ETV Bharat / bharat

Baramulla Encounter: ଜଣେ ପୋଲିସ ଶହୀଦ, ୩ ପାକିସ୍ତାନୀ ଆତଙ୍କୀ ନିପାତ

ଜମ୍ମୁ କାଶ୍ମୀର ବାରମୁଲ୍ଲାର ଖେରି ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥରେ ଜଣେ ଜମ୍ମୁ କାଶ୍ମୀର ପୋଲିସ ସହିଦ ହୋଇଥିବା ବେଳେ ତିନି ପାକିସ୍ତାନୀ ଆତଙ୍କୀକୁ ନିପାତ କରିଛି ସୁରକ୍ଷାବାହିନୀ । ଅଧିକ ପଢନ୍ତୁ

author img

By

Published : May 25, 2022, 12:09 PM IST

Baramulla Encounter:ଜଣେ ପୋଲିସ ସହିଦ, ୩ ପାକିସ୍ତାନୀ ଆତଙ୍କୀ ନିପାତ

ଶ୍ରୀନଗର: ଜମ୍ମୁ କାଶ୍ମୀର ବାରମୁଲ୍ଲାର ଖେରି ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥରେ ଜଣେ ଜମ୍ମୁ କାଶ୍ମୀର ପୋଲିସ ଶହୀଦ ହୋଇଥିବା ବେଳେ ତିନି ପାକିସ୍ତାନୀ ଆତଙ୍କୀକୁ ନିପାତ କରିଛି ସୁରକ୍ଷାବାହିନୀ । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି କଶ୍ମୀର ଜୋନ ପୋଲିସ । ଏବେବି ଆତଙ୍କୀଙ୍କୁ ସଫା କରିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି ।

ସୂଚନା ଅନୁସାରେ, ଜମ୍ମୁ କାଶ୍ମୀର ବାରମୁଲ୍ଲାର ଖେରି ଅଞ୍ଚଳର ନଜିବାତ କ୍ରସିଙ୍ଗରେ (Najibhat crossing) ଆତଙ୍କୀବାଦୀ ଲୁଚି ରହିଥିବା ନେଇ ସେନାକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା । ଏହାପରେ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ଦୁଇପଟୁ ଗୁଳି ବିନିମୟ ହୋଇଥିଲା ।

ସୁରକ୍ଷା ବାହିନୀଙ୍କ ଗୁଳିରେ ତିନି ଜଣ ପାକିସ୍ତାନ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଏହାସହ ଜଣେ ଜମ୍ମୁ କାଶ୍ମୀର ପୋଲିସ(Jammu and Kashmir Police) ଶହୀଦ ହୋଇଛନ୍ତି । ଘଟଣାସ୍ଥଳରୁ ବହୁ ମାରଣାସ୍ତ୍ର ଜବତ କରାଯାଇଥିବା ବେଳେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଉଛି । ଏନେଇ ଆଇଜିପି କାଶ୍ମୀପ ବିଜୟ କୁମାର (IGP Kashmir Vijay Kumar ) ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.