ପାକିସ୍ତାନୀ ଜାତୀୟ ତଦନ୍ତକାରୀ ସଂସ୍ଥାର ମୁଖ୍ୟ ମୋସିନ ଭଟ୍ଟ (Pakistans FIA Chief Mohsin Butt in Delhi)। ଦାଉଦ ଓ ହାଫିଜର ପ୍ରତ୍ୟାର୍ପଣ ପ୍ରଶ୍ନରେ ରହିଲେ ଚୁପ । ଅଧିକ ପଢନ୍ତୁ

ଦିଲ୍ଲୀରେ ପାକିସ୍ତାନୀ ଜାତୀୟ ତଦନ୍ତକାରୀ ସଂସ୍ଥାର ମୁଖ୍ୟ, ଦାଉଦ ଓ ହାଫିଜର ପ୍ରତ୍ୟାର୍ପଣ ନେଇ ପ୍ରଶ୍ନ କଲେ ଭାରତୀୟ ସାମ୍ବାଦିକ

ନୂଆଦିଲ୍ଲୀ: ଦିଲ୍ଲୀରେ ଇଣ୍ଟରପୋଲ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଆସିଛନ୍ତି ପାକିସ୍ତାନୀ ଜାତୀୟ ତଦନ୍ତକାରୀ ସଂସ୍ଥା (FIA) ମୁଖ୍ୟ ମୋସିନ ଭଟ୍ଟ (Pakistans FIA Chief Mohsin Butt in Delhi)। ତେବେ ଏହି କାର୍ଯ୍ୟକ୍ରମରେ ତାଙ୍କୁ ମୋଷ୍ଟ ଓ୍ବାଣ୍ଟେଡ ଦାଉଦ ଇବ୍ରାହିମ ଓ କୁଖ୍ୟାତ ଆତଙ୍କବାଦୀ ହାଫିଜ ସଇଦକୁ ଭାରତକୁ ପ୍ରତ୍ୟାର୍ପଣ କରିବା ପ୍ରସଙ୍ଗରେ ପ୍ରଶ୍ନ କରିଥିଲେ ଭାରତୀୟ ସାମ୍ବାଦିକ । ତେବେ ସେ ଏହି ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ନରଖି ଏଡାଇ ଯାଇଥିବା ଦେଖିବାକୁ ମିଳିଥିଲା ।

ନୂଆଦିଲ୍ଲୀରେ ଇଣ୍ଟରପୋଲ ସାଧାରଣ ସଭାର କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଦୁଇ ଜଣିଆ ପ୍ରତିନିଧି ଭାବେ ପାକିସ୍ତାନକୁ ପ୍ରତିନିଧିତ୍ବ କରିବା ପାଇଁ ଦିଲ୍ଲୀ ଆସିଛନ୍ତି ମୋସିମ ଭଟ୍ଟ ଓ ଅନ୍ୟ ଜଣେ ଶୀର୍ଷ ପାକିସ୍ତାନୀ ଅଧିକାରୀ । ତେବେ ଏହି କାର୍ଯ୍ୟକ୍ରମରେ ତାଙ୍କୁ ଦାଉଦ ଓ ହାଫିଜର ପ୍ରତ୍ୟାର୍ପଣ ଉପରେ ପ୍ରଶ୍ନ କରିଥିଲେ ଭାରତୀୟ ସାମ୍ବାଦିକ । କ‘ଣ ପାକିସ୍ତାନ ଭାରତରେ ମୋଷ୍ଟ ଓ୍ବାଣ୍ଟେଡ ଥିବା ଉଭୟ ଆତଙ୍କବାଦୀଙ୍କୁ ପ୍ରତ୍ୟାର୍ପଣ କରିବ ବୋଲି ଭାରତୀୟ ସାମ୍ବାଦିକ ପ୍ରଶ୍ନ କରିଥିଲେ । ତେବେ ଏହି ପ୍ରଶ୍ନରେ ପାକିସ୍ତାନୀ ଶୀର୍ଷ ଅଧିକାରୀ ନୋ କମେଣ୍ଟ କହି ପ୍ରଶ୍ନକୁ ଏଡାଇ ଦେବା ସହ ନୀରବରେ ନିଜ ଆସନରେ ବସିଯାଇଥିବା ଦେଖିବାକୁ ମିଳିଥିଲା ।

ତେବେ ଉଭୟ ହାର୍ଡକୋର ଆତଙ୍କବାଦୀ ଭାରତୀୟ ସୁରକ୍ଷା ଏଜେନ୍ସିଂର ମୋଷ୍ଟ ଓ୍ବାଣ୍ଟେଡ ତାଲିକାର ଶୀର୍ଷରେ ରହିଛନ୍ତି । 1993 ମୁମ୍ବାଇ ସିରିଜ ବିସ୍ଫୋରଣ ପରେ ଦାଉଦ ମୁମ୍ବାଇ ଛାଡି ପାକିସ୍ତାନର କରାଚୀରେ ଆତ୍ମଗୋପନ କରିଛି । ଭାରତ ପକ୍ଷରୁ ତାକୁ ଫେରାଇ ଆଣିବାକୁ ପ୍ରୟାସ ଜାରି ରହିଥିବା ବେଳେ ପାକିସ୍ତାନ କିନ୍ତୁ ଦାଉଦକୁ ଆଶ୍ରୟ ଦେଇଥିବା କଥାକୁ ଖଣ୍ଡନ କରି ଆସିଛି । ସେହିପରି ମୁମ୍ବାଇ ତାଜ ହୋଟେଲ ଆକ୍ରମଣ ମାମଲାରେ ମଧ୍ୟ ହାଫିସ ସଇଦ ଭାରତରେ ମୋଷ୍ଟ ଓ୍ବାଣ୍ଟେଡ ତାଲିକାରେ ରହିଛି ।

ନୂଆଦିଲ୍ଲୀରେ 4ର୍ଥ ଦିବସୀୟ ଇଣ୍ଟରପୋଲ ସାଧାରଣ ସଭା ବୈଠକ ଜାରି ରହିଛି । ଏହି କାର୍ଯ୍ୟକ୍ରମ ଅକ୍ଟୋବର 21 ରେ ଶେଷ ହୋବାକୁ ଯାଉଥିବା ବେଳେ ଏଥିରେ ଇଣ୍ଟରପୋଲରେ ସଦସ୍ୟ ଥିବା 195 ଦେଶର ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି । ସଦସ୍ୟ ଦେଶର ପୋଲିସ ଓ ଜାତୀୟ ତଦନ୍ତକାରୀ ସଂସ୍ଥା ସମେତ କେନ୍ଦ୍ରୀୟ ବ୍ୟୁରୋର ମୁଖ୍ୟମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି । ତେବେ ଏହି ଗୁରୁତ୍ବପୂର୍ଣ୍ଣ ବୈଠକ 25 ବର୍ଷ ବ୍ୟବଧାନ ମଧ୍ୟରେ ପୁଣି ଥରେ ଭାରତରେ ଅନୁଷ୍ଠିତ ହେଉଛି । ଶେଷ ଥର ପାଇଁ ଏହା 1997ରେ ଆୟୋଜିତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.