ETV Bharat / bharat

ପାକିସ୍ତାନର ଅନୁପ୍ରବେଶ ଉଦ୍ୟମ ପଣ୍ଡ, ସେନା ଗୁଳିରେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀ ମୃତ

author img

By

Published : Jan 2, 2022, 5:21 PM IST

LOC ନିକଟବର୍ତ୍ତୀ କୁପୱାଡା ଜିଲ୍ଲାର କେରେନ୍ ସେକ୍ଟରରେ ପାକିସ୍ତାନର ଅନୁପ୍ରବେଶ ଉଦ୍ୟମ ପଣ୍ଡ । ଭାରତୀୟ ସେନା କାର୍ଯ୍ୟାନୁଷ୍ଠାନରେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀ ପ୍ରାଣ ହରାଇଛି । ମୃତଦେହ ନିକଟରୁ ଉଦ୍ଧାର ହେଲା ପାକ ପରିଚୟ ପତ୍ର ସହ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର । ଅଧିକ ପଢନ୍ତୁ

ପାକିସ୍ତାନର ଅନୁପ୍ରବେଶ ଉଦ୍ୟମ ପଣ୍ଡ, ସେନା ଗୁଳିରେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀ ମୃତ
ପାକିସ୍ତାନର ଅନୁପ୍ରବେଶ ଉଦ୍ୟମ ପଣ୍ଡ, ସେନା ଗୁଳିରେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀ ମୃତ

କୁପୱାରା: ଜାମ୍ମୁ କାଶ୍ମୀରର କୁପୱାଡା ଜିଲ୍ଲାର କେରେନ୍ ସେକ୍ଟରରେ ପାକିସ୍ତାନ ସେନାର ଅନୁପ୍ରବେଶ ଉଦ୍ୟମକୁ ଭାରତୀୟ ସୁରକ୍ଷା ବଳ ପଣ୍ଡ କରିବା ସହ ଅନୁପ୍ରବେଶ ଉଦ୍ୟମ କରୁଥିବା ପାକିସ୍ତାନୀ ଅନୁପ୍ରବେଶକାରୀକୁ ନିପାତ କରିଛି । ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନରେ ପ୍ରାଣ ହରାଇଥିବା ଅନୁପ୍ରବେଶକାରୀ ପାକିସ୍ତାନ ନାଗରିକ ବୋଲି ସ୍ପଷ୍ଟ ହୋଇଛି । ଅନୁପ୍ରବେଶକାରୀର ନାମ ମହମ୍ମଦ ଶବିର ମଲିକ ହୋଇଥିବାବେଳେ ତା ନିକଟରୁ ପାକ ପରିଚୟ ପତ୍ର, ରାଇଫଲ, ବିପୁଳ ଗୁଳି ଓ ଗ୍ରେନେଡ ମଧ୍ୟ ଜବତ ହୋଇଛି । ଏପରି ଘଟଣା ସମ୍ପର୍କରେ ପାକିସ୍ତାନକୁ ଭାରତ ମଧ୍ୟ ଅବଗତ କରିଛି ।

ସମ୍ପୂର୍ଣ୍ଣ ଘଟଣାକ୍ରମ ଅନୁସାରେ, ଗତକାଲି ଅପରାହ୍ନ ପ୍ରାୟ 3ଟା ସମୟରେ ପଠାନି ସୁଟ ଏବଂ କଳା ଜ୍ୟାକେଟ ପିନ୍ଧିଥିବା ଜଣେ ସଶସ୍ତ୍ର ଅନୁପ୍ରବେଶକାରୀ ପାକିସ୍ତାନୀ ସେନା ଅଧୀନରେ ଥିବା ଅଞ୍ଚଳରୁ LoC ନିକଟବର୍ତ୍ତୀ ହେଉଥିବା ସୂଚନା ପାଇଥିଲା ଭାରତୀୟ ସେନା । ତେବେ ପ୍ରାୟ ୧ ଘଣ୍ଚା କାଳ ଉକ୍ତ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉପରେ ସୁରକ୍ଷା ବଳ ନିରୀକ୍ଷଣ କରିବା ପରେ କାର୍ଯ୍ୟାନୁ୍ଷ୍ଠାନ ଗ୍ରହଣ କରିଥିଲା ।

ଏଥିରେ ଅନୁପ୍ରବେଶକାରୀର ମୃତ୍ୟୁ ହୋଇଥିବା ବେଳେ ତା ନିକଟରୁ ଉଦ୍ଧାର ପରିଚୟ ପତ୍ର ଓ ଅନ୍ୟାନ୍ୟ ସାମଗ୍ରୀରୁ ସେ ପାକିସ୍ତାନ ନାଗରିକ ବୋଲି ଜାଣିବାକୁ ପାଇଥିଲା ଭାରତୀୟ ସେନା । ପରେ ଘଟଣା ସମ୍ପର୍କରେ ପାକିସ୍ତାନ ସେନା ସହ ହଟଲାଇନରେ ଯୋଗାଯୋଗ କରି ସୂଚନା ଦେଇଛି ଭାରତୀୟ ସେନା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.