ETV Bharat / bharat

ବିଗିଡ଼ିଲା ସୀମା ଓ ସଚିନଙ୍କ ସ୍ବାସ୍ଥ୍ୟାବସ୍ଥା, ଚାଲିଛି ଚିକିତ୍ସା - ସଚିନଙ୍କ ଘରେ ଚାଲିଛି ସୀମାଙ୍କ ଚିକିତ୍ସା

ପାକିସ୍ତାନରୁ ଭାରତ ଆସି ଚର୍ଚ୍ଚାରେ ଥିବା ସୀମା ହାଇଦର ଅସୁସ୍ଥ ହୋଇଥିବା ଖବର ସାମନାକୁ ଆସିଛି। ଖାଲି ସୀମା ହାଇଦର ନୁହେଁ, ସଚିନଙ୍କ ସ୍ବାସ୍ଥ୍ୟବସ୍ଥା ମଧ୍ୟ ବିଗିଡି ଯାଇଥିବା କୁହାଯାଉଛି। ଅଧିକ ପଢନ୍ତୁ

ବିଗିଡ଼ିଲା ସୀମା ଓ ସଚିନଙ୍କ ସ୍ବାସ୍ଥ୍ୟାବସ୍ଥା

author img

By

Published : Jul 22, 2023, 9:46 PM IST

ନୋଏଡା: ପ୍ରେମ ପାଇଁ ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦରଙ୍କୁ ନେଇ ଚର୍ଚ୍ଚା ଧମିବାର ନାଁ ନେଉନି। ଏହାରି ଭିତରେ ସୀମା ଅସୁସ୍ଥ ହୋଇଥିବା ଖବର ସାମନାକୁ ଆସିଛି। ଖାଲି ସୀମା ହାଇଦର ନୁହେଁ, ସଚିନଙ୍କ ସ୍ବାସ୍ଥ୍ୟବସ୍ଥା ମଧ୍ୟ ବିଗିଡି ଯାଇଥିବା କୁହାଯାଉଛି। ତେବେ ଅତ୍ଯଧିକ ଗରମ ସହ ବାରମ୍ବାର ଗଣମାଧ୍ୟମରେ ପ୍ରତିକ୍ରିୟା ଦେବା କାରଣରୁ ସେମାନେ ଅସୁସ୍ଥ ଥିବା ଜଣାପଡିଛି। ବର୍ତ୍ତମାନ ଉଭୟେ ଦୁର୍ବଳ ଅନୁଭବ କରିବ ସହିତ କାହାରି ସହିତ ଠିକ ଭାବେ କଥା ବି ହୋଇପାରୁନାହାନ୍ତି। ତେଣୁ ବର୍ତ୍ତମାନ ଗଣମାଧ୍ୟମରେ କୌଣସି ପ୍ରତିକ୍ରିୟା ଦେବାରୁ ସେମାନଙ୍କୁ ଦୂରେଇ ରଖାଯାଇଛି।

ଅସୁସ୍ଥ ହେବା ପରେ ସଚିନଙ୍କ ଘରେ ସୀମାଙ୍କ ଚିକିତ୍ସା ଚାଲିଛି। ଚିକିତ୍ସା ପାଇଁ ସଚିନଙ୍କ ଘରକୁ ଡାକ୍ତରଙ୍କୁ ଡକାଯାଇଥିବା ଜଣାପଡିଛି। ଚିକିତ୍ସା କରିବା ପରେ ଡାକ୍ତର ସୀମାଙ୍କୁ କିଛି ଔଷଧ ଓ ଇନଜେକସନ ଦେବା ସହିତ ବିଶ୍ରାମ କରିବାକୁ ପରାମର୍ଶ ଦେଇଛନ୍ତି। ତେବେ ପାକିସ୍ତାନରୁ ନେପାଳ ଦେଇ ଭାରତରେ ବେଆଇନ ପ୍ରବେଶ କରିଥିବା ସୀମାଙ୍କୁ ଗୁପ୍ତଚର ବୋଲି ସନ୍ଦେହ କରାଯାଉଛି । ଯାହାକୁ ନେଇ ତଦନ୍ତ ଜାରି ରଖିଛି ଉତ୍ତରପ୍ରଦେଶ ATS।

ଏନେଇ ଉଭୟ ସୀମା ଓ ସଚିନଙ୍କୁ ପଚରାଉଚରା କରିଥିଲା ATS। ଏହାପରେ ସୀମା ଓ ସଚିନ ରହୁଥିବା ଗ୍ରେଟର ନୋଏଡା ସ୍ଥିତ ରବୁପୁରାସ୍ଥିତ ଘରକୁ ଫେରିଆସିବା ପରେ ସେଠାରେ ବିଭିନ୍ନ ଗଣମାଧ୍ୟମଙ୍କ ଭିଡ଼ ଲାଗିଥିଲା। ଦୁହିଁଙ୍କୁ ବିଶ୍ରାମ ନେବାକୁ ସମୟ ମିଳି ନଥିଲା ବୋଲି କହିଛନ୍ତି ସଚିନଙ୍କ ପରିବାର । କ୍ରମାଗତଭାବେ ସଚିନ ଓ ସୀମା ଗଣମାଧ୍ୟମଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଚାଲିବା ପରେ ବର୍ତ୍ତମାନ ଅସୁସ୍ଥ ହୋଇପଡିଥିବା ଦେଖିବାକୁ ମିଳିଛି।

ଏହା ବି ପଢନ୍ତୁ...ସୀମା ହାଇଦରଙ୍କ ପରେ ଜୁଲି: ବାଂଲାଦେଶରୁ ଆସିଲା ଯୁବକଙ୍କ ରକ୍ତଭିଜା ଫଟୋ

ସୂଚନା ଅନୁସାରେ, ପାକିସ୍ତାନ ଫେରି ଯିବାକୁ ଆଦୌ ଇଚ୍ଛା ପ୍ରକାଶ କରୁନାହାନ୍ତି ସୀମା ହାଇଦର। ସେ କହିଛନ୍ତି, "ସେଠାରେ ଭୟଙ୍କର ମୃତ୍ୟୁ ମୋ ବାଟ ଚାହିଁ ବସିଛି। ଏଣୁ ମୁଁ ପାକିସ୍ତାନ ଯିବା ଅପେକ୍ଷା ଭାରତରେ ଜେଲ ଯିବାକୁ ବେଶୀ ପସନ୍ଦ କରିବି।" ଏନେଇ ଭାରତ ସରକାରଙ୍କୁ ଗୁହାରୀ କରିଛନ୍ତି ପାକିସ୍ତାନୀ ମହିଳା ସୀମା ହାଇଦର । ସେ କହିଛନ୍ତି, "ଯଦି ମୁଁ ଦୋଷୀ ତେବେ ଦଣ୍ଡ ମିଳୁ, ନଚେତ ଭାରତରେ ରହିବାକୁ ଅନୁମତି ମିଳୁ ।"

ଗତ କିଛି ଦିନ ପୂର୍ବରୁ ଭାରତୀୟ ଯୁବକ ସଚିନଙ୍କ ପାଇଁ ପାକିସ୍ତାନ ଛାଡି ନିଜ ୪ ଛୁଆଙ୍କ ସହ ଭାରତ ଆସିଥିଲେ ସୀମା ହାଇଦର । ନେପାଳ ସୀମା ଦେଇ ବେଆଇନ ଭାବେ ଭାରତରେ ପ୍ରବେଶ କରିଥିବାରୁ ଉତ୍ତରପ୍ରଦେଶ ପୁଲିସ ଓ କେନ୍ଦ୍ରୀୟ ତତନ୍ତକାରୀ ସଂସ୍ଥାଙ୍କ ରାଡ଼ାରରେ ଅଛନ୍ତି ଉଭୟ ସୀମା ଓ ସଚିନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.