ETV Bharat / bharat

ପୁଣେରେ PFI ଆନ୍ଦୋଳନବେଳେ ପାକିସ୍ତାନ ଜିନ୍ଦାବାଦ ନାରା - PFI ଆନ୍ଦୋଳନ ବେଳେ ପାକିସ୍ତାନ ଜିନ୍ଦାବାଦ ନାରା

ପୁଣେରେ PFI ଆନ୍ଦୋଳନ କାର୍ଯ୍ୟକ୍ରମରେ ଶୁଣାଗଲା ପାକିସ୍ତାନ ଜିନ୍ଦାବାଦ ନାରା । ପ୍ରାୟ ୭୦ ଜଣଙ୍କ ନାମରେ ମାମଲା ରୁଜୁ କଲା ପୋଲିସ । ଗତକାଲି ED, ଏନଆଇଏ କାର୍ଯ୍ୟାନୁଷ୍ଠାନ ବିରୋଧରେ ସ୍ଥାନୀୟ ଜିଲ୍ଲପାଳ କାର୍ଯ୍ୟାଳୟ ଘେରିଥିଲେ PFI ସଦସ୍ୟ । ଅଧିକ ପଢନ୍ତୁ

ପୁଣେରେ PFI ଆନ୍ଦୋଳନ ବେଳେ ପାକିସ୍ତାନ ଜିନ୍ଦାବାଦ ନାରା

author img

By

Published : Sep 24, 2022, 3:55 PM IST

ମୁମ୍ବାଇ: ପୁଣେରେ PFI ର ଆନ୍ଦୋଳନବେଳେ ଶୁଣିବାକୁ ମିଳିଲା 'ପାକିସ୍ତାନ ଜିନ୍ଦାବାଦ' ସ୍ଲୋଗାନ (Pakistan Zindabad slogans in india in PFI Protest)। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡିକ ଉଦ୍ଦେଶ୍ୟମୂଳକ ଭାବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଅଭିଯୋଗରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ପାଇଁ ଶୁକ୍ରବାର PFI ପକ୍ଷରୁ ଏକ ଆନ୍ଦୋଳନ କରାଯାଇଥିଲା (PFI Protest in pune)।

ପୁଣେରେ PFI ଆନ୍ଦୋଳନ ବେଳେ ପାକିସ୍ତାନ ଜିନ୍ଦାବାଦ ନାରା

ଏଥିରେ ଶତାଧିକ PFI କର୍ମୀ ସାମିଲ ହୋଇଥିଲେ । ବର୍ତ୍ତମାନ ଜାରି ରହିଥିବା CBI, ଇଡି ଓ ଏନଆଇଏ କାର୍ଯ୍ୟାନୁଷ୍ଠାନକୁ ଉଦ୍ଦେଶ୍ୟମୂଳକ ଦର୍ଶାଇ ନାରାବାଜି କରିବା ସହ ଆନ୍ଦୋଳନ ମଧ୍ୟ କରିଥିଲେ । ପରେ ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ଥାନାକୁ ଉଠାଇ ନେଇଥିଲା । ଥାନାକୁ ଉଠାଇ ନେବା ବେଳେ ପିଏଫଆଇ କର୍ମୀ ଆହ୍ଲା-ହୁ-ଅକବର ନାରା ସହ ପାକିସ୍ତାନ ଜିନ୍ଦାବାଦ ନାରା ମଧ୍ୟ ଦେଇଥିବା ଶୁଣିବାକୁ ମିଳିଥିଲା ।

ତେବେ ପ୍ରବଳ ଭିଡ ଭିତର ପାକିସ୍ତାନ ଜିନ୍ଦାବାଦ ନାରା ସ୍ପଷ୍ଟ ଶୁଣାଯାଉ ନଥିବାବେଳେ ସେଠାରେ ଥିବା ଗଣମାଧ୍ୟମ ପ୍ରତିନିଧି ପାକିସ୍ତାନ ଜିନ୍ଦାବାଦ ନାରା ଲାଗିଥିବା ନେଇ ସ୍ପଷ୍ଟ କରିଛନ୍ତି । ଘଟଣା ପରେ ପୋଲିସ ଆକ୍ସନମୋଡକୁ ଆସିଛି । ରିଆଜ ସଏଦ ନାମକ ଜଣେ ଯୁବକ ଏହି ଆନ୍ଦୋଳନର ନେତୃତ୍ବ ନେଉଥିବା ଦେଖିବାକୁ ମିଳିଥିଲା । ମୁଖ୍ୟ ଅଭିଯୁକ୍ତ ସଏଦ ସହିତ ମୋଟ ୭୦ରୁ ଉର୍ଦ୍ଧ୍ବ ପିଏଫଆଇ ସଦସ୍ୟଙ୍କ ନାମରେ ମାମଲା ରୁଜୁ କରିଛି ପୁଣେ ପୋଲିସ । ଘଟଣାର ତଦନ୍ତ ଜାରି ରହିଛି, ଫଳାଫଳ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.