ETV Bharat / bharat

ଜମ୍ମୁ କାଶ୍ମୀରରେ ଅନୁପ୍ରବେଶ କରି ପାକିସ୍ତାନ ନାଗରିକ ଗିରଫ - Pakistani intruder arrested

ଭାରତ ସୀମା ମଧ୍ୟକୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଜଣେ ପାକିସ୍ତାନ ନାଗରିକକୁ ଜମ୍ମୁ କାଶ୍ମୀରର ସାମ୍ବା ଜିଲ୍ଲାରୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ...

ଜମ୍ମୁକାଶ୍ମୀରରେ ପାକିସ୍ତାନୀ ଅନୁପ୍ରବେଶକାରୀ ଗିରଫ: ବିଏସଏଫ

author img

By

Published : Mar 21, 2021, 5:07 PM IST

ଶ୍ରୀନଗର: ଜମ୍ମୁ କାଶ୍ମୀର ସାମ୍ବା ଜିଲ୍ଲାରେ ଥିବା ଅନ୍ତର୍ଜାତୀୟ ସୀମା ନିକଟରୁ ଏକ ପାକିସ୍ତାନ ନାଗରିକକୁ ଗିରଫ କରାଯାଇଛି । ତେବେ ଉକ୍ତ ବ୍ୟକ୍ତି ସୀମା ଉଲ୍ଲଘଂନ କରି ଭାରତକୁ ପ୍ରବେଶ କରୁଥିବାରୁ ତାକୁ ଗିରଫ କରାଯାଇଥିବା ବିଏସଏଫ ଯବାନ ରବିବାର ସୂଚନା ଦେଇଛନ୍ତି ।

ତେବେ ଉକ୍ତ ପାକିସ୍ତାନୀ ଶନିବାର ବିଳମ୍ବିତ ରାତିରେ ଭାରତର ସୀମା ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲା । ସୀମା ନିକଟରେ ଏକ ବ୍ୟକ୍ତିର ଏଭଳି ସନ୍ଦେହ ଗତିବିଧିକୁ ବିଏସଏଫ ଯବାନମାନେ ଲକ୍ଷ୍ୟ କରିଥିଲେ । ଉକ୍ତ ପାକିସ୍ତାନ ନାଗରିକ ଜଣକ ଅନ୍ତର୍ଜାତୀୟ ସୀମାକୁ ପାର କରିବା ମାତ୍ରେ ବିଏସଏଫ ଯବାନମାନେ ତାକୁ ଗିରଫ କରିଥିଲେ ବୋଲି ବିଏସଏଫ ମୁଖପାତ୍ର ସୂଚନା ଦେଇଛନ୍ତି ।

ପୂର୍ବରୁ ଗତ ମାର୍ଚ୍ଚ 16 ତାରିଖରେ ମଧ୍ୟ ଜଣେ ପାକିସ୍ତାନ ନାଗରିକ ଭାରତର ସୀମା ମଧ୍ୟକୁ ପ୍ରବେଶ କରୁଥିଲା । ଯବାନଙ୍କ ବାରମ୍ବାର ବାରଣ ସତ୍ତ୍ବେ ଉକ୍ତ ପାକିସ୍ତାନ ନାଗରିକ ଜଣକ ଯବାନଙ୍କ ବାରଣକୁ ନ ମାନି ପ୍ରବେଶ କରିବାରୁ ବିଏସଏଫ ଯବାନମାନେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ । ଏହି ଘଟଣା ସାମ୍ବା ଜିଲ୍ଲାର ରାମଗଡଠାରେ ଘଟିଥିବା ଦେଖିବାକୁ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.