ETV Bharat / bharat

ଉତ୍ତର ପ୍ରଦେଶ ଯୁବକଙ୍କୁ ବିବାହ କରି ବେଙ୍ଗାଲୁରୁରେ ରୁହଥିଲା ପାକିସ୍ତାନୀ ଯୁବତୀ, କଲ ରେକର୍ଡରୁ ଧରିଲା ଗୁଇନ୍ଦା

ଭାରତରେ ଅନୁପ୍ରବେଶ ପରେ ଉତ୍ତର ପ୍ରଦେଶ ଯୁବକଙ୍କୁ ବିବାହ କରି ବେଙ୍ଗାଲୁରୁରେ ରୁହଥିଲା ପାକିସ୍ତାନୀ ଯୁବତୀ । ଗୁଇନ୍ଦା ସଂସ୍ଥା ସାହାଯ୍ୟରେ ବାନ୍ଧିଲା ପୋଲିସ । ବିଦେଶୀ ଆଞ୍ଚଳିକ ପଞ୍ଜୀକରଣ କାର୍ଯ୍ୟାଳୟକୁ କଲା ହସ୍ତାନ୍ତର । ଅଧିକ ପଢନ୍ତୁ

author img

By

Published : Jan 24, 2023, 7:10 AM IST

ଉତ୍ତର ପ୍ରଦେଶ ଯୁବକଙ୍କୁ ବିବାହ କରି ବେଙ୍ଗାଲୁରୁରେ ରୁହଥିଲା ପାକିସ୍ତାନୀ ଯୁବତୀ

ବେଙ୍ଗାଲୁରୁ: ବେଙ୍ଗାଲୁରୁରୁ ଗିରଫ ହେଲେ ବେଆଇନ ଭାବେ ଉତ୍ତର ପ୍ରଦେଶ ଯୁବକଙ୍କୁ ବିବାହ କରି ରୁହଥିବା ପାକିସ୍ତାନୀ ଯୁବତୀ । ନେପାଳ ଦେଇ ଭାରତ ସୀମା ପାର ହେବା ପରେ ବେଙ୍ଗାଲୁରୁରେ ରହୁଥିବା ଜଣେ ପାକିସ୍ତାନୀ ଯୁବତୀଙ୍କୁ ସ୍ଥାନୀୟ ପୋଲିସ ଆଜି(ସୋମବାର) ଗିରଫ କରିବାରେ ସଫଳ ହୋଇଛି । ଗିରଫ ପରେ ପ୍ରାଥମିକ ଜେରା ପରେ ତାଙ୍କୁ ବିଦେଶୀ ଆଞ୍ଚଳିକ ପଞ୍ଜୀକରଣ କାର୍ଯ୍ୟାଳୟ(FRO) କର୍ତ୍ତୃପକ୍ଷଙ୍କୁ ବେଙ୍ଗାଲୁରୁ ପୋଲିସ ହସ୍ତାନ୍ତର କିରଛି । ଏହି 19 ବର୍ଷୀୟା ପାକିସ୍ତାନୀ ଯୁବତୀ ଇକ୍ରା ଜିୱାନୀ ଓ ସେ 26 ବର୍ଷୀୟ ଉତ୍ତର ପ୍ରଦେଶର ମୁଲାୟମ ସିଂଙ୍କୁ ବିବାହ କରିଥିବା ପ୍ରାଥମିକ ଜେରା ପରେ ପୋଲିସ କହିଛି । ତେବେ ଉଭୟ କିଛି ମାସ ହେବ କୌଣସି କାଗଜପତ୍ର ବିନା ବେଙ୍ଗାଲୁରୁରେ ରହି ଆସୁଥିଲେ ।

ପୋଲିସର ସୂଚନା ଅନୁସାରେ, ପାକିସ୍ତାନୀ ନାଗରିକ ଇକ୍ରା ନେପାଳ ସୀମା ଦେଇ ଭାରତରେ ପ୍ରବେଶ କରିଥିଲା । ପରେ ତାର ଉତ୍ତର ପ୍ରଦେଶର ମୁଲାୟମ ସିଂଙ୍କ ସହ ସାକ୍ଷାତ ହୋଇଥିଲା । ପରେ ପ୍ରେମ ସମ୍ପର୍କ ଗଢି ଉଠିବା ସହ ଉଭୟ ବିବାହ ମଧ୍ୟ କିରଥିଲେ । ମୁଲାୟମ ସିଂ ବେଙ୍ଗାଲୁରୁରେ ଏକ ଘରୋଇ କମ୍ପାନୀରେ ସିକ୍ୟୁରିଟି ଗାର୍ଡ ଭାବରେ କାର୍ଯ୍ୟ କରୁଥିଲେ । ସେ ସେଠାରେ ଇକ୍ରାଙ୍କୁ ମଧ୍ୟ ନେଇ ରଖିଥିଲେ ।

ଏହି ସମୟରେ ଇକ୍ରା ବେଙ୍ଗାଲୁରୁରୁ ପାକିସ୍ତାନରେ ଥିବା ନିଜ ମା’ଙ୍କୁ ଫୋନ ଯୋଗେ ଯୋଗୋଯାଗ କରିବାରୁ ସେ ପ୍ରଥମେ ଗୁଇନ୍ଦା ବିଭାଗର ରାଡାର ପରିସରକୁ ଆସିଥିଲା । ଗୁଇନ୍ଦା ସଂସ୍ଥା ଏହି ନମ୍ବରର ପାକିସ୍ତାନୀ ଲିଙ୍କ୍‌ ଖୋଜିବା ପାଇଁ ତଦନ୍ତ ଜାରି ରଖି ଇକ୍ରା ଓ ମୁଲାୟମଙ୍କ ନିକଟରେ ପହଞ୍ଚିବାକୁ ସଫଳ ହୋଇଥିଲା । ପରେ ଏହି ଘଟଣାର ଖୁଲାସା ହୋଇଛି । ଉଭୟ ଯୁବକ ଓ ଯୁବତୀଙ୍କର ପୂର୍ବ ପୃଷ୍ଠଭୂମି ତଦନ୍ତ କରିବା ପରେ ପାକିସ୍ତାନୀ ଯୁବତୀଙ୍କୁ ଆଞ୍ଚଳିକ ପଞ୍ଜୀକରଣ କାର୍ଯ୍ୟାଳୟକୁ ହସ୍ତାନ୍ତର କରିଛି ପୋଲିସ ।

ଅନ୍ୟପଟେ ଯୁବକଙ୍କୁ ପୋଲିସ ଗିରଫ କରି ଜେରା କରିଛି । ତେବେ ଯୁବକଙ୍କ ସମ୍ପର୍କରେ ଅନ୍ୟ ଏକ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି । ସେ ନାମ ପରିବର୍ତ୍ତନ କରି ପାସପୋର୍ଟ ହାତେଇବା ପାଇଁ ପ୍ରୟାସ କରୁଥିଲେ । ଏଥିପାଇଁ କିଛି ପ୍ରମାଣପତ୍ର ମଧ୍ୟ ପ୍ରସ୍ତୁତ କରିଥିଲେ । ସେ ପାସପୋର୍ଟ ପାଇବା ପରେ ପାକିସ୍ତାନ ଯିବାକୁ ଚାହୁଁଥିବା ସନ୍ଦେହ କରାଯାଉଥିବା ବେଳେ ସେନେଇ ପୋଲିସ କିଛି ପ୍ରକାଶ ନକରି ତଦନ୍ତ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.